Bharat Jodo Yatra: ଅଧାରୁ ଭାରତ ଯୋଡ଼ ଯାତ୍ରା ଛାଡିବେ ଏଆଇସିସି ମହାସଚିବ କେସି ବେଣୁଗୋପାଳ, ସାମ୍ନକୁ ଆସିଲା କାରଣ
Advertisement
Article Detail0/zeeodisha/odisha1359885

Bharat Jodo Yatra: ଅଧାରୁ ଭାରତ ଯୋଡ଼ ଯାତ୍ରା ଛାଡିବେ ଏଆଇସିସି ମହାସଚିବ କେସି ବେଣୁଗୋପାଳ, ସାମ୍ନକୁ ଆସିଲା କାରଣ

Congress President Election: ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳଙ୍କୁ ଏପରି ଏକ ସମୟରେ ଦିଲ୍ଲୀ ଆସିବାକୁ କୁହାଯାଇଛି ଯେଉଁ ସମୟରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପାଖେଇ ଆସୁଛି।

Bharat Jodo Yatra: ଅଧାରୁ ଭାରତ ଯୋଡ଼ ଯାତ୍ରା ଛାଡିବେ ଏଆଇସିସି ମହାସଚିବ କେସି ବେଣୁଗୋପାଳ, ସାମ୍ନକୁ ଆସିଲା କାରଣ

AICC General Secretary KC Venugopal: ଦଳ ପକ୍ଷରୁ ଜାରି ରହିଥିବା ଭାରତ ଯୋଡ଼ ଯାତ୍ରା ଅଭିଯାନରେ ସାମିଲ ହୋଇଛନ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟି ସାଧାରଣ ସମ୍ପାଦକ କେସି ଭେନୁଗୋପାଳ। ମାତ୍ର ତାଙ୍କୁ ଏବେ ଯାତ୍ରା ଛାଡ଼ି ଦିଲ୍ଲୀ ଆସିବା ଲାଗି ମିଳିଛି ନିର୍ଦ୍ଦେଶ। କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଭାରତ ଯୋଡ ଯାତ୍ରାରେ ସାମିଲ ରହି ଥିବା ଏଆଇସିସି ସାଧାରଣ ସମ୍ପାଦକଙ୍କୁ ତୁରନ୍ତ ଦିଲ୍ଲୀ ଡାକିଛନ୍ତି। ଏହି ଯାତ୍ରା କେରଳର ପାଟନାକ୍କଡ, ଆଲାପୁଝା ଠାରେ ପହଞ୍ଚିବା ପରେ ତାଙ୍କୁ ଦିଲ୍ଲୀ ଡକାଯାଇଥିଲା। ସୋନିଆ ଗାନ୍ଧୀ ଭେନୁଗୋପାଲଙ୍କୁ ଦିଲ୍ଲୀ ଡାକି ଦଳୀୟ ସାଙ୍ଗଠନ ବାବଦରେ ଚର୍ଚ୍ଚା କରିଛନ୍ତି।

ଅଖିଳ ଭାରତୀୟ କଂଗ୍ରେସ କମିଟି (All India Congress Committee) ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳଙ୍କୁ (AICC General Secretary KC Venugopal) ଏପରି ଏକ ସମୟରେ ଦିଲ୍ଲୀ ଆସିବାକୁ କୁହାଯାଇଛି ଯେଉଁ ସମୟରେ କଂଗ୍ରେସ ଅଧ୍ୟକ୍ଷ ପଦ (Congress President Election) ପାଇଁ ନିର୍ବାଚନ ପାଖେଇ ଆସୁଥିବା ବେଳେ, ପୁଣି ଥରେ ରାହୁଲ ଗାନ୍ଧୀଙ୍କୁ (Rahul gandhi) ଦଳୀୟ ମଙ୍ଗୁଆଳ (Congress President) କରିବା ପାଇଁ ଦାବି ତୀବ୍ର ହେବାରେ ଲାଗିଛି। ସେହି କ୍ରମରେ ସୋମବାର ମଧ୍ୟ ଅନେକ ରାଜ୍ୟ କଂଗ୍ରେସ କମିଟି (Pradesh Congress Committee) ରାହୁଲ ଗାନ୍ଧୀଙ୍କ ସମର୍ଥନରେ ସଂକଳ୍ପ ପାରିତ କରିଛନ୍ତି। ରାଜସ୍ଥାନ, ଗୁଜୁରାଟ ଏବଂ ଛତିଶଗଡ ପରେ ତାମିଲନାଡୁ, ମହାରାଷ୍ଟ୍ର, ଜାମୁ କାଶ୍ମୀର ଏବଂ ବିହାର ପ୍ରଦେଶ କଂଗ୍ରେସ କମିଟି ଏ ସମ୍ପର୍କିତ ଏକ ସଂକଳ୍ପ ପାରିତ କରିଛି। ଯେଉଁଥିରେ କୁହାଯାଇଛି ଯେ ରାହୁଲ ଗାନ୍ଧୀ ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରନ୍ତୁ।

ରାହୃଲ ଗାନ୍ଧୀ ସ୍ପଷ୍ଟ କରିଛନ୍ତି ଯେ, ଅଖିଳ ଭାରତୀୟ କଂଗ୍ରେସ କମିଟି ଅଧ୍ୟକ୍ଷ ହେବା ପ୍ରସଙ୍ଗରେ ସେ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିବାକୁ ଚାହୁଁନାହାଁନ୍ତି। ତାଙ୍କୁ ଦଳର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ନିବେଦନ କରାଯିବା ସତ୍ତ୍ୱେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଚଳିତ ମାସ ଆରମ୍ଭରେ କହିଥିଲେ ଯେ ସେ ଏକ ନିଷ୍ପତ୍ତି ନେଇ ସାରିଛନ୍ତି। ହେଲେ ସେ ତାଙ୍କ ଯୋଜନା ବାବଦରେ ପ୍ରକାଶ କରିବେ ନାହିଁ। ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ ଯଦି ମୁଁ ଆଗାମୀ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରନ୍ତି ନାହିଁ, ତାହେଲେ ସେ ଏହାର କାରଣ କହିବେ।
 
ତାଙ୍କର ଏହି ବୟାନ ସାମ୍ନାକୁ ଆସିବା ପରେ ଏହା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ଯେ, ରାହୁଲ ଗାନ୍ଧୀ ଆଗାମୀ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ ଆଗ୍ରହୀ ନୁହଁନ୍ତି। ହେଲେ ଏହା ମଧ୍ୟରେ ବହୁ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ ରାହୁଲ ଦଳର ସଭାପତି ନ ହେଲେ ମଧ୍ୟ ଗାନ୍ଧୀ ପରିବାରର ଦଳରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରହିବ।

Also Read: Congress President: ଦଳୀୟ ମଙ୍ଗୁଆଳ ପଦକୁ ନେଇ ବଡ଼ ଘୋଷଣା କଲେ ସୋନିଆ ଗାନ୍ଧୀ

ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ ରବିବାର ଦିନ ଏଆଇସିସି ସଭାପତି ଚୟନ ପାଇଁ ସହମତି ପ୍ରକାଶ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଦଳର ସଭାପତି ହୁଅନ୍ତୁ ବା ନ ହୁଅନ୍ତୁ  ହେଲେ ଦଳର ସାଧାରଣ କର୍ମକର୍ତ୍ତାଙ୍କ ମଧ୍ୟରେ ତାଙ୍କର ଗ୍ରହଣୀୟତା ଥିବାରୁ ସେ ସର୍ବଦା ଦଳରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇବେ।

ଆସନ୍ତା ୨୨ ସେପ୍ଟେମ୍ବରରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯିବ ଏବଂ ନାମାଙ୍କନ ଦାଖଲ ପ୍ରକ୍ରିୟା ୨୪ ତାରିଖରୁ ଆରମ୍ଭ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୮ ଅକ୍ଟୋବର। ଯଦି ଏହି ନିର୍ବାଚନରେ  ଜଣେରୁ ଅଧିକ ପ୍ରାର୍ଥୀ ହୁଅନ୍ତି ତାହାଲେ ଅକ୍ଟୋବର ୧୭ ତାରିଖରେ ଅଧ୍ୟକ୍ଷ ନିର୍ବାଚନ ଲାଗି ଭୋଟ୍ ଗ୍ରହଣ କରାଯିବ ଏବଂ ୧୯ ଅକ୍ଟୋବରରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।