Campaigning Sunday: ମୈଦାନରେ ମୁହାଁମୁହଁ ମୋଦି-ମମତା
ରବିବାର ସକାଳ ୧୧ଟା ସମୟରେ ସିଲିଗୁଡିସ୍ଥିତ ମଲ୍ଲାଗୁଡି ଚୌକ ଠାରୁ ସଫଦର ହାସମୀ ଚୌକ ପର୍ଯ୍ୟନ୍ତ ପ୍ରାୟ ୩ କିମି ରାସ୍ତାରେ ରୋଡ ଶୋ କରୁଛନ୍ତି ମମତା ବାନାର୍ଜୀ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ତାରିଖ ଘୋଷଣା ହେବା ପରେ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଆଉ ଏବେ ନିର୍ବାଚନୀ ପ୍ରଚାର କାର୍ଯ୍ୟକୁ ଆଗେଇ ନେଇଛନ୍ତି ବିଭିନ୍ନା ରାଜନୈତିକ ଦଳ। ଏହି କ୍ରମରେ ମାର୍ଚ୍ଚ ୭ ତାରିଖ ରବିବାର ପ୍ରଚାରକ ମୈଦାନରେ ମୁହାଁମୁହାଁ ହେବେ ପିଏମ ମୋଦି ଆଉ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ।
ରବିବାର କୋଲକାତାସ୍ଥିତ ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ଠାରେ ନିର୍ବାଚନ ବିଗୁଲ ବଜାଇବେ ପିଏମ ମୋଦି (PM Modi)। ଅନ୍ୟପଟେ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ମହିଳାଙ୍କୁ ନେଇ ସିଲିଗୁଡି ଠାରୁ ଦାର୍ଜିଲିଂ ପର୍ଯ୍ୟନ୍ତ ରୋଡ ଶୋ କରୁଛନ୍ତି ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀ (Mamata Banerjee)।
Also Read: Bengal Election 2021: ଶିବଙ୍କ ଶରଣରେ ମମତା, ରାମଙ୍କ ଭରସାରେ କିଏ?
ରବିବାର ସକାଳ ୧୧ଟା ସମୟରେ ସିଲିଗୁଡିସ୍ଥିତ ମଲ୍ଲାଗୁଡି ଚୌକ ଠାରୁ ସଫଦର ହାସମୀ ଚୌକ ପର୍ଯ୍ୟନ୍ତ ପ୍ରାୟ ୩ କିମି ରାସ୍ତାରେ ରୋଡ ଶୋ କରୁଛନ୍ତି ମମତା ବାନାର୍ଜୀ। ଏହା ପରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ ସେ। ଏହି ରୋଡ ଶୋ ପଛରେ ଅନେକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି। ପ୍ରଥମ ହେଉଛି ପଶ୍ଚିମବଙ୍ଗର ଉତ୍ତର ଭାଗରେ ଅବସ୍ଥିତ ପାହାଡିଆ ଅଞ୍ଚଳ ସହ ରହିଥିବା ନେଇ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଟିଏମସି ସୁପ୍ରିମୋ। ଅନ୍ୟ ଏକ କାରଣ ହେଉଛି ବିଜେପିର ଗଡ କୁହାଯାଉଥିବା ଉତ୍ତର ବଙ୍ଗଳାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛି ଟିଏମସି
Also Read: West Bengal Election 2021: ସରିଲା ଆସନ ବୁଝାମଣା, ଏତିକି ଆସନରେ ଲଢିବେ TMC-GJM
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ତାରିଖ ଘୋଷଣା ହେବା ପରେ କୋଲକାତା ଠାରେ ପ୍ରଥମ ନିର୍ବାଚନ ରାଲିକୁ ରବିବାର ଦିନ ୨ଟା ସମୟରେ ସମ୍ବୋଧିତ କରିବେ ପିଏମ ମୋଦି। ଏହି ରାଲିରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏବଂ କ୍ରିକେଟର ସୌରଭ ଗାଙ୍ଗୁଲି ଯୋଗ ଦେବା ନେଇ ବେଶ ଚର୍ଚ୍ଚା ହେଉଛି। ପଶ୍ଚିମବଙ୍ଗରେ ୨୦ ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ।