ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ମାର୍ଚ୍ଚ ୧୧ ତାରିଖ ଶିବରାତ୍ରୀ ଅବସରରେ ପ୍ରାର୍ଥୀପତ୍ର ଦାଖଲ କରିବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ।
Trending Photos
ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଆରମ୍ଭ ହୋଇଗଲାଣି ସମୟଗଣନା। ଚଳିତ ଥର ହେବାକୁ ଯାଉଥିବା ଏହି ନିର୍ବାଚନ ରାଜନୈତିକ ପରିବର୍ତ୍ତେ ଧାର୍ମିକ କାରଣକୁ ନେଇ ଅଧିକ ସରଗରମ ହୋଇଉଠିଛି। କାରଣ ନିର୍ବାଚନ ହେବା ପୂର୍ବରୁ ଧର୍ମୀୟ ନାରବାଜି କରିବାକୁ ନେଇ ସରଗରମ ହୋଇଉଠିଛି ପଶ୍ଚିମବଙ୍ଗ ରାଜନୀତି।
ଆଉ ଏହି କ୍ରମରେ ପଶ୍ଚିମବଙ୍ଗ ମାଟିରେ 'ଜୟ ଶ୍ରୀରାମ' ନାରା ଲଗାଇବା ରାଜ୍ୟ ରାଜନୀତିରେ ଏକ ଚର୍ଚ୍ଚିତ ପ୍ରସଙ୍ଗ ଭାବେ ଉଭାହୋଇଛି। ଏହି ନାରା ଲଗାଇବାକୁ ନେଇ ଶାସକ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ବହୁ ବରିଷ୍ଠ ନେତା ବିଜେପି ନେତା। ଯାହାଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାଶ ବିଜୟଭାର୍ଗୀୟ ଏବଂ ହରିୟାଣା ଗୃହମନ୍ତ୍ରୀ ଅନିଲ ଭିଜ।
Also Read: 'ଜୟ ଶ୍ରୀରାମ' ନାରାରେ ଉଡିଯିବ ମମତ ସରକାର
କେନ୍ଦ୍ର ଗୃହମନ୍ତ୍ରୀ ଶାହ କହିଥିଲେ 'ଜୟ ଶ୍ରୀରାମ' ଜୟଘୋଷ କ'ଣ ପଶ୍ଚିମବଙ୍ଗ ପରିବର୍ତ୍ତେ ପାକିସ୍ତାନରେ ଲଗାଯିବ। ସେ ଯେଉଁଆଡେ ଗଲେ ମଧ୍ୟ ତାଙ୍କୁ ଏହି ଜୟଘୋଷର ଗୁଞ୍ଜନ ଶୁଣିବାକୁ ପଡିବ। ସେହିପରି ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କହିଥିଲେ ଏହି ନାରା ଶୁଣି ଗାଦିଚ୍ୟୁତ ହେବ ରାଜ୍ୟରେ କ୍ଷମତାସୀନ ଟିଏମସି ସରକାର। ଅନ୍ୟପଟେ ହରିୟାଣା ଗୃହମନ୍ତ୍ରୀ ଅନିଲ ଭିଜ କହିଥିଲେ ଷଣ୍ଢକୁ ଲାଲ କପଡା ଦେଖାଇବା ଯାହା ମମତା ବାନାର୍ଜୀଙ୍କ ଆଗରେ 'ଜୟ ଶ୍ରୀରାମ' କହିବା ସମାନ।
Also Read: 'ଷଣ୍ଢକୁ ଲାଲ କପଡା ଦେଖାଇବା ଯାହା ମମତାଙ୍କ ଆଗରେ ଜୟ ଶ୍ରୀରାମ କହିବା ସେୟା'
'ଜୟ ଶ୍ରୀରାମ' ନାରାବାଜିକୁ ଜବାବ ଦେବାକୁ ଯାଇ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏକ ନୂଆ ନାରା ଦେଇଥିଲା। ଯାହା ହେଉଛି "ହରେ କୃଷ୍ଣ ହରେ ରାମ ବିଦା ହୋ ବିଜେପି-ବାମ। " ନାରାବାଜି ପରେ ଫେବୃଆରୀ ୨୬ ତାରିଖ ଶୁକ୍ରବାର ନିଜ ବାସଭବନରେ ଶ୍ରୀ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଇ ମହାପ୍ରଭୁଙ୍କ ଶରଣାପନ୍ନ ହୋଇଥିଲେ।
Also Read: 'ଜୟ ଶ୍ରୀରାମ' ନାରାକୁ ମମତାଙ୍କ ଚ୍ୟାଲେଞ୍ଜ, କହିଲେ 'ହରେ କୃଷ୍ଣ ହରେ ରାମ ବିଦା ହୋ ବିଜେପି-ବାମ'
ମମତା ବାନାର୍ଜୀଙ୍କ ଏହି ପୂଜାର୍ଚ୍ଚନାକୁ ନେଇ ଅନେକ ଆଲୋଚନା ହେଉଛି। ଭୋଟ ହାତେଇବା ଲାଗି ଟିଏମସି ନରମ ହିନ୍ଦୁତ୍ୱବାଦ (Soft Hindutva) ରାସ୍ତା ଆପଣାଇଥିବା କୁହାଯାଉଛି। ତାଙ୍କର ଅନ୍ୟ ଏକ କାମ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି।
Also Read: ବୁଡି ଯାଉଥିବା ଦିଦିଙ୍କୁ ଜଗନ୍ନାଥ ଭରସା!
ତାହା ହେଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ମାର୍ଚ୍ଚ ୧୧ ତାରିଖ ଶିବରାତ୍ରୀ ଅବସରରେ ପ୍ରାର୍ଥୀପତ୍ର ଦାଖଲ କରିବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ସେ ଏଥର ରାଜ୍ୟର ନନ୍ଦିଗ୍ରାମ ଆସନରୁ ନିର୍ବାଚନ ଲଢୁଛନ୍ତି। ତାଙ୍କ ବିପକ୍ଷରେ ପ୍ରାର୍ଥୀ ଏହି ସିଟ୍ରୁ ବିଜେପି ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇପାରନ୍ତି ହୋଇପାରନ୍ତି ଟିଏମସି ଛାଡି ଦଳରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀ। ଉଭୟଙ୍କ ବ୍ୟତୀତ କଂଗ୍ରେସ-ବାମପନ୍ଥୀ ମେଣ୍ଟ (Congress-Left Alliance) ପକ୍ଷରୁ ସହଯୋଗୀ ଇଣ୍ଡିଆନ ସେକ୍ୟୁଲାର ଫ୍ରଣ୍ଟ-ଆଇଏସଏଫ (Indian Secular Fron-ISF) ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ।
Also Read: ବଢିଲା ଶୁଭେନ୍ଦୁଙ୍କ ସମସ୍ୟା, ନିର୍ବାଚନମଣ୍ଡଳୀ ବଦଳାଇଲେ ମମତା
ନନ୍ଦିଗ୍ରାମରୁ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ଶୁଭେନ୍ଦୁ ଅଧିକାରୀ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ କି ନାହିଁ ସେ ନେଇ ବିଜେପି ପକ୍ଷରୁ ଔପଚାରିକ ଭାବେ କିଛି ଘୋଷଣା ହୋଇନାହିଁ। ହେଲେ ଟିଏମସି ସୁପ୍ରିମୋଙ୍କ ବିରୁଦ୍ଧରେ ନିର୍ବାଚନ ଲଢିବାକୁ ନେଇ ସେ ପୂର୍ବରୁ କହିଛନ୍ତି ନିର୍ବାଚନରେ ମମତା ବାନାର୍ଜୀଙ୍କୁ ୫୦ ହଜାର ଭୋଟରେ ପରାସ୍ତ କରିବି। ନହେଲେ ରାଜନୀତି ଛାଡିଦେବି। ଦେଖିବାକୁ ବାକି ରହିଲା ୨୦୨୧ ନିର୍ବାଚନରେ ଚର୍ଚ୍ଚାର ପରିସର ମଧ୍ୟରେ ରହିଥିବା ନନ୍ଦିଗ୍ରାମ ବିଧାନସଭା ଆସନରୁ କିଏ ମାରୁଛି ବାଜି।
Also Read: 'ମମତା ବାନାର୍ଜୀଙ୍କୁ ୫୦ ହଜାର ଭୋଟରେ ପରାସ୍ତ କରିବି ନହେଲେ ରାଜନୀତି ଛାଡି ଦେବି'
ଶିବରାତ୍ରୀ ଅବବସରରେ ନନ୍ଦିଗ୍ରାମ ଠାରୁ ରାଜ୍ୟ ବିଧାନସଭା ଲାଗି ନିର୍ବାଚନ ବିଗୁଲ ବଜାଇବେ ଟିଏମସି ସୁପ୍ରିମୋ। ଗତ ୨୦୧୬ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ରାଜ୍ୟର ଭବାନୀପୁର (Bhabanipur) ଆସନରୁ ଲଢିଥିଲେ। ହେଲେ ଏଥର ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଥରର ନିର୍ବାଚନରେ ଏହି ଆସନକୁ ନେଇ ଏବେ ସରଗରମ ହୋଇଉଠିଛି ପଶ୍ଚିମବଙ୍ଗ ରାଜନୀତି।