ଅଫ୍ ଲାଇନ ନୁହେଁ ଏଣିକି ଅନଲାଇନ୍ ମାଧ୍ୟମରେ ନିଆଯିବ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକଙ୍କ ଉପସ୍ଥାନ
Advertisement
Article Detail0/zeeodisha/odisha953890

ଅଫ୍ ଲାଇନ ନୁହେଁ ଏଣିକି ଅନଲାଇନ୍ ମାଧ୍ୟମରେ ନିଆଯିବ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକଙ୍କ ଉପସ୍ଥାନ

ଇ-ଉପସ୍ଥାନ ଆପ୍  ମାଧ୍ୟମରେ ଉଭୟ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଙ୍କ ଉପସ୍ଥାପନ ନିଆଯିବ। 

ଅଫ୍ ଲାଇନ ନୁହେଁ ଏଣିକି ଅନଲାଇନ୍ ମାଧ୍ୟମରେ ନିଆଯିବ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକଙ୍କ ଉପସ୍ଥାନ

ଭୁବନେଶ୍ୱର: ଏଣିକି ଅନଲାଇନ୍ ମାଧ୍ୟମରେ ନିଆଯିବ ଉଭୟ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥାନ। ଶୁକ୍ରବାର ଅପରାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଇ-ଉପସ୍ଥାନ ଆପ୍ କାର୍ଯ୍ୟକ୍ରମକୁ ଉନ୍ମୋଚନ କରିଛନ୍ତି। ଏଥିରେ ରାଜ୍ୟର ସମସ୍ତ ସ୍କୁଲରେ ଶିକ୍ଷକଙ୍କ ସହ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଏହି ଆପ୍ ମାଧ୍ୟମରେ ଗ୍ରହଣ କରାଯାଇପାରିବ। ଏହା ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଏକ ଅଭିନବ ପଦକ୍ଷେପ ବୋଲି ମନ୍ତ୍ରୀ କହିଛନ୍ତି। 

ଏହି ଆପ୍ ମାଧ୍ୟମରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥାପନ ଅନ୍‌ଲାଇନ୍‌ ମାଧ୍ୟମରେ ଜାଣିବା ସହିତ ସେମାନେ କେଉଁ ପ୍ରକାର ଡିଜିଟାଲ୍ ଉପକରଣ ଯଥା ସ୍ମାର୍ଟଫୋନ, କମ୍ପ୍ୟୁଟର, ସାଧାରଣ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି ତାହା ମଧ୍ୟ ଜାଣିହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି। ଏହାକୁ ରାଜ୍ୟର ସମସ୍ତ ଜିଲ୍ଲାରେ ସୁଚାରୁ ରୂପେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି। 

Also Read: ଏଣିକି ଦୂରଭାଷ ପାଠ୍ୟକ୍ରମରେ ମଧ୍ୟ ପଢା ହେବ ବିପର୍ଯ୍ୟୟ ପରିଚାଳନା ପାଠ

ଏହାଦ୍ବାରା ବିଭାଗୀୟ ତଥ୍ୟ ସଂଗ୍ରହ ପ୍ରକ୍ରିୟା ଉନ୍ନତ ଏବଂ ତ୍ବରାନ୍ବିତ ହୋଇପାରିବ। ଏହା ଠିକ୍ ଭାବରେ କାର୍ଯ୍ୟକାରୀ ହେଲେ ବିଦ୍ୟାଳୟ ପରିଚାଳନାରେ ସ୍ୱଚ୍ଛତା ଆସିବା ସହ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି।