ନୂଆଦିଲ୍ଲୀ: ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ ବା LACରେ ବିବାଦୀୟ ପରିସ୍ଥିତିକୁ ଚୀନ (China) ଓ ଭାରତ (India) ମଧ୍ୟରେ ୮ ଥର ଆଲୋଚନା ହୋଇ ସାରିଲାଣି । ତଥାପି ଉଭୟ ରାଷ୍ଟ୍ର ମଧ୍ୟରେ ସମାଧାନର କୌଣସି ରାସ୍ତା ବାହାରି ପାରୁନାହିଁ । ଏହାରି ମଧ୍ୟରେ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ (Xi Jinping) ଏକ ବିବାଦୀୟ ନିଷ୍ପତ୍ତି ଭାରତ ସରକାର (Indian Government) ଙ୍କ ମୁଣ୍ଡ ବିନ୍ଧାଇଛି। ଚୀନ ରାଷ୍ଟ୍ରପତି (China President) ଜି ଜିନପିଙ୍ଗ (Xi Jinping) ଭାରତର ଅରୁଣାଚଳ ପ୍ରଦେଶ (Arunachal Pradesh) କୁ ଲାଗିଥିବା ଚୀନର ସୀମାନ୍ତ ଅଞ୍ଚଳରେ ରେଳ ପ୍ରକଳ୍ପ କାର୍ଯ୍ୟରେ ଗତି ଆଣିବାକୁ କର୍ମଚାରୀଙ୍କୁ କହିଛନ୍ତି । 


COMMERCIAL BREAK
SCROLL TO CONTINUE READING

ଅଧିକ ପଢନ୍ତୁ: ଧନତେରସରେ ଶସ୍ତା ସୁନା କିଣିବାର ସୁଯୋଗ


ସୂଚନାଯୋଗ୍ୟ ତିବ୍ବତ(Tibbat)ର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଥିବା ସିଚୁଆନ (Sichuan State) ଅଞ୍ଚଳର ଲିନଝୀ (Linjhi) କୁ ଯୋଗାଯୋଗ ପାଇଁ ନୂତନ ରେଳ ପ୍ରକଳ୍ପ (New Railway Project) ର କାର୍ଯ୍ୟ ଜାରି ରହିଛି । ଏହି ପ୍ରକଳ୍ପ ପାଇଁ ପାଖାପାଖି ୪୭.୮ ବିଲିୟନ ଡଲାରର ରେଳ ଯୋଜନା ରହିଛି । କାର୍ଯ୍ୟକୁ ଆହୁରି ଦ୍ରୁତ ବେଗରେ କରିବା ପାଇଁ ଚୀନ ରାଷ୍ଟ୍ରପତି ଜୀ ଜିନପିଙ୍ଗ ସୂଚନା ଦେଇଛନ୍ତି । ଜିନପିଙ୍ଗ କହିଛନ୍ତି କି, ସୀମାବର୍ତ୍ତି  (Border Area) ଅଞ୍ଚଳରେ ସ୍ଥିରତା ଓ ସୁରକ୍ଷା ବେଶ ଗୁରୁତ୍ୱପୂର୍ଣ୍ଣ । ଚୀନୀ ମିଡ଼ିଆ (China Media) ଅନୁସାରେ ଏହି ଭୂଭାଗ ଦୁନିଆର ସବୁଠାରୁ ବଡ଼ ଭୂଖଣ୍ଡ ଭାବେ ପରିଗଣିତ ହେବ । 


ସିଚୁଆନ-ତିବତ୍ତ (Sichuan-Tibbat) ରେଳବାଇ ସିଚୁଆନର ରାଜଧାନୀ ଚେଙ୍ଗଡୁ ଠାରୁ ଏହି ରେଳ ପ୍ରକଳ୍ପ ଆରମ୍ଭ ହୋଇ ଲାହସା ପର୍ଯ୍ୟନ୍ତ ଯାତ୍ରା କରିବ । ଏହି ଯାତ୍ରା ପୂର୍ବରୁ ୪୮ ଘଣ୍ଟା ସମୟ ଲାଗୁଥିବା ବେଳେ ଏହି ପ୍ରକଳ୍ପ ଶେଷ ହେଲେ ଯାତ୍ରାରେ ପାଖାପାଖି ୧୩ ଘଣ୍ଟା ପର୍ଯ୍ୟନ୍ତ ସମୟ କମ ଲାଗିବ । ତେବେ ଏହି ଲିନଝୀ ଅରୁଣାଚଳ ପ୍ରଦେଶ ସୀମାର ଅତ୍ୟନ୍ତ ନିକଟତମ ସ୍ଥାନରେ ରହିଛି । 


ଅଧିକ ପଢନ୍ତୁ: ପ୍ରଥମ ଥର ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସ


ଭାରତ-ଚୀନ୍ ସୀମା ବିବାଦ ୩,୪୮୮ କିଲୋମିଟର ଲମ୍ବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ କୁ ଅନ୍ତର୍ଭୁକ୍ତ କରେ, ଯାହା ଦୁଇ ଦେଶ ମଧ୍ୟରେ ପ୍ରକୃତ ସୀମା ଅଟେ। ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ଦତର ଏକ ଅଂଶ ଭାବରେ ଚୀନ୍ ବିବେଚନା କରେ, ଯଦିଓ ଭାରତ ଏହି ଦାବିକୁ ଦୃଢ ଭାବରେ ପ୍ରତ୍ୟାଖ୍ୟାନ କରିସାରିଛି।


ଅକ୍ଟୋବର 13 ରେ ଚୀନ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ବେଜିଂ ଲଦାଖ ଏବଂ ଅରୁଣାଚଳ ପ୍ରଦେଶର କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ୱୀକୃତି ଦେଉନାହିଁ। ଚୀନ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଲଦାଖର ୟୁନିଅନ୍ ଟେରିଟୋରୀ ହେଉଛି ଭାରତ ଦ୍ୱାରା ବେଆଇନ ଭାବେ ପ୍ରତିଷ୍ଠିତ ଏକ ଅଞ୍ଚଳ। ତେବେ ଭାରତ ଏହି ସମସ୍ତ ଦାବିକୁ ପ୍ରତ୍ୟାଖ୍ୟାନ କରି ଚୀନ୍‌ର କୌଣସି କାର୍ଯ୍ୟାନୁଷ୍ଠାନକୁ ଉଚିତ୍ ଉତ୍ତର ଦେବାକୁ କହିଛି।