୬ ହଜାର ଗାଁରେ ନେଟୱର୍କର ନାହିଁ ନାଁ ଗନ୍ଧ, ଡିଜିଟାଲ ପ୍ରଚାର ହେବ କେମିତି?
Advertisement

୬ ହଜାର ଗାଁରେ ନେଟୱର୍କର ନାହିଁ ନାଁ ଗନ୍ଧ, ଡିଜିଟାଲ ପ୍ରଚାର ହେବ କେମିତି?

ଅନୁପାତରେ ଯଦି ହିସାବ କରାଯାଏ ତେବେ ରାଜ୍ୟରେ ୪୭ ହଜାରରୁ ଅଧିକ ଗାଁ ଥିବା ବେଳେ ୮ ପ୍ରତିଶତ ଗାଁରେ  ମୋବାଇଲ ନେଟଓ୍ବର୍କ ନାହିଁ। 

୬ ହଜାର ଗାଁରେ ନେଟୱର୍କର ନାହିଁ ନାଁ ଗନ୍ଧ, ଡିଜିଟାଲ ପ୍ରଚାର ହେବ କେମିତି?

ଭୁବନେଶ୍ୱର: ହାତ ପାହାନ୍ତାରେ ମିଳୁଛି ସବୁ କିଛି। ତାର କାରଣ ହେଉଛି ଆଜିର ଆଧୁନିକ ଯୁଗରେ ସ୍ମାର୍ଟ ଫୋନର ବ୍ୟବହାର। ମୋବାଇଲ ଜରିଆରେ ପାଠପଢା, ମୋବାଇଲ ଜରିଆରେ ସପିଂ, ମୋବାଇଲ ଜରିଆରେ ଘରକରଣା ସାମଗ୍ରୀର କିଣାବିକା। ତେବେ ଗତ ଦୁଇବର୍ଷ ଧରି କୋରୋନାର କହର ଭିତରେ ମୋଡ଼ି ମକଚି ହେଲେଣି ଜନସାଧାରଣ । ହେଲେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଜନତା ସମାଗମକୁ ନଜରରେ ରଖି ଶୋଭାଯାତ୍ରା ଉପରେ ନିଷେଧାଦେଶ ଜାରି କରାଯାଇଛି। 

ନିର୍ଦ୍ଦେଶ ଅନୁଯାୟୀ, ମାତ୍ର ୫ ଜଣ ସମର୍ଥକଙ୍କୁ ନେଇ ଦୁଆର ଦୁଆର ବୁଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୁକ୍ତ। ଆଉ ମାତ୍ର ଦିନ କେଇଟା ପରେ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେଉଛି ତେବେ କୋରୋନା କାଳେ ଡିଜିଟାଲ୍‌ ପ୍ରଚାରକୁ ରାଜନୈତିକ ଦଳମାନେ ବିଶେଷ ପ୍ରାଧାନ୍ୟ ଦେଇଛନ୍ତି। ହେଲେ ସଂଚାର ମନ୍ତ୍ରାଳୟରୁ ମିଳିଥିବା ସୂଚନାନୁସାରେ, ଆମ ରାଜ୍ୟରେ ୬ ହଜାରରୁ ଅଧିକ ଗାଁରେ ମୋବାଇଲ ନେଟୱାର୍କ ନାହିଁ। ଯାହା ସମସ୍ତଙ୍କୁ ଚକିତ କରିଛି। 

fallback

Also Read: ମନରେ ଉଠିଲାଣି ପ୍ରଶ୍ନ ? Crypto ଓ Digital କରେନ୍ସି ମଧ୍ୟରେ କଣ ରହିବ ତଫାତ...

ତଥ୍ୟ ଅନୁସାରେ, ଦେଶରେ ମୋଟ ୨୫,୦୬୭ ଗାଁ ରେ ମୋବାଇଲ୍‌ ନେଟଓ୍ବର୍କ ନଥିବା ବେଳେ ଆମ ରାଜ୍ୟ ଓଡ଼ିଶାରେ ସର୍ବାଧିକ ୬,୦୯୯ ଗାଁ ବିନା ନେଟୱାର୍କରେ ରହିଛି। ସେହି ଅନୁପାତରେ ଯଦି ହିସାବ କରାଯାଏ ତେବେ ରାଜ୍ୟରେ ୪୭ ହଜାରରୁ ଅଧିକ ଗାଁ ଥିବା ବେଳେ ୮ ପ୍ରତିଶତ ଗାଁରେ  ମୋବାଇଲ ନେଟଓ୍ବର୍କ ନାହିଁ। ଯାହା ଫଳରେ ଏଠାରେ ମୋବାଇଲ ବ୍ୟବହାର କରିବା ଏକ ପ୍ରକାର ସ୍ୱପ୍ନ ପାଲଟିଛି। 

ସର୍ବାଧିକ-
ଓଡ଼ିଶା – ୬,୦୯୯
ମଧ୍ୟପ୍ରଦେଶ – ୨,୬୧୨
ମହାରାଷ୍ଟ୍ର – ୨,୩୨୮
ଅରୁଣାଚଳ ପ୍ରଦେଶ – ୨,୨୨୩
ଛତିଶଗଡ଼ – ୧,୮୪୭
ଆନ୍ଧ୍ରପ୍ରଦେଶ – ୧,୭୮୭
ମେଘାଳୟ – ୧,୬୭୪
ଝାଡ଼ଖଣ୍ଡ – ୧,୧୪୪
ରାଜସ୍ଥାନ – ୯୪୧
ଆସାମ – ୬୧୬
ଗୁଜରାଟ – ୫୧୨
ମଣିପୁର – ୪୬୩
କର୍ଣାଟକ – ୪୪୧
ଉତ୍ତରାଖଣ୍ଡ – ୪୨୬
ହିମାଚଳ ପ୍ରଦେଶ – ୩୮୩
ଉତ୍ତରପ୍ରଦେଶ – ୩୨୭

ସର୍ବନିମ୍ନ-
ବିହାର – ୨୪୫
ମିଜୋରାମ – ୨୦୬
ଜମ୍ମୁ କଶ୍ମୀର – ୧୫୪
ତେଲେଙ୍ଗାନା – ୧୫୩
ଆଣ୍ଡାମନ ନିକୋବର – ୧୫୧
ନାଗାଲାଣ୍ଡ – ୧୪୪
ଲଦାଖ – ୬୪
ତାମିଲନାଡ଼ୁ – ୪୯
ତ୍ରିପୁରା – ୩୧
ଗୋଆ – ୨୮
ସିକ୍କିମ – ୧୦
ପଶ୍ଚିମବଙ୍ଗ – ୮
ଲାକ୍ଷାଦ୍ବୀପ – ୧