Congress President Election: କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ୨୨ ସେପ୍ଟେମ୍ବରରୁ ଆରମ୍ଭ ହେବ । ଦଳର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ ସେନେଇ ଅନେକ ଦିନ ଧରି ଚର୍ଚ୍ଚା ଜାରି ରହିଛି । କଂଗ୍ରେସର ଅନେକ ରାଜ୍ୟ ୟୁନିଟ୍ ରାହୁଲ ଗାନ୍ଧୀଙ୍କୁ (Rahul Gandhi) ଦଳର ଅଧ୍ୟକ୍ଷ କରିବାକୁ ଦାବି କରି ଏକ ସଂକଳ୍ପ ପାରିତ କରିଛନ୍ତି । ତେବେ ରାହୁଲ ଗାନ୍ଧୀଙ୍କ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁ ନ ଥିବା ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି ।


COMMERCIAL BREAK
SCROLL TO CONTINUE READING

କଂଗ୍ରେସ ସୂତ୍ର ଅନୁଯାୟୀ ରାହୁଲ ଗାନ୍ଧୀ ଭାରତ ଯାଡୋ ଯାତ୍ରା ଅଧାରୁ ଫେରିବେ ନାହିଁ । ବର୍ତ୍ତମାନ ପଦଯାତ୍ରା କେରଳରେ ରହିଛି । ୨୩ ରେ ବିଶ୍ରାମ ପାଇଁ ଯାତ୍ରା ବିରତି ରହିବ ଓ ୨୯ ରେ ଏହି ପଦଯାତ୍ରା କର୍ଣ୍ଣାଟକରେ ପ୍ରବେଶ କରିବ । କଂଗ୍ରେସର ଏହି ଯାତ୍ରା ୧୫୦ ଦିନ ମଧ୍ୟରେ ଶେଷ ହେବ । କଂଗ୍ରେସ ଅଧ୍ୟକ୍ଷ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ୩୦ ସେପ୍ଟେମ୍ବର । ଜଣେ ପ୍ରାର୍ଥୀଙ୍କୁ ନାମାଙ୍କନ ପାଇଁ ତାଙ୍କୁ ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହିବା ଜରୁରୀ । ଏଭଳି ପରିସ୍ଥିତିରେ ସମସ୍ତ ରାଜ୍ୟ କମିଟିର ପ୍ରସ୍ତାବ ସତ୍ତ୍ୱେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ହେବେ ନାହିଁ ବୋଲି ସ୍ପଷ୍ଟ ହୋଇଛି ।


ଜମ୍ମୁ କାଶ୍ମୀର, ତାମିଲନାଡୁ, ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ ସମେତ କଂଗ୍ରେସର ଅନେକ ରାଜ୍ୟ ୟୁନିଟ୍ ରାହୁଲ ଗାନ୍ଧୀଙ୍କୁ ଦଳର ଜାତୀୟ ଅଧ୍ୟକ୍ଷ କରିବା ପାଇଁ ଏକ ସଂକଳ୍ପ ପାରିତ କରିଛନ୍ତି । କଂଗ୍ରେସର ଜାତୀୟ ଅଧ୍ୟକ୍ଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ପାଇଁ ଅନେକ ନେତାଙ୍କ ନାମ ମଧ୍ୟ ସାମ୍ନାକୁ ଆସୁଛି । ନିକଟରେ କଂଗ୍ରେସ ସାଂସଦ ଶଶି ଥରୁର ସୋନିଆ ଗାନ୍ଧୀଙ୍କୁ ଭେଟି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏଥି ସହିତ ରାଜସ୍ଥାନର ସିଏମ ଅଶୋକ ଗେହଲୋଟ୍ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସୂଚନା ମିଳିଛି । ଏହା ବ୍ୟତୀତ ଆଜି ସଂଗଠନର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ମଧ୍ୟ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ।


ଏହାପୂର୍ବରୁ କଂଗ୍ରେସର ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେଇ ପ୍ରଶ୍ନ ଉଠିଥିଲା । ଯେଉଁଥିରେ ସେ କହିଥିଲେ ଯେ ମୁଁ କଂଗ୍ରେସର ଅଧ୍ୟକ୍ଷ ହେବି କି ନାହିଁ, ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କେବେ ହେବ ତାହା ଶୀଘ୍ର ସ୍ପଷ୍ଟ ହେବ । ମୁଁ ସ୍ଥିର କରିଛି ମୁଁ କ’ଣ କରିବି ଓ ମୋ ମନରେ କୌଣସି ଦ୍ୱନ୍ଦ୍ୱ ନାହିଁ । କହିରଖୁଛୁ ଯେ ସେପ୍ଟେମ୍ବର ୨୨ ରେ ନିର୍ବାଚନ ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯିବ । ସେପ୍ଟେମ୍ବର ୨୪ ରୁ ୩୦ ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲିବ । ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୮ ରହିଛି । ଅକ୍ଟୋବର ୧୭ ରେ ମତଦାନ ଅନୁଷ୍ଠିତ ହେବ ଓ ଅକ୍ଟୋବର ୧୯ ରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।


ଏହା ବି ପଢ଼ନ୍ତୁ: Bharat Jodo Yatra: ଅଧାରୁ ଭାରତ ଯୋଡ଼ ଯାତ୍ରା ଛାଡିବେ ଏଆଇସିସି ମହାସଚିବ କେସି ବେଣୁଗୋପାଳ