ଆସିଲା ଖୁସି ଖବର; ଆଗାମୀ ସପ୍ତାହରେ ମିଳିବ କୋରୋନା ଟିକା!
Advertisement
Article Detail0/zeeodisha/odisha799646

ଆସିଲା ଖୁସି ଖବର; ଆଗାମୀ ସପ୍ତାହରେ ମିଳିବ କୋରୋନା ଟିକା!

ପ୍ରଥମେ କୋରୋନା ଟିକା କାହାକୁ ଦିଆଯିବ ସେ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ସର୍ବପ୍ରଥମେ ଗୁରୁତର ରୋଗରେ ଆକ୍ରାନ୍ତ ହୋଇଥିବା ବୟସ୍କ ବ୍ୟକ୍ତି, ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖରେ ରହି କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ପ୍ରଦାନ କରାଯିବ। 

ଆସିଲା ଖୁସି ଖବର; ଆଗାମୀ ସପ୍ତାହରେ ମିଳିବ କୋରୋନା ଟିକା!

ନୂଆଦିଲ୍ଲୀ: ବିଶ୍ୱରେ ଆତଙ୍କ ଖେଳାଇଥିବା କୋରୋନା ମହାମାରୀକୁ (Corona Pandemic) ସମୂଳେ ନାଶ କରିବାକୁ ଅଣ୍ଟା ଭିଡିଛି ଭାରତ। ଏହାକୁ ନଜରରେ ରଖି ଅନ୍ତିମ ଲଢେଇ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର (Modi Govt) । ଦେଶବ୍ୟାପୀ କୋଭିଡ୧୯ ମୁକାବିଲା ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କ (PM Modi) ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।     

ଏହି ବୈଠକରେ ଯୋଗ ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଆଗାମୀ କିଛି ସପ୍ତାହ ମଧ୍ୟରେ ମିଳିବ କୋରୋନା ଟିକା। ବିଭିନ୍ନ ଧରଣର ପ୍ରାୟ ୮ଟି କୋଭିଡ୧୯ ଭ୍ୟାକସିନ (Covid19 Vaccine) ନିର୍ମାଣ ହେବା ସହ ଏହାର ପରୀକ୍ଷଣ ଚାଲିଛି ଏବଂ ୩ଟି ଭାରତୀୟ କୋରୋନା ଟିକା (Indian Corona Vaccine) ପ୍ରସ୍ତୁତି ଜନିତ କାର୍ଯ୍ୟକ୍ରମ ଏବେ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ପହଞ୍ଚିଛି। ବିଶେଷଜ୍ଞଙ୍କ ବିଶ୍ୱାସ କୋରୋନା ଟିକା ଉପଲବ୍ଧ ହେବାକୁ ବେଶୀ ସମୟ ଲାଗିବ ନାହିଁ। ଯେତେବେଳେ ଆମେ ବୈଜ୍ଞାନିକଙ୍କ ଠାରୁ ଆଗକୁ ବଢିବା ସେତେବେଳେ ଦେଶରେ ଟୀକାକରଣ ଆରମ୍ଭ ହେବ।

କୋରୋନା ଭ୍ୟାକସିନକୁ ନେଇ ଶୁକ୍ରବାର ଭର୍ଚ୍ୟୁଆଲ ସର୍ବଦଳୀୟ ବୈଠକ (Virtual All Party Meeting) ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଓ ଗୁଲାମନବୀ ଆଜାଦ,  ବିଏସପି ନେତା ସତୀଶଚନ୍ଦ୍ର ମିଶ୍ର, ସମାଜବାଦ ପାର୍ଟି ନେତା ରାମଗୋପାଳ ଯାଦବ, ଏନସିପି ନେତା ଶରଦ ପାୱାର, ଡିଏମକେ ନେତା ଟିଆର ବାଲୁ ପ୍ରମୁଖ ଉପସ୍ଥିତ ରହିଥିଲେ। 

ପ୍ରଧାନମନ୍ତ୍ରୀ ଦେଶର କୋରୋନା ଆରୋଗ୍ୟ ହାରକୁ ଖୁସି ବ୍ୟକ୍ତ କରିଛନ୍ତି। ବୈଠକରେ କୋରୋନା ଟିକା ଉପରେ ଚର୍ଚ୍ଚା ହୋଇଥିଲା। ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ବୈଜ୍ଞାନିକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ରହିଛି। ଆଗାମୀ କିଛି ସପ୍ତାହ ମଧ୍ୟରେ କୋଭିଡ୧୯ ଟିକା ପ୍ରସ୍ତୁତ ହୋଇଯିବ। ପ୍ରଥମେ ଏହାକୁ ବୟସ୍କ ବ୍ୟକ୍ତି ଏବଂ କୋରୋନା ଯୋଦ୍ଧାଙ୍କୁ (Corona Warriors) ପ୍ରଦାନ କରାଯିବ।    

ପ୍ରଥମେ କୋରୋନା ଟିକା କାହାକୁ ଦିଆଯିବ ସେ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ସର୍ବପ୍ରଥମେ ଗୁରୁତର ରୋଗରେ ଆକ୍ରାନ୍ତ ହୋଇଥିବା ବୟସ୍କ ବ୍ୟକ୍ତି, ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖରେ ରହି କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ପ୍ରଦାନ କରାଯିବ। କୋରୋନା ଟିକା ବିତରଣ କାର୍ଯ୍ୟରେ କେନ୍ଦ୍ର-ରାଜ୍ୟ ଦ୍ୱାରା ଗଠିତ ହୋଇଥିବା ସରକାରୀ ଟିମ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। କୋରୋନା ମୁକାବିଲା ନେଇ ଆମ ନିକଟରେ ବିଶେଷଜ୍ଞ ଅଛନ୍ତି। 

Also Read: କୋରୋନା ଟିକାର ୧.୬ ବିଲିୟନ ଡୋଜ ଭାରତର, ଜାଣନ୍ତୁ କେଉଁ ଦେଶ କେଉଁଠୁ କିଣୁଛି ଭ୍ୟାକ୍ସିନ

କୋରୋନା ଟୀକା କରଣ ମୂଲ୍ୟ କେତେ ସେ ବାବଦରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଏନେଇ କେନ୍ଦ୍ର-ରାଜ୍ୟ ସରକାର ପରସ୍ପର ମଧ୍ୟରେ ଆଲୋଚନା କରୁଛନ୍ତି। ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ଟିକା ମୂଲ୍ୟ ସ୍ଥିର ହେବ ଏବଂ ଏଥିରେ ରାଜ୍ୟ ସରକାର ପ୍ରମୁଖ ଭୂମିକା ଗ୍ରହଣ କରିବେ। କରୋନା ଟିକା ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। 

କୋରୋନା ଟିକାର ମୂଲ୍ୟ କେତେ ରହିବ ତାହାର ଦର କେନ୍ଦ୍ର-ରାଜ୍ୟ ସରକାର ମିଳିତ ଭାବେ ସ୍ଥିର କରିବେ। ଲୋକଙ୍କୁ ନଜରରେ ରଖି କୋରୋନା ଟିକା ମୂଲ୍ୟ ସ୍ଥିର ହେବ। ବର୍ତ୍ତମାନ ଏପରି ଧରଣର ୮ଟି ଟିକା ରହିଛି ଯାହାକୁ ବିଭିନ୍ନ ପର୍ଯ୍ୟାୟର ପରୀକ୍ଷଣ ପରେ ପ୍ରସ୍ତୁତ କରାଯାଇଛି। ବୈଜ୍ଞାନିକଙ୍କ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ଏହାର ବିତରଣ ଆରମ୍ଭ ହୋଇଯିବ। କୋରୋନା ଟିକା ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। କେନ୍ଦ୍ର ସରକାର ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ମଧ୍ୟ ଗଠନ କରିଛନ୍ତି ଯାହାର  ସୁପାରିଶ ମିଳିବା ପରେ ଏହି କାର୍ଯ୍ୟ ଆରମ୍ଭ ହେବ। ଭାରତ ଏକ ସ୍ୱତନ୍ତ୍ର ସଫ୍ଟୱେୟାର ଉପରେ କାମ କରୁଛି, ଯାହା ସମସ୍ତଙ୍କୁ କୋରୋନା ଟିକା ପହଞ୍ଚାଇବା ଉପରେ ନଜର ରଖିବ।

Also Read: କୋରୋନା ଟିକାକୁ ନେଇ ବହୁତ ବଡ଼ ଖୁସି ଖବର ଦେଲେ ଏମ୍ସ ନିର୍ଦ୍ଦେଶକ

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏହି ଟିକାକୁ ବ୍ୟାପକ ଆକାରରେ ବାଣ୍ଟିବା ପାଇଁ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି, ଯାହା କେବଳ ରାଜ୍ୟ ସରକାରଙ୍କ ସହାୟତାରେ ସମ୍ଭବ ହେବ। ଭାରତ ଭୟର ବାତାବରଣରୁ ଆତ୍ମବିଶ୍ୱାସର ପରିବେଶ ଆଡକୁ ଦ୍ରୁତ ଗତିରେ ଅଗ୍ରସର ହୋଇଛି। ଟୀକାକରଣ କାର୍ଯ୍ୟକ୍ରମରେ ଅଭିଜ୍ଞତା ରଖିବା କ୍ଷେତ୍ରରେ ଆମେ ହେଉଛେ ସବୁଠୁ ବଡ ନେଟୱାର୍କ। ଟିକାର ଉପଲବ୍ଧତା ଏବଂ ନିର୍ମାଣ ସମୟ ବାବଦରେ ସୂଚନା ଦେବା ପାଇଁ ଏକ ସ୍ୱତନ୍ତ୍ର ସଫ୍ଟୱେର୍ ମଧ୍ୟ ପ୍ରସ୍ତୁତ କରାଯାଇଛି।

ଟିକା ସହ ଜଡିତ ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି। ଏନେଇ କହିଛନ୍ତି କୋରୋନା ଟିକାକୁ ନେଇ କୌଣସି ଗୁଜବ ପ୍ରଚାର କରାଯିବା ଠିକ ନୁହେଁ ଏବଂ ଏହା ଜାତୀୟ ସ୍ୱାର୍ଥରେ ଉପଯୋଗ ହେବା ଆବଶ୍ୟକ। ଏଥିପାଇଁ ସମସ୍ତ ରାଜନୈତିକ ଦଳଙ୍କୁ ସଚେତନ ହେବାକୁ ପଡିବ। ସର୍ବଦଳୀୟ ବୈଠକରେ ସେ କହିଛନ୍ତି ବିଶ୍ୱ ସମୁଦାୟ ଏବେ ସ୍ୱଳ୍ପ ମୂଲ୍ୟର ନିରାପଦ ଟିକା ହାତେଇବା ଉପରେ ନଜର ରଖିଛି। ସ୍ୱାଭାବିକ ସମଗ୍ର ବିଶ୍ୱ ମଧ୍ୟ ଭାରତ ଉପରେ ନଜର ରଖିଛି। ଟିକା ବିତରଣ ଉପରେ କାର୍ଯ୍ୟ ଚାଲିଛି। ଟିକାକରଣ ପାଇଁ ଭାରତର ଅଭିଜ୍ଞତା ଗୁରୁତ୍ୱପୂର୍ଣ୍ଣ।