୩ ସପ୍ତାହ ପରେ ଆସିବ କୋରୋନା ଟିକା! ପ୍ରଥମ ସ୍ୱାସ୍ଥ୍ୟକର୍ମୀଙ୍କ କରାଯିବା ଟିକାକରଣ
ଏବେ ଟିକା ପ୍ରସ୍ତୁତି ନେଇ ଭାରତ ଉପରେ ସାରା ବିଶ୍ୱର ନଜର ରହିଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଟାସ୍କଫୋର୍ସ ଗଠନ କରି ପ୍ରାୟ ସବୁ ରାଜ୍ୟ ସରକାର ଟୀକା ବଣ୍ଟନ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି।
ପ୍ରକାଶ ପରିଡା,ନୂଆଦିଲ୍ଲୀ: ପ୍ରସ୍ତୁତ କୋରୋନା ଟୀକା (Corona Vaccine) ରଣନୀତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି (PM Modi) ଦେଶରେ କୋରୋନା ଟୀକା ପ୍ରସ୍ତୁତି ନେଇ ସର୍ବଦଳୀୟ ବୈଠକରେ ଏହାର ଆଭାସ ଦେଇଛନ୍ତି । ଭର୍ଚ୍ଚୁଆଲ ବୈଠକରେ ଟିକା ପ୍ରସ୍ତୁତିଠାରୁ ଆରମ୍ଭ କରି ଟିକା ବିତରଣ ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ଟିକା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି ଓ ଖୁବଶୀଘ୍ର ଏହା ଦେଶବାସୀଙ୍କୁ ମିଳିବାକୁ ଯାଉଛି ବୋଲି ଖୋଦ ପ୍ରଧାନମନ୍ତ୍ରୀ ଆଶାବାଦୀ ଅଛନ୍ତି।
ଏବେ ଟିକା ପ୍ରସ୍ତୁତି ନେଇ ଭାରତ ଉପରେ ସାରା ବିଶ୍ୱର ନଜର ରହିଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଟାସ୍କଫୋର୍ସ ଗଠନ କରି ପ୍ରାୟ ସବୁ ରାଜ୍ୟ ସରକାର ଟୀକା ବଣ୍ଟନ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଡିସେମ୍ବର ଶେଷ ସପ୍ତାହରେ ପ୍ରଥମ ପର୍ଯ୍ୟାୟରେ ଏକ କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ମିଳିବାକୁ ଯାଉଛି। ପରେ ଆଉ ୨ କୋଟି ଫ୍ରଣ୍ଟ ଲାଇନରଙ୍କୁ ମଧ୍ୟ ଟିକା ଯୋଗାଇବାକୁ ଯୋଜନା ପ୍ରସ୍ତୁତ ହୋଇସାରିଥିବା ସୂଚନା ମିଳିଛି ।
ଦେଶରେ ଏବେ ଟିକା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦେଶବାସୀଙ୍କୁ କୋରୋନା କବଳରୁ ମୁକ୍ତି ମିଳିବା ଆଶା ଉଜ୍ଜଳ ହୋଇଛି। ଏବେ ମହାମାରୀକୁ ହରାଇବା ପାଇଁ ଭାରତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ୩ଟି ଟିକା ପରୀକ୍ଷଣ। କୋଭାକ୍ସିନ, କୋଭିସିଲ୍ଡ , ଜାୟକୋବ-ଡି ଟୀକା ଉପରେ ଦେଶବାସୀ ଭରଷା କରିଛନ୍ତି ।
Also Read: ଆସିଲା ଖୁସି ଖବର; ଆଗାମୀ ସପ୍ତାହରେ ମିଳିବ କୋରୋନା ଟିକା!
ସେପଟେ ଦେଶରେ ସ୍ୱଦେଶୀ ଟିକା ପ୍ରସ୍ତୁତି ପଛରେ ଯେଉଁ ୩ ଜଣଙ୍କ ପ୍ରମୁଖ ଭୂମିକା ରହିଛି, ସେମାନଙ୍କ ମଧ୍ୟରେ ଅଛନ୍ତି ଡାକ୍ତର ଗୁଲେରିୟା। ଟୀକା ପ୍ରସ୍ତୁତି ପଛରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ, ଯିଏ ଟିକା ପ୍ରସ୍ତୁତି ନେଇ ସବୁ ଖବର ରଖିବା ସହ କାର୍ଯ୍ୟ ତ୍ୱରାନ୍ୱିତ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ନୀତି ଆୟୋଗ ସଦସ୍ୟ ବିକେ ପଲ ଏବଂ ତୃତୀୟରେ ଅଛନ୍ତି ଡାକ୍ତର ଗୁଲେରିୟା।
ଡାକ୍ତରଙ୍କ ଦାବି ଅନୁସାରେ ଟୀକାର ଜରୁରୀକାଳୀନ ବ୍ୟବହାର ମଞ୍ଜୁରୀ ପାଇଁ ଆବେଦନ ହେବ। ଜରୁରୀ ଟିକା ଆପ୍ରୁଭାଲ ସମୟରେ ଫାର୍ମା କମ୍ପାନୀ କ୍ଲିନିକାଲ ଟ୍ରାଏଲର ତଥ୍ୟ ପ୍ରଦାନ କରିବା ପରେ ୨ଟି ପର୍ଯ୍ୟାୟରେ ଆବେଦନ ହୋଇଥାଏ। ଟିକାକୁ ନେଇ ପ୍ରଥମେ ବିଶେଷଜ୍ଞ କମିଟି ବିଚାର କରିଥାନ୍ତି। ପରେ ଆପେକ୍ସ କମିଟି ଅନୁମତି ଦେବା ପରେ ଟିକାକୁ ଜରୁରୀ ଆନୁମୋଦନ ମିଳିଥାଏ ।
Also Read: କୋରୋନା ଟିକାର ୧.୬ ବିଲିୟନ ଡୋଜ ଭାରତର, ଜାଣନ୍ତୁ କେଉଁ ଦେଶ କେଉଁଠୁ କିଣୁଛି ଭ୍ୟାକ୍ସିନ
ପୁରୁଣା ଟିକା ଅନୁମୋଦନ ସମ୍ପର୍କିତ ତଥ୍ୟ ଦେଖିଲେ ମଞ୍ଜୁରୀ ପ୍ରତ୍ୟାହାର ହେବାର ମଧ୍ୟ ନଜିର ରହିଛି। କୋରୋନା ଚିକିତ୍ସାରେ ବ୍ୟବହାର ହେଉଥିବା ହାଇଡ୍ରୋକ୍ଲୋରୋକ୍ୱିନ ଓ ରେମଡିସିଭିର ପାଇଁ ମଧ୍ୟ ଏପରି ହୋଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ-ଡବ୍ଲ୍ୟଏଚଓ (WHO-World Health Organization) ପ୍ରଥମେ ଯେଉଁ ଔଷଧକୁ କୋରୋନା ଚିକିତ୍ସା ପାଇଁ ଅନୁମତି ଦେଇଥିଲା ପରେ ତାହାକୁ ପ୍ରତ୍ୟାହାର କରିନେଇଥିଲା।
Also Read: କୋରୋନା ଟିକାକୁ ନେଇ ବହୁତ ବଡ଼ ଖୁସି ଖବର ଦେଲେ ଏମ୍ସ ନିର୍ଦ୍ଦେଶକ
ସେହିପରି ୧୯୬୦ରେ ଗଲସୁଆ ବା ମମ୍ସ ଟିକା ସବୁଠାରୁ କମ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଥିଲା । ସେତେବେଳେ ଏହି ଟିକା ୪ ବର୍ଷ ମଧ୍ୟରେ ପ୍ରସ୍ତୁତ ହୋଇଥିଲା । ଏହି ତଥ୍ୟକୁ ଦେଖିଲେ କୋରୋନା ଟୀକା ପ୍ରସ୍ତୁତିକୁ ନେଇ ସ୍ୱାଭାବିକ ପ୍ରଶ୍ନ ଉଠିଥାଏ । ମାତ୍ର ୧୦ ମାସ ମଧ୍ୟରେ ଟୀକା ପ୍ରସ୍ତୁତି ପାଇଁ କୌଣସି ସର୍ଟକର୍ଟ ପ୍ଲାନରେ କରାଯାଇ ନାହିଁ ବରଂ ପ୍ରଥମ ଥର ପାଇଁ AI ତଥ୍ୟ ଭିତ୍ତିରେ ଟିକା ପ୍ରସ୍ତୁତ ହୋଇଥିବାରୁ ଖୁବ କମ ସମୟ ମଧ୍ୟରେ ଟିକା ପ୍ରସ୍ତୁତି ସମ୍ଭବ ହୋଇପାରିଛି। ଟିକା ଗବେଷଣାରେ ବ୍ରିଟେନ ପ୍ରାୟ ୬୦ ହଜାର କୋଟି ଖର୍ଚ୍ଚ କରିଛି। ଟୀକାର ଗବେଷଣାରେ ଅଧିକ ଧ୍ୟାନ ଦିଆଯାଇଛି, ପରୀକ୍ଷାମୂଳକ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି।