ସୁରକ୍ଷା ବାହିନୀକୁ ବଡ ସଫଳତା: ସେନା କାର୍ଯ୍ୟାନୁଷ୍ଠାନରେ ଟଳିପଡିଲେ ୮ ଆତଙ୍କବାଦୀ
Advertisement

ସୁରକ୍ଷା ବାହିନୀକୁ ବଡ ସଫଳତା: ସେନା କାର୍ଯ୍ୟାନୁଷ୍ଠାନରେ ଟଳିପଡିଲେ ୮ ଆତଙ୍କବାଦୀ

ଶନିବାର ସୁରକ୍ଷା ବାହିନୀ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ୮ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । 

ସୁରକ୍ଷା ବାହିନୀକୁ ବଡ ସଫଳତା: ସେନା କାର୍ଯ୍ୟାନୁଷ୍ଠାନରେ ଟଳିପଡିଲେ ୮ ଆତଙ୍କବାଦୀ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ବିରୁଦ୍ଧରେ ଜାରି ରହିଥିବା ଅପରେସନରେ ଶନିବାର(ଜୁଲାଇ ୧୧, ୨୦୨୦) ସେନା ବାହିନୀକୁ ମିଳିଛି ବଡ ସଫଳତା । ଭାରତରେ ଆକ୍ରମଣ କରିବା ପୂର୍ବରୁ ସୁରକ୍ଷାବଳ ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ଏଲଓସି ଅଞ୍ଚଳରେ ୨ ଏବଂ ପୂ୍ର୍ବୋତ୍ତର ରାଜ୍ୟ ଅରୁଣାଚଳ ପ୍ରଦେଶର ୬ ନାଗା ଉଗ୍ରବାଦୀଙ୍କ ମୃତ୍ୟୁ ଘଟିଛି ।

ଭାରତ-ପାକିସ୍ତାନ ସୀମାକୁ ଅଲଗା କରୁଥିବା ନିୟନ୍ତ୍ରଣ ସୀମା ରେଖା-ଏଲଓସି(Line of Control-LoC) ନିକଟସ୍ଥ ବାରମୂଳା ଜିଲ୍ଲାର ନୌଗାମ ସେକ୍ଟରରେ ଆତଙ୍କବାଦୀଙ୍କ ସନ୍ଦେହଜନକ ଗତିବିଧି ବାବଦରେ ସୁରକ୍ଷାବଳକୁ ଖବର ମିଳିଥିଲା। ଏହା ପରେ ଯେତେବେଳେ ସୁରକ୍ଷାବାହିନୀ ସେଠାରେ ପହଞ୍ଚିବା ପରେ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହାଁ ହୋଇଥିଲା ।

ସେଠାରେ ଛପି ରହିଥିବା ଆତଙ୍କୀ ପ୍ରଥମେ ସେନାବାହିନୀ ଉପରେ ଗୁଳିମାଡ କରିଥିଲେ । ଏହାର ଜବାବ ଦେବାକୁ ଯାଇ ସୁରକ୍ଷା ବାହିନୀ ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା । ସେମାନଙ୍କ ପାଖରୁ ଦୁଇଟି ଏକେ-୪୭ ରାଇଫଲ, ୧୨ଟି ମାଗାଜିନ, ଗ୍ରେନେଡ ଜବତ ହୋଇଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏ ଘଟଣା ପରେ ଏଲଓସି ଅଞ୍ଚଳରେ ହାଇଆର୍ଲଟ ଜାରି କରାଯାଇଛି ।       

ଏନେଇ ଜଣେ ସେନା ଅଧିକାରୀ କହିଛନ୍ତି ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଭାରତୀୟ ସୀମାରେ ପ୍ରବେଶ କରୁଛନ୍ତି । ମାତ୍ର ସୁରକ୍ଷାବଳର ସତର୍କତା କାରଣରୁ ଆକ୍ରମଣ କରିବା ପୂର୍ବରୁ ଏହାକୁ ପଣ୍ଡ କରି ଦିଆଯାଉଛି । ଚଳିତ ବର୍ଷ ପ୍ରାରମ୍ଭରୁ ସମଗ୍ର କାଶ୍ମୀର ଘାଟିକୁ ଆତଙ୍କବାଦୀ ମୁକ୍ତ କରିବା ଲାଗି ଜାରି ରହିଥିବା ଅପରେସନରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଆତଙ୍କବାଦୀ ନିପାତ ହୋଇଛନ୍ତି ।

ଅନ୍ୟପଟେ ଶନିବାର ସକାଳେ ପୂର୍ବୋତ୍ତର ରାଜ୍ୟ ଆସାମର ଖୋନ୍ସା ଅଞ୍ଚଳରେ ଆସାମ ରାଇଫଲ୍ସ(Assam Rifle) ଏବଂ ଅରୁଣାଚଳ ପ୍ରଦେଶ ପୋଲିସ ପକ୍ଷରୁ ହୋଇଥିବା ଅପରେସନରେ ୬ ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ ଅଫ ନାଗାଲାଣ୍ଡ-ଏନସିଏନ(National Socialist Council of Nagaland Isak Chishi Swu and Thuingaleng Muivah-NSCN(IM) ନାଗା ଉଗ୍ରବାଦୀଙ୍କ ମୃତ୍ୟୁ ଘଟିଛି।
     
ଏହି ଅଭିଯାନରେ ଆସାମ ରାଇଫଲ୍ସର ଜଣେ ଯବାନ ଆହତ ହେବା ତାଙ୍କୁ ଚିକିତ୍ସା ପାଇଁ ଆର୍ମୀ ହସ୍ପିଟାଲରେ(Army Hospital) ଭର୍ତ୍ତି କରାଯାଇଛି । ନାଗା ଉଗ୍ରବାଦୀଙ୍କ ବିରୁଦ୍ଧରେ ଖୋନ୍ସା ଠାରେ ହୋଇଥିବା ଅପରସେନ ବାବଦରେ ସ୍ପଷ୍ଟ କରିଛନ୍ତି ଅରୁଣାଚଳ ପ୍ରଦେଶ ଡିଜିପି। ଶୁକ୍ରବାର-ଶନିବାର ମଧ୍ୟରାତ୍ରୀ ସମୟ ପ୍ରାୟ ସାଢେ ୪ଟା ବେଳେ ଏହି ଅପରେସନ ହୋଇଥିଲା ।

ଏହା ସହିତ ନିହତ ନାଗା ଉଗ୍ରବାଦୀଙ୍କ ଠାରୁ ୪ଟି ଏକେ-୪୭ ରାଇଫଲ, ୨ଟି ଚୀନ ନିର୍ମିତ ଏମକ୍ୟୁ(Chinese made MQ), ୫ କିଲୋଗ୍ରାମର ବିସ୍ଫୋରକ, ୧ କେଜି ପାଇପ ଆଇଇଡି( Pipe Imprivised Explosive Device-IED) ଆଦି ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।