ନୂଆଦିଲ୍ଲୀ: ଗତ ଶନିବାର ମଣିପୁରସ୍ଥିତ ଚୁରାଚାନ୍ଦପୁର ଠାରେ ଆସାମ ରାଇଫଲ୍ସ ଉପରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି PLA-M ଏବଂ MNPF ନାମକ ୨ ଉଗ୍ରବାଦୀ ସଙ୍ଗଠନ। ହେଲେ ପ୍ରଶ୍ନ ଉଠୁଛି କ'ଣ ଏହି ସଙ୍ଗଠନକୁ ବିଦେଶୀ ରାଷ୍ଟ୍ରର ସମର୍ଥନ ମିଳୁଛି। ଦେଶର ଉତ୍ତର-ପୂର୍ବ ସକ୍ରିୟ ରହିଥିବା ଉଗ୍ରବାଦୀ ସଙ୍ଗଠନକୁ ଚୀନ ପକ୍ଷରୁ ସମର୍ଥନ ମିଳୁଥିବା ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛି। 


COMMERCIAL BREAK
SCROLL TO CONTINUE READING

ଏପରି ଚର୍ଚ୍ଚା ପଛରେ ରହିଥିବା କାରଣ ସାମ୍ନାକୁ ଆସିଛି। ନିକଟରେ ମଣିପୁର (Manipur Attack) ଠାରେ ଆସାମ ରାଇଫଲ୍ସ (Assam Rifles) ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଚୀନ ରାଷ୍ଟ୍ରାୟତ୍ତ ଗଣମାଧ୍ୟମ (Chinese State Media) ଗ୍ଲୋବାଲ ଟାଇମ୍ସ (Global Times) ସମ୍ପାଦକଙ୍କ ଏକ ଟ୍ୱିଟର ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଶର ଉତ୍ତର-ପୂର୍ବ ସକ୍ରିୟ ରହିଥିବା ଉଗ୍ରବାଦୀ ସଙ୍ଗଠନକୁ (North-East Insurgents Group) ସମର୍ଥନ କରିବାକୁ ଧମକ ଦେଇଛନ୍ତି।  


Also Read: Manipur ଆକ୍ରମଣର ବଦଲା ନେଲା Assam Rifles; କାର୍ଯ୍ୟାନୁଷ୍ଠାନରେ ୩ NSCN-KYA ଉଗ୍ରବାଦୀ ମୃତ


ହେଲେ ଏହି ଟ୍ୱିଟ ଗତ ବର୍ଷ ଅକ୍ଟୋବରରେ କରାଯାଇଥିଲା। ଦେଶର ଉତ୍ତର-ପୂର୍ବ (North-East India) ରାଜ୍ୟରେ ସକ୍ରିୟ ରହିଥିବା ବିଭିନ୍ନ ଉଗ୍ରବାଦୀ ଗୋଷ୍ଠୀକୁ ଚୀନ ପକ୍ଷରୁ ଅସ୍ତ୍ରଶସ୍ତ୍ର (Chinese Made Weapon) ଏବଂ ଆର୍ଥିକ ସହାୟତା ଦିଆଯାଉଥିବା ନେଇ ବିଭିନ୍ନ ସମୟରେ ରିପୋର୍ଟ ଆସୁଛି। ଗତ ୨୦୧୫ ବର୍ଷରେ ମଣିପୁର (Manipur Attack 2015) ଠାରେ ଭାରତୀୟ ସେନା (Indian Army) ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଜଣେ ବିଦେଶୀ ଆର୍ମ୍ସ ଡିଲର (Foreign Arms Dealer) ଙ୍କ ସନ୍ଦେହଜନକ ଭୂମିକା ସାମ୍ନାକୁ ଆସିଥିଲା।


Also Read: ସୁରକ୍ଷା ବାହିନୀକୁ ବଡ ସଫଳତା: ସେନା କାର୍ଯ୍ୟାନୁଷ୍ଠାନରେ ଟଳିପଡିଲେ ୮ ଆତଙ୍କବାଦୀ


ଗ୍ଲୋବାଲ ଟାଇମ୍ସ ସମ୍ପାଦକ (Global Times Editor) ହୁ ଶୀଜିନ୍ (Hu Xijin) ଏକ ଟ୍ୱିଟ କରି ଲେଖିଥିଲେ ଭାରତର ସାମାଜିକ ଶକ୍ତି ତାଇୱାନ ସହିତ ଖେଳୁଛନ୍ତି ହେଲେ ସେମାନେ ଜାଣିବା ଆବଶ୍ୟକ ଉତ୍ତର-ପୂର୍ବ ଭାରତରେ ସକ୍ରିୟ ଥିବା ବିଚ୍ଛିନ୍ନତାବାଦୀ ଶକ୍ତି ଏବଂ ସିକ୍କିମ ସ୍ୱାଧୀନତାକୁ ମଧ୍ୟ ସମର୍ଥନ କରିପାରିବା। ଏହା ଆମର ସମ୍ଭାବ୍ୟ ପ୍ରତିଶୋଧ ହୋଇପାରେ। ଭାରତୀୟ ରାଷ୍ଟ୍ରବାଦୀ (Indian Nationalist) ଆତ୍ମସଚେତନ ରହିବା ଆବଶ୍ୟକ। ସେମାନଙ୍କ ଦେଶ ହେଉଛି ଦୁର୍ବଳ। ତାଙ୍କର ଏଭଳି ଆଭିମୁଖ୍ୟ ଦର୍ଶାଉଛି ଉତ୍ତର-ପୂର୍ବ ଭାରତରେ ସକ୍ରିୟ ରହିଥିବା ବିଚ୍ଛିନ୍ନତାବାଦୀ ସଙ୍ଗଠନକୁ ସମର୍ଥନ କରିବା। 


Also Read: ଚୀନ ଗୁଳି ଆଗରେ ଫେଲ୍ ଭାରତୀୟ ବୁଲେଟ ପ୍ରୁଫ୍ ଜ୍ୟାକେଟ


ଶନିବାର ମଣିପୁର ଠାରେ ଆସାମ ରାଇଫଲ୍ସ ଉପରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି PLA-M (Peoples Liberation Army of manipur), MNPF (Manipur Naga Peoples Front) ନାମକ ୨ ଉଗ୍ରବାଦୀ ସଙ୍ଗଠନ। ଏହି ୨ ଉଗ୍ରବାଦୀ ସଙ୍ଗଠନ କମ୍ୟୁନିଷ୍ଟ ଆଦର୍ଶ (Communist Ideology) ଦ୍ୱାରା ପ୍ରଭାବିତ। ଅନ୍ୟପଟେ ଚୀନ୍ ହେଉଛି ଏକ କମ୍ୟୁନିଷ୍ଟ ଶାସିତ ଦେଶ (Communist Ruled Country China)।