ଶସ୍ତା ହେଲା LPG ସିଲିଣ୍ଡର, ଏବେ ଏହି ରେଟରେ ମିଳିବ ଅଣ-ସବସିଡି ଯୁକ୍ତ ଗ୍ୟାସ୍
ଇଣ୍ଡେନର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର (LPG Gas Cylinder) ର ନୂତନ ମୂଲ୍ୟ ୧୬୪୧ ଟଙ୍କା ବଦଳରେ ୧୫୯୫.୫୦ ଟଙ୍କା ରହିଛି ।
ନୂଆଦିଲ୍ଲୀ: LPG Gas Cylinder Price Today: ଦେଶର ପ୍ରମୁଖ ପେଟ୍ରୋଲିୟମ କମ୍ପାନୀଗୁଡିକ ଏଲପିଜି ଗ୍ୟାସ (LPG gas Cylinder) ମୂଲ୍ୟ ହ୍ରାସ କରିଛନ୍ତି । ଗ୍ୟାସ କମ୍ପାନୀଗୁଡିକ ବ୍ୟବସାୟିକ ବ୍ୟବହାରରେ ଆସୁଥିବା ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର (Commercial LPG gas Cylinder) ର ମୂଲ୍ୟ ୪୫.୫୦ ଟଙ୍କା ହ୍ରାସ କରିଛନ୍ତି । କିନ୍ତୁ ଘରୋଇ ଗ୍ୟାସ ଗ୍ରାହକଙ୍କୁ ବର୍ତ୍ତମାନ କୌଣସି ରିହାତି ମିଳିବ ନାହିଁ । ଘରୋଇ ଗ୍ୟାସ ସିଲିଣ୍ଡ (Domestic LPG gas Cylinder) ର ଅର୍ଥାତ ୧୪.୨ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏଠାରେ କହି ରଖୁଛୁ ଯେ, ଏପ୍ରିଲ ଆରମ୍ଭରେ ଘରୋଇ ଏଲପିଜି ୧୦ ଟଙ୍କା ଶସ୍ତା ହୋଇଥିଲା । ଏହା ପରେ ଦିଲ୍ଲୀରେ ଘରୋଇ ଏଲପିଜି ଗ୍ୟାସ୍ ୮୦୯ ଟଙ୍କାରେ ମିଳୁଛି ।
ଅଧିକ ପଢ଼ନ୍ତୁ:-'ଭାରତରେ କୋରୋନାକୁ ରୋକିବା ପାଇଁ ଲକଡାଉନ୍ ଏକ ପ୍ରଭାବଶାଳୀ ପଦକ୍ଷେପ'
ଇଣ୍ଡେନର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡ (LPG Gas Cylinder) ର ର ନୂତନ ମୂଲ୍ୟ ୧୬୪୧ ଟଙ୍କା ବଦଳରେ ୧୫୯୫.୫୦ ଟଙ୍କା ରହିଛି । ମୁମ୍ବାଇରେ ୧୫୯୦.୫୦ ଟଙ୍କା ବଦଳରେ ୧୫୪୫ ଟଙ୍କା, କୋଲକାତାରେ ୧୭୧୩ ବଦଳରେ ୧୬୬୭.୫୦ ଟଙ୍କା ଏବଂ ଚେନ୍ନାଇରେ ୧୭୭୧.୫୦ ଟଙ୍କା ବଦଳରେ ୧୭୨୬ ଟଙ୍କା ରହିଛି ।
ଅଧିକ ପଢ଼ନ୍ତୁ:-LIC ର ନୂତନ ପଲିସି, ବିନା ପ୍ରିମିୟମରେ ମିଳୁଛି ୧୦ ଲକ୍ଷ ଟଙ୍କାର କଭର
ଚଳିତ ବର୍ଷ ୧୧୫ ଟଙ୍କା ବଢ଼ି ସାରିଛି ଦାମ୍
ଘରୋଇ ଗ୍ୟାସର ମୂଲ୍ୟରେ ଏକ ପ୍ରମୁଖ ବୃଦ୍ଧି ୨୦୨୧ରେ ରେକର୍ଡ କରାଯାଇଛି । ଜାନୁଆରୀରେ ଏହାର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା । କିନ୍ତୁ ଫେବୃଆରୀ ୪ରେ ଏହାର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇ ୬୯୪ରୁ ୭୧୯ ଟଙ୍କାକୁ ପହଞ୍ଚିଥିଲା । ଏହା ପରେ ଫେବୃଆରୀ ୧୫ରେ ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇ ୭୬୯ ଟଙ୍କାକୁ ପହଞ୍ଚିଥିଲା । ତା’ପରେ ଫେବୃଆରୀ ୨୫ରେ ଏହା ୨୫ ଟଙ୍କା ବୃଦ୍ଧି ସହିତ ୭୯୪ ଟଙ୍କାକୁ ପହଞ୍ଚିଥିଲା । ମାର୍ଚ୍ଚ ୧ରେ ଏହାର ମୂଲ୍ୟ ପୁଣି ୨୫ ଟଙ୍କା ବୃଦ୍ଧି ପାଇଥିଲା ଏବଂ ଏହା ୮୧୯ ଟଙ୍କା ହୋଇଯାଇଥିଲା । ଏପ୍ରିଲରେ ଏହାର ମୂଲ୍ୟ ୧୦ ଟଙ୍କା ହ୍ରାସ ପାଇ ୮୦୯ ଟଙ୍କା ହୋଇଯାଇଛି ।