Constitution of Hindu Rashtra: ପ୍ରସ୍ତୁତ ହୋଇସାରିଛି ହିନ୍ଦୁରାଷ୍ଟ୍ର ସମ୍ବିଧାନ ଡ୍ରାଫ୍ଟ। ଦେଶର ସାଂସ୍କୃତିକ ରାଜଧାନୀ ବାରାଣାସୀ ଠାରେ ୩୦ ଜଣ ସାଧୁ ସନ୍ଥ ଏବଂ ପଣ୍ଡିତ ଏହାକୁ ପ୍ରସ୍ତୁତ କରିଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଏହା ଦାବି କରାଯାଉଛି ଯେ ହିନ୍ଦୁ ରାଷ୍ଟ୍ରରେ ସଂଖ୍ୟାଲଘୁଙ୍କ ପାଖରେ ମତଦାନ କରିବାର ଅଧିକାର ରହିବ ନାହିଁ। ମାଘ ମେଳା ୨୦୨୩ ଅବସରରେ ହେବାକୁ ଯାଉଥିବା ଧର୍ମ ସଂସଦରେ ହିନ୍ଦୁରାଷ୍ଟ୍ର ସମ୍ବିଧାନ ଉପସ୍ଥାପିତ ହେବ।


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ଫେବୃଆରୀ ଅନୁଷ୍ଠିତ ହେଉଥିବା ମାଘ ମେଳା ସମୟରେ (Magh Mela 2022) ଧର୍ମ ସଂସଦରେ (Dharma Sansad) ଭାରତକୁ (India) ନିଜ ସମ୍ବିଧାନ ସହିତ ହିନ୍ଦୁ ରାଷ୍ଟ୍ର (Hindu Rashtra) କରିବା ପାଇଁ ଏକ ସଂକଳ୍ପ ପାରିତ କରାଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ହିନ୍ଦୁ ରାଷ୍ଟ୍ର ସମ୍ବିଧାନର (Constitution of Hindu Rashtra) ପ୍ରଥମ ଡ୍ରାଫ୍ଟରେ ଶିକ୍ଷା, ଆଇନ ଶୃଙ୍ଖଳା, ପ୍ରତିରକ୍ଷା, ଭୋଟ୍ ବ୍ୟବସ୍ଥା, ପ୍ରତିରକ୍ଷା, ରାଜ୍ୟ ମୁଖ୍ୟଙ୍କ ଅଧିକାର ବାବଦରେ କୁହାଯାଇଛି। ହିନ୍ଦୁ ରାଷ୍ଟ୍ର ସମ୍ବିଧାନ ଅନୁଯାୟୀ ଦେଶର ରାଜଧାନୀ ବାରାଣାସୀ (Varanasi) ହେବ। ଏଠାରେ ଧର୍ମ ସଂସଦ ଗଠନ ପାଇଁ ଏକ ପ୍ରସ୍ତାବ ରହିଛି।


ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ହିନ୍ଦୁ ରାଷ୍ଟ୍ରର ସମ୍ବିଧାନରେ (Constitution of Hindu Rashtra) କୁହାଯାଇଛି ଯେ ସମସ୍ତ ଲୋକଙ୍କୁ ବାଧ୍ୟତାମୂଳକ ଭାବେ ସାମରିକ ତାଲିମ (Compulsory Military Training) ଦିଆଯିବ। କୃଷିକୁ କରମୁକ୍ତ କରାଯିବ (Tax Free Farming)। ମୁସଲମାନ (Muslim) ଏବଂ ଖ୍ରୀଷ୍ଟିଆନଙ୍କ (Christian) ପାଖରେ ମତଦାନ କରିବାର ଅଧିକାର ରହିବ ନାହିଁ। ହିନ୍ଦୁ (Hindu), ଶିଖ (Sikh), ବୌଦ୍ଧ (Buddhist), ଜୈନ (Jain) ସମ୍ପ୍ରଦାୟର ଲୋକଙ୍କୁ ମତଦାନ କରିବାର ଅଧିକାର ପ୍ରଦାନ କରାଯିବ। ଭୋଟ୍ ଦେବାର ଅଧିକାର ୧୬ ବର୍ଷ ବୟସ ପୂରଣ ହେବା ପରେ ଦିଆଯିବ।


Also Read: ହିନ୍ଦୁ ନବ ବର୍ଷ ଅବସରରେ ନୂଆ କ୍ୟାଲେଣ୍ଡର ଜାରି କଲା ହିନ୍ଦୁ ମହାସଭା


ହିନ୍ଦୁ ରାଷ୍ଟ୍ରର ସମ୍ବିଧାନରେ ପ୍ରଥମ ପୃଷ୍ଠାରେ (Hindu Rashtra Constitution Cover Page) ଅଖଣ୍ଡ ଭାରତ ବର୍ଷର ମାନଚିତ୍ର (Akhand Bharat Map) ରଖାଯାଇଛି। ଏହି ପୃଷ୍ଠାରେ କେତେକ ମନ୍ଦିର ଉପରେ ଗୈରିକ ପତାକା ଉଡୁଥିବାର ଦେଖାଯାଇଛି। ହିନ୍ଦୁ ରାଷ୍ଟ୍ରରେ ବ୍ରିଟିଶ ନିୟମାବଳୀ ରଦ୍ଦ କରି ଦିଆଯିବ। ସବୁକିଛି ବର୍ଣ୍ଣ ବ୍ୟବସ୍ଥା ଆଧାରରେ ପରିଚାଳିତ ହେବ। ପ୍ରତ୍ୟେକ ଜାତିର ଲୋକଙ୍କୁ ସୁବିଧା ଏବଂ ସୁରକ୍ଷା ପ୍ରଦାନ କରାଯିବ। ନ୍ୟାୟ ବ୍ୟବସ୍ଥା ତ୍ରେତୟା ଏବଂ ଦ୍ୱାପର ଯୁଗ ସମୟର ହେବ। ଗୁରୁକୂଳରେ ଶିକ୍ଷା ଦିଆଯିବ। ଏଠାରେ ଆୟୁର୍ବେଦ, ଗଣିତ, ନକ୍ଷତ୍ର, ଭୂଗୋଳ, ଜ୍ୟୋତିଷ ଆଦି ବିଷୟରେ ଶିକ୍ଷା ପ୍ରଦାନ କରାଯିବ।