ଜାଣନ୍ତୁ ବେସାହାରା ଓ ଭିକ୍ଷୁକ ମାନେ ଭ୍ୟାକସିନ ନେବେ କେମିତି ? ଜାରି ହେଲା ଆକ୍ସନ Plan
ଭ୍ୟାକସିନେସନ ଅଭିଯାନରୁ ବିଶେଷ କରି ବେସାହାରା ଓ ଭିକ୍ଷୁକ ମାନେ ବଞ୍ଚିତ ରହିଛନ୍ତି । ତେବେ ଏମାନଙ୍କୁ କିପରି ଟିକାକରଣ କରାଯାଇ ପାରିବ ସେନେଇ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି ।
ନୂଆଦିଲ୍ଲୀ: ସାରା ବିଶ୍ୱକୁ ଅଣନିଃଶ୍ୱାସୀ କରିଛି କୋରୋନା । କୋରୋନାର ଦ୍ୱିତୀୟ ଲହର କିଛି କିଛି ରାଜ୍ୟରେ ତାର ତାଣ୍ଡବ ରଚିଥିବା ବେଳେ ଏବେ ବିଶେଷଜ୍ଞ ମାନେ କୋରୋନାର ତୃତୀୟ ଲହର ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ଆସିବା ନେଇ ଆକଳନ କରିଛନ୍ତି । ଆଉ ତୃତୀୟ ଲହରକୁ ମାତ୍ ଦେବାକୁ ଭ୍ୟାକସିନ ଏକ ଅସ୍ତ୍ର ହୋଇପାରେ ବୋଲି ବି ବିଶେଷଜ୍ଞ ମାନେ କହିଛନ୍ତି । ତେବେ ଭ୍ୟାକସିନେସନ ଅଭିଯାନରୁ ବିଶେଷ କରି ବେସାହାରା ଓ ଭିକ୍ଷୁକ ମାନେ ବଞ୍ଚିତ ରହିଛନ୍ତି । ତେବେ ଏମାନଙ୍କୁ କିପରି ଟିକାକରଣ କରାଯାଇ ପାରିବ ସେନେଇ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ (Rajesh Bhushan) ଫୁଟପାଥ୍ ଓ ଭିକ୍ଷୁକ (Beggars) ଙ୍କ ଟିକାକରଣ ନେଇ ସ୍ୱେଚ୍ଛାସେବୀ ସଂଗଠନର ସାହାଯ୍ୟ ଲୋଡ଼ିଛନ୍ତି । ସଂଗଠନ ସହ ସମନ୍ୱୟ ରକ୍ଷା କରି ଏକ ଅଭିଯାନ ଆରମ୍ଭ କରିବାକୁ କହିଛନ୍ତି । ଯେଉଁଥିରେ ବାହାରା ବା ଫୁଟପାଥ୍ ରେ ରହୁଥିବା ଲୋକଙ୍କୁ ଟିକା ଦେବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ଏକ ଚିଠି ଲେଖି ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ସୂଚନା ଦିଆଯାଇଛି ।
Also Read: ପୁଣି ଅନ୍ତର୍ଜାତୀୟ ଉଡ଼ାଣ ଉପରେ ଲାଗିଲା ରୋକ, ଅଗଷ୍ଟ ୩୧ ଯାଏ ବଢିଲା ପ୍ରତିବନ୍ଧକ
ସେପଟେ ଶିଶୁମାନଙ୍କ ପାଇଁ କୋରୋନା ଟିକା (Corona Vaccine) ଆସନ୍ତା ମାସ ସୁଦ୍ଧା ଦେଶରେ ପହଞ୍ଚିବ ବୋଲି ଆଶା କରାଯାଉଛି ବୋଲି ସେ କହିଛନ୍ତି । ମଙ୍ଗଳବାର ବିଜେପି ସଂସଦୀୟ ଦଳ ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ।
Also Read: ଅଫ୍ ଲାଇନ ନୁହେଁ ଏଣିକି ଅନଲାଇନ୍ ମାଧ୍ୟମରେ ନିଆଯିବ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକଙ୍କ ଉପସ୍ଥାନ
ସୂଚନାନୁଯାୟୀ, ଦେଶରେ ଶିଶୁ ମାନଙ୍କ ପାଇଁ ଜାଇଡସ୍ କାଡିଲା ଟିକା ପରୀକ୍ଷା ଶେଷ ପର୍ଯ୍ୟାୟରେ ଅଛି । ଏଥି ସହିତ, ଭାରତ ବାୟୋଟେକ୍ (Bharat Biotech) ପିଲାମାନଙ୍କ ପାଇଁ କୋରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ପରିଚାଳନାରେ ମଧ୍ୟ ନିୟୋଜିତ ଅଛି । AIIMS ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ଗତ ସପ୍ତାହରେ କହିଥିଲେ ଯେ ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କ ପାଇଁ କୋଭିଡ -19 ଟିକା ବ୍ୟବହାର ଅନୁମୋଦନ ହୋଇପାରିବ ।