ସରକାରଙ୍କ ଆଗରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଲା କ୍ରିପ୍ଟୋକୁ ନେଇ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବା ଜରୁରୀ। ବଜେଟରେ ଅର୍ଥମନ୍ତ୍ରୀ କହିଥିଲେ ଯେ, କରେନ୍ସି ଯାହା ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏବଂ ଏହାର କିଛି ମୂଲ୍ୟ ଅଛି ।
Trending Photos
ନୂଆଦିଲ୍ଲୀ: ଫେବ୍ରୁଆରୀ ପହିଲା ରେ ସଂସଦରେ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବେର ବେଶ ଚାହିଦା ଥିବା କ୍ରିପ୍ଟୋକରେନ୍ସିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ତେବେ ସରକାରଙ୍କ ଆଗରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଲା କ୍ରିପ୍ଟୋକୁ ନେଇ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବା ଜରୁରୀ। ବଜେଟରେ ଅର୍ଥମନ୍ତ୍ରୀ କହିଥିଲେ ଯେ, କରେନ୍ସି ଯାହା ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏବଂ ଏହାର କିଛି ମୂଲ୍ୟ ଅଛି । ସେହି ଜିନିଷ ହେଉଛି ମୁଦ୍ରା ବା କରେନ୍ସି । ଯେତେବେଳେ ସରକାର ଏହାକୁ ଇସ୍ୟୁ କରିବେ ସେତେବେଳେ ଏହାର କୌଣସି ମୂଲ୍ୟ ରହିବ । ଏହାକୁ ଆମେ କିମ୍ବା ଆପଣ ଜାରି କଲେ ତାହା କରେନ୍ସିରେ ଗଣା ଯିବନି।
ଯଦି କୌଣସି ଏସେଟ କ୍ରିଏଟ ହେଉଛି ଏବଂ ଆପଣ ତାହା ଉପରେ କିଛି ପ୍ରଫିଟ୍ ପାଉଛନ୍ତି ତେବେ ପ୍ରଫିଟ୍ ଉପରେ ଆମେ ଟ୍ୟାକ୍ସ ଲଗାଇଛୁ। ଯଦି ଟ୍ରାଞ୍ଜାକ୍ସନ ଜରିଆରେ କିଛି ପାଉଛନ୍ତି ବା ବିକୁଛନ୍ତି ତାହା ଉପରେ ଟ୍ୟାକ୍ସ ଲଗାଯାଇଛି । ଯଦି କେହି କିଛି ପ୍ରଫିଟ କମାଇନାହାଁନ୍ତି କିନ୍ତୁ ଟ୍ରାଞ୍ଜାକ୍ସନ କରୁଛନ୍ତି ତେବେ ସେହି ଟ୍ରାଞ୍ଜାକ୍ସନ ଉପରେ ବି TDS ଲଗାଯିବ।
Also Read: ଜାଣିଲେ ହେବେ ଆଶ୍ଚର୍ଯ୍ୟ; କିଏ ସବୁଠାରୁ କୋଟିପତି, ମୋଦି ନା ଯୋଗୀ ?
ତେବେ ଅର୍ଥମନ୍ତ୍ରୀ (Finance Minister) ବଜେଟ ଉପସ୍ଥାପନ ବେଳେ କହିଥିଲେ ଯେ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆର୍ଥିକ ବର୍ଷ ୨୦୨୨-୨୩ ରେ ଡିଜିଟାଲ କରେନ୍ସସି ଆଣିବାକୁ ଯାଉଛି। ଆରବିଆଇ ଦ୍ୱାରା ଜାରି କରାଯାଇଥିବା ଦେଶର ଡିଜିଟାଲ କରେନ୍ସି ର ନାଁ ଡିଜିଟାଲ ରୁପି ରଖାଯିବ। ଭାରତରେ ଡିଜିଟାଲ କରେନ୍ସି ଆସିବା ନେଇ ଘୋଷଣା ପରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । RBI ଦ୍ୱାରା ଜାର କରାଯାଇଥିବା ଡିଜିଟାଲ କରେନ୍ସିକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି।
Also Read: ଉଜୁଡ଼ିବ ଚାଷ! ଏହି ୧୪ ଜିଲ୍ଲାରେ କୁଆପଥର ସହ ବର୍ଷା ହେବା ନେଇ ଜାରି ହେଲା ୱାର୍ଣ୍ଣିଂ
ହେଲେ ଏହିସବୁ ପ୍ରଶ୍ନ ମଧ୍ୟରେ ୨ ଟି ପ୍ରଶ୍ନ ଅତି ସାଧାରଣ; ପ୍ରଥମଟି ହେଉଛି ଲୋକ ଜାଣିବାକୁ ଚାହୁଁଛନ୍ତି ଯେ, ଡିଜିଟାଲ କରେନ୍ସି (Digital Currency) କୁ ସରକାର ମାନ୍ୟତା ଦେବେ ନା ନାହିଁ, ଏହାକୁ ଡିଜିଟାଲ କରେନ୍ସିର ମାନ୍ୟତା ମିଳିବ ନା ନାହିଁ। ସେହିପରି ଅନ୍ୟ ପ୍ରଶ୍ନଟି ହେଉଛି ଭାରତର ଡିଜିଟାଲ କରେନ୍ସି କ୍ରିପ୍ଟୋ କରେନ୍ସି ଭଳି ହେବ ନା ଅଲଗା ହେବ?
Also Read: ଘରେ ସଂଗ୍ରହାଳୟ, ରହିଛି ଆକବର ଓ ଇଂରେଜ ଶାସନର ଐତିହାସିକ ସାମଗ୍ରୀ
ତେବେ ଉତ୍ତର ସ୍ପଷ୍ଟ; ଡିଜିଟାଲ କରେନ୍ସିକୁ ଯେତେବେଳେ ସରକାର ନିଜେ ଘୋଷଣା କରିଛନ୍ତି ଆଉ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଅର୍ଥାତ୍ RBI (Reserve Bank Of India) ଏହାକୁ ପ୍ରଚଳନ କରିବ ତେବେ ଏହାକୁ ଅଲଗା ମାନ୍ୟତା ଦେବା ନେଇ କୌଣସି ପ୍ରଶ୍ନ ହିଁ ଉଠୁନାହିଁ। ତେବେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଆରବିଆଇ ଦ୍ୱାରା ଜାରି କରାଯାଇଥିବା ଡିଜିଟାଲ କରେନ୍ସି ମୋଟ ରୂପେ ମାନ୍ୟତା ପ୍ରାପ୍ତ ହେବ।
ସେହିପରି ଡିଜିଟାଲ କରେନ୍ସି କ୍ରିପ୍ଟୋ କରେନ୍ସି (Crypto Currency) ପରି ହେବ ନା ନାହିଁ ତାକୁ ବି ନେଇ ଚର୍ଚ୍ଚା ଲାଗି ରହିଛି। ସୂଚନାନୁସାରେ, ଭାରତର ଡିଜିଟାଲ ରୂପି କ୍ରିପ୍ଟୋ କରେନ୍ସି ଠାରୁ ଢେର ଭିନ୍ନ ଧରଣର ହେବ। ଏହା ପୁରାପୁରି ମାନ୍ୟତା ପାଇବ । ଭାରତର ଡିଜିଟାଲ କରେନ୍ସି ଏବେ ଥିବା କରେନ୍ସିର ବିକଳ୍ପ ହେବ। କେବଳ ସେତିକି ନୁହେଁ କ୍ରିପ୍ଟୋ କରେନ୍ସି ଏକ ଆସେଟ କ୍ଲାସ ହେବ ଯାହା ଏହି ଦୁଇ କରେନ୍ସି ମଧ୍ୟରେ ବଡ଼ ତଫାତ୍ ଦେଖାଦେଇଛି।
ସରଳ ଭାଷାରେ ବୁଝାଇବାକୁ ଗଲେ ଡିଜିଟାଲ ରୂପ(Digital Ruppee) କୁ ଆପଣ କେଉଁଠାରେ ବି ବ୍ୟବହାର କରିପାରିବେ। ଯେମିତି ସ୍ଥାନେ ସ୍ଥାନେ ଡେବିଟ୍ କାର୍ଡ, କ୍ରେଡିଟ କାର୍ଡ, ଅନଲାଇନ ପେମେଣ୍ଟ କୁ ଗ୍ରହଣ କରାଯାଇଥାଏ ଠିକ୍ ସେହିପରି ଡିଜିଟାଲ କରେନ୍ସିକୁ ଗ୍ରହଣ କରାଯାଇପାରିବ। ତେବେ କ୍ରିପ୍ଟୋ କ୍ଷେତ୍ରରେ ଏହି ସୁବିଧା ଆପଣଙ୍କୁ ମିଳିପାରିବ ନାହିଁ ।