ନୂଆଦିଲ୍ଲୀ: coronavirus Cases and death in india : କୋରୋନା ଭୂତାଣୁ (Coronavirus) ପୁଣି ଥରେ ଦେଶର ରାଜଧାନୀ ସମେତ ୫ଟି ପ୍ରମୁଖ ରାଜ୍ୟରେ ବ୍ୟାପିବାରେ ଲାଗିଛି । ସମ୍ପ୍ରତି ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟରୁ କେବଳ ୭୪ ପ୍ରତିଶତ କୋରୋନା ମାମଲା ଚିହ୍ନଟ ହୋଇଛି । ବର୍ତ୍ତମାନ ଦିଲ୍ଲୀରେ କୋରୋନାର ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, କର୍ମଚାରୀଙ୍କୁ ବେତନ-ପେନସନ ଦେବାରେ ବିଳମ୍ବ ହେଲେ ସରକାରଙ୍କୁ ଦେବାକୁ ପଡ଼ିବ ସୁଧ


ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୧୬,୪୮୮ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୧୧୩ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏଥି ସହିତ ୧୨,୭୭୧ ଜଣ କୋରୋନା ସଂକ୍ରମିତ ଏହି ମହାମାରୀକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୧,୧୦,୭୯,୯୭୯ କୋରୋନା ମାମଲା ଚିହ୍ନଟ  ହୋଇଛି । ସେଥିରୁ ୧,୦୭,୬୩,୪୫୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷେ ଦେଶରେ ବର୍ତ୍ତମାନ ସମୟରେ ୧,୫୯,୫୯୦ ସକ୍ରିୟ ମାମଲା ଅଛି । ଏହା ବ୍ୟତୀତ ଦେଶରେ ବର୍ତ୍ତମାନ ଯାଏ ୧,୫୬,୯୩୮ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 


ଅଧିକ ପଢ଼ନ୍ତୁ:-LIC ର ଏହି ପଲିସିରେ ପ୍ରତିଦିନ ୨୮ ଟଙ୍କା ନିବେଶ କରି ପାଇପାରିବେ ୨୬ ଲକ୍ଷ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ଲାନ୍...


ସେପଟେ କୋରୋନାରୁ ସୁରକ୍ଷା ପାଇଁ ୧,୪୨,୪୨,୫୪୭ ଲୋକଙ୍କୁ ଟିକା (Corona Vaccine) ଦିଆଯାଇଛି । କେରଳ, ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଗୁଜୁରାଟରେ ବଢୁଥିବା ମାମଲା ମଧ୍ୟରେ ୮ଟି ରାଜ୍ୟ ସହ କ୍ୟାବିନେଟ ସଚିବ ଏକ ସମୀକ୍ଷା ବୈଠକ କରିବେ ।


ଦିଲ୍ଲୀ ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦିଲ୍ଲୀରେ କୋରୋନା ସଂକ୍ରମଣ ହାର ୦.୪୧ ପ୍ରତିଶତରେ ପହଞ୍ଚିଛି, ଯାହା ଗତ ଏକ ମାସ ମଧ୍ୟରେ ସର୍ବାଧିକ । ଏହାପୂର୍ବରୁ, ଜାନୁଆରୀ ୨୯ରେ ୦.୪୨ ପ୍ରତିଶତ ସଂକ୍ରମଣ ହାର ରେକର୍ଡ କରାଯାଇଥିଲା । ଏଥି ସହିତ ଦିଲ୍ଲୀରେ ସକ୍ରିୟ କୋରୋନା ରୋଗୀଙ୍କ ସଂଖ୍ୟା ୧୨୩୧କୁ ବୃଦ୍ଧି ପାଇଥିବାବେଳେ ୫୭୪ ରୋଗୀଙ୍କୁ ହୋମ୍ ଆଇସୋଲେଶନରେ ଚିକିତ୍ସା କରାଯାଉଛି ।


ଅଧିକ ପଢ଼ନ୍ତୁ:-ମହଙ୍ଗା ମାଡ଼ ମଧ୍ୟରେ ଏହି LPG ସିଲିଣ୍ଡର ହେଲା ଶସ୍ତା, ଜାଣନ୍ତୁ କେତେ ହ୍ରାସ ପାଇଛି ମୂଲ୍ୟ


ଦିଲ୍ଲୀରେ ଫେବୃଆରୀ ୨୬ ପୂର୍ବରୁ ଫେବୃଆରୀ ୧ରେ ସର୍ବାଧିକ ୧୨୬୫  ସକ୍ରିୟ କୋରୋନା ରୋଗୀ ଥିଲେ । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୫୬ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି ଏବଂ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୩ ଜଣ ରୋଗୀ ମଧ୍ୟ କୋରୋନାରୁ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦିଲ୍ଲୀରେ ପୁନରୁଦ୍ଧାର ହାର ୯୮ ପ୍ରତିଶତରୁ ଅଧିକ ରହିଛି ।