ମୁମ୍ବାଇ: ସାରା ଦେଶରେ କୋରୋନା ମାମଲା ଧିରେ ଧିରେ କମିବାରେ ଲାଗିଛି। ହେଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଲକ୍ଷଣ ଦେଖାଦେଲେ ସ୍ୱାବ ଟେଷ୍ଟ କରାଇବାକୁ ପରାମର୍ଶ ଦେଉଛନ୍ତି। ହେଲେ କୋରୋନା ପରୀକ୍ଷଣ ବାହାନାରେ ଜଣେ ମହିଳାଙ୍କ ଯୌନାଙ୍ଗରୁ ସ୍ୱାବ ନେଇଥିବା ଜଣେ ଲ୍ୟାବ ଟେକ୍ନିସିଆନଙ୍କୁ ଅମ୍ରାବତୀର ଏକ କୋର୍ଟ ଦଶ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତା ସହ ଦଶ ହଜାର ଟଙ୍କା ଜୋରିମାନା ମଧ୍ୟ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏ ବାବଦରେ ଗଣମାଧ୍ୟମ (Media Report)ର ରିପୋର୍ଟ ଅନୁଯାୟୀ, ଏହି ଘଟଣା ୨୦ ଜୁଲାଇ ୨୦୨୦ ରେ ଅମ୍ରାବତୀର ଟ୍ରମା କେୟାର ୟୁନିଟରେ ଘଟିଥିଲା। ଏହି ପରିପ୍ରେକ୍ଷୀରେ ପୀଡିତା ମହିଳା ପୋଲିସ ନିକଟରେ ଅଭିଯୋଗ କରିଥିଲେ ଏବଂ ଏହା ପରେ କୋର୍ଟରେ ମାମଲା ରୁଜୁ କରାଯାଇଥିଲା ଯେଉଁଠାରେ ଏହି ନିଷ୍ପତ୍ତି ନିଆଯାଇଛି।


Also Read: ମନରେ ଉଠିଲାଣି ପ୍ରଶ୍ନ ? Crypto ଓ Digital କରେନ୍ସି ମଧ୍ୟରେ କଣ ରହିବ ତଫାତ...


ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଘଟଣାର ସୂଚନା ସାମ୍ନାକୁ ଆସିବା ମାତ୍ରେ ରାଜନୈତିକ ଦଳ ତଥା ସାମାଜିକ ସେବା ସଂଗଠନ ଅଭିଯୁକ୍ତକୁ କଠୋର ଦଣ୍ଡ ପାଇଁ ଦାବି କରିଛନ୍ତି। ବାସ୍ତବରେ, ଏହି ଘଟଣାଟି କୋରୋନାର ସେହି ଲହର ସମୟରେ କରାଯାଇଥିଲା ଯେତେବେଳେ ଦେଶରେ କୋରୋନା ସଂକ୍ରମଣ (Corona) ଦ୍ରୁତଗତିରେ ମାଡ଼ିଚାଲିଥିଲା ଓ ଟେଷ୍ଟିଂକୁ ମଧ୍ୟ ଜୋରଦାର କରାଯାଇଥିଲା।


Also Read: ୬ ହଜାର ଗାଁରେ ନେଟୱର୍କର ନାହିଁ ନାଁ ଗନ୍ଧ, ଡିଜିଟାଲ ପ୍ରଚାର ହେବ କେମିତି?


ପୀଡିତାଙ୍କ କହିବା କଥା, ସ୍ଥାନୀୟ ମଲରେ କୋରୋନା ପରୀକ୍ଷା (Corona Test)  କରାଯାଇଥିଲା, ଯେଉଁଠାରେ ଲ୍ୟାବ ଟେକ୍ନିସିଆନଙ୍କ ବିରୋଧରେ ଅଭିଯୋଗ କରି ମହିଳା କହିଥିଲେ ଯେ, ଅଲକେଶ ଦେଶମୁଖ ତାଙ୍କୁ କହିଥିଲେ ଯେ, ସେ କୋରୋନା ପଜିଟିଭ ଏବଂ ପରବର୍ତ୍ତୀ ପରୀକ୍ଷା ଲ୍ୟାବରେ କରିବାକୁ ପଡ଼ିବ। ଅଭିଯୁକ୍ତ ତାଙ୍କୁ ଲ୍ୟାବକୁ ଆସିବାକୁ କହିଥିଲେ। ଯେତେବେଳେ ମହିଳା ଜଣକ ଲ୍ୟାବରେ ପହଞ୍ଚିଲେ, ସେହି ସମାନ ଟେକ୍ନିସିଆନ ତାଙ୍କୁ କହିଥିଲେ ଯେ ଏଥିପାଇଁ ବ୍ୟକ୍ତିଗତ ଅଂଶରୁ ଏକ ସ୍ୱାବ ନେବାକୁ ପଡିବ ଏବଂ ଏହା ପରେ ଅଭିଯୁକ୍ତ ଜଣଙ୍କ ମହିଳାଙ୍କ ଯୌନାଙ୍କରୁ ସ୍ୱାବ ଗ୍ରହଣ କରିଥିଲା । 


Also Read: ଉଜୁଡ଼ିବ ଚାଷ! ଏହି ୧୪ ଜିଲ୍ଲାରେ କୁଆପଥର ସହ ବର୍ଷା ହେବା ନେଇ ଜାରି ହେଲା ୱାର୍ଣ୍ଣିଂ
 
ତେବେ ପୀଡିତା ମହିଳା ଜଣଙ୍କ ନିଜ ଭାଇଙ୍କୁ କହିଥିଲେ ଯେ, ସେ କୋରୋନା ପଜିଟିଭ ଓ ତାଙ୍କ ଟେଷ୍ଟ ଲ୍ୟାବରେ କରାଯାଇଥିଲା । ଏହାପରେ ତାଙ୍କ ଭାଇ ହସ୍ପିଟାଲରେ ଯାଇ ପଚରାଉଚରା କରିଥିଲେ। ଏହାପରେ ସବୁ କଥା ସାମ୍ନାକୁ ଆସିଥିଲା । ପୋଲିସ ଷ୍ଟେସନ(Police Station) ରେ ମାମଲା ପଞ୍ଜୀକୃତ ହେବା ପରେ ଏହା ଲୋକଙ୍କ ନଜରକୁ ଆସିଥିଲା ​​ଏବଂ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହି ମାମଲା ଅମ୍ରାବତୀ କୋର୍ଟରେ ଚାଲିଥିଲା ​​ଏବଂ ପ୍ରାୟ ଦେଢବର୍ଷ ପରେ ଅଭିଯୁକ୍ତ ଦେଶମୁଖଙ୍କୁ ଏହି ଦଣ୍ଡ ବିଧାନ କରାଯାଇଛି।