West Bengal Election 2021: ସରିଲା ଆସନ ବୁଝାମଣା, ଏତିକି ଆସନରେ ଲଢିବେ TMC-GJM
Advertisement
Article Detail0/zeeodisha/odisha860950

West Bengal Election 2021: ସରିଲା ଆସନ ବୁଝାମଣା, ଏତିକି ଆସନରେ ଲଢିବେ TMC-GJM

ରାଜ୍ୟର ମୋଟ ୨୯୪ ଆସନରୁ ଟିଏମସି ୨୯୧ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ।

West Bengal Election 2021: ସରିଲା ଆସନ ବୁଝାମଣା, ଏତିକି ଆସନରେ ଲଢିବେ TMC-GJM

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ପରେ ଏବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମେଣ୍ଟ ଗଠନ ସହ ଆସନ ବୁଝାମଣା କରିବା କାମ ଜାରି ରଖିଛନ୍ତି। ଏହି କ୍ରମରେ ରାଜ୍ୟରେ କ୍ଷମତାସୀନ ଶାସକ ଟିଏମସି ଏବଂ ଏହାର ସହଯୋଗୀ ଜିଜେଏମ ମଧ୍ୟରେ ଆସନ ଭାଗବଣ୍ଟା ହୋଇସାରିଛି। 

କୋଲକାତାସ୍ଥିତ କାଳିଘାଟ ଆବାସ ଠାରେ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିବା ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ଶାସକ ତୃଣମୂଳ କଂଗ୍ରେସ (Trinamool Congress) ଟିଏମସି ସୁପ୍ରିମୋ (TMC Supremo) ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ (West Bengal Chief Minister) ମମତା ବାନାର୍ଜୀ (Mamata Banerjee)।    

Also Read: Bengal Election 2021: ଶିବଙ୍କ ଶରଣରେ ମମତା,ରାମଙ୍କ ଭରସାରେ କିଏ?

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ରାଜ୍ୟର ମୋଟ ୨୯୪ ଆସନରୁ ଟିଏମସି ୨୯୧ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଅନ୍ୟପଟେ ସହଯୋଗୀ ଗୋର୍ଖା ଜନମୁକ୍ତି ମୋର୍ଚ୍ଚା-ଜିଜେଏମ (Gorkha Janmukti Morcha-GJM) ୩ ସିଟରେ ନିର୍ବାଚନ ଲଢିବ। ରାଜ୍ୟର ଦାର୍ଜିଂଲିଙ୍ଗ, କାଲିମପୋଙ୍ଗ, କୁରସେଓଙ୍ଗ ଆସନରୁ ନିର୍ବାଚନ ଲଢିବ ଜିଜେଏମ।  ଜେଏମଏମ (JMM), ଶିବସେନା (Shivsena), ଆରଜେଡି (RJD), ସମାଜବାଦ ପାର୍ଟି (Samajwadi Party) ପ୍ରଭୃତି ଦଳ ଏଥରର ନିର୍ବାଚନରେ ଟିଏମସି ଉଦ୍ଦେଶ୍ୟରେ ସମର୍ଥନ ଘୋଷଣା କରିଛନ୍ତି।   

Also Read: West Bengal Election 2021: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିବ TMC

ମୋଟ ୨୯୧ ଦଳୀୟ ପ୍ରାର୍ଥୀଙ୍କ ମଧ୍ୟରୁ ୫୦ ମହିଳା, ୪୨ ମୁସଲିମ, ୭୯ ଅନୁସୂଚିତ ଜାତି, ୧୭ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ଟିକେଟ ଦେଇଛି ଟିଏମସି। ଏହା ବ୍ୟତୀତ ସିନେତାରକା, କଳାକାର, କ୍ରୀଡାବିତଙ୍କୁ ମଧ୍ୟ ଟିକେଟ ଦେଇଛି ଟିଏମସି।     

Also Read: Election 2021: ୪ ରାଜ୍ୟ, ପୁଦୁଚେରୀ ପାଇଁ ତାରିଖ ଘୋଷଣା

 

ଜଣାଶୁଣା ସାନ୍ତାଳୀ ଅଭିନେତ୍ରୀ  ବିରବାହା ହାଂସଦାଙ୍କୁ ଝାରଗ୍ରାମ, ଜୁନ ମାଲିୟାଙ୍କୁ ମିଦାନପୁର ଆସନରୁ ପ୍ରାର୍ଥୀ କରିଛି। କିକ୍ରେଟର ମନୋଜ ତିୱାରୀ ଶିବପୁର ସିଟ୍ରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଜୋରାସାଙ୍କୋ ଆସନରୁ  ବିବେକ ଗୁପ୍ତା, ରାଶବିହାରୀ ସିଟ୍ରୁ ଦେବାଶୀଷ କୁମାର, ବାଙ୍କୁଡା ଆସନରୁ ସାନ୍ତିକା, ବାରକପୁର ଠାରୁ ରାଜ ଚକ୍ରବର୍ତ୍ତୀଙ୍କ ଟିକେଟ କାଟିଛି ଟିଏମସି। ଏହା ବ୍ୟତୀତ ଗତ ୨୦୧୬ ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିବା କେତେକ ବିଧାୟକ ଯଥା ମଦନ ମିତ୍ର, ସାଶି ପାଞ୍ଜା, ସୋବାଡମ୍ବ ଚଟ୍ଟୋପାଧ୍ୟାୟ, ଦେବାଗଂଶୁ ଭଟ୍ଟାଚାର୍ଯ୍ୟ, ତ୍ରିନୁର ଭଟ୍ଟାଚର୍ଜୀ, ସୟୋନି ଘୋଷ ପ୍ରଭୂତିଙ୍କୁ ଏଥର ଟିକେଟ ମିଳିନାହିଁ।