• ପଞ୍ଚାୟତ ସ୍ତରରେ TMC ଓ ସଙ୍ଗରୋଧ କେନ୍ଦ୍ର ଖୋଲିବାକୁ ସାଂସଦ ବସନ୍ତ ପଣ୍ଡାଙ୍କ ଦାବି
  • ନାରଦା ସ୍କାମରେ ମମତା ବାନାର୍ଜୀଙ୍କ କ୍ୟାବିନେଟ ମନ୍ତ୍ରୀ ଓ ବିଧାୟକ ଗିରଫ
  • DRDO ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ୨-ଡିଜି ଔଷଧ ଲଞ୍ଚ
  • କୋରୋନାରେ ବିଶିଷ୍ଟ ସଂଗୀତ ନିର୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ
  • ରାଜ୍ୟରେ କୋଭିଡ ମୁକାବିଲା ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ
  • ଦେଶରେ ଦିନକରେ ୨,୮୧,୩୮୬ ନୂଆ କୋରୋନା ଆକ୍ରାନ୍ତ , ୪,୧୦୬ ମୃତ
  • ରାଜ୍ୟରେ ୨୪ ଘଣ୍ଟାରେ ୧୦୭୫୭ ପଜିଟିଭ୍ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ଆଉ ୨୨ ଜୀଵନ ନେଲା କରୋନା
  • ଭକ୍ତଙ୍କ ପାଇଁ ଜୁନ୍ ୧୫ ଯାଏଁ ଶ୍ରୀମନ୍ଦିରରେ ପ୍ରଭୁଦର୍ଶନ ମନା
  • କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଅବଧି ବଢିଲା

LIC ର ଏହି ପଲିସିରେ ପ୍ରତିଦିନ ୨୮ ଟଙ୍କା ନିବେଶ କରି ପାଇପାରିବେ ୨୬ ଲକ୍ଷ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ଲାନ୍...

ଏହି ପଲିସିର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ପଲିସି ଧାରକ ୧୦୦ ବର୍ଷ ବୟସ ପର୍ଯ୍ୟନ୍ତ କଭର ପାଇଥାଏ । ମ୍ୟାଚ୍ୟୋରିଟି କିମ୍ବା ପଲିସି ଧାରକଙ୍କ ମୃତ୍ୟୁରେ ତାଙ୍କ ପରିବାରକୁ ଏକାଥରେ ସମସ୍ତ ଟଙ୍କା ଦିଆଯାଏ । ୯୦ ଦିନରୁ ଆରମ୍ଭ କରି ୫୫ ବର୍ଷ ବୟସର ଲୋକମାନେ ଏଥିରେ ନିବେଶ କରିପାରିବେ ।

LIC ର ଏହି ପଲିସିରେ ପ୍ରତିଦିନ ୨୮ ଟଙ୍କା ନିବେଶ କରି ପାଇପାରିବେ ୨୬ ଲକ୍ଷ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ଲାନ୍...

ନୂଆଦିଲ୍ଲୀ: ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ରେ ନିବେଶ କରିବା ଅତି ସୁରକ୍ଷିତ ବୋଲି ମନେ କରାଯାଏ । LIC ହେଉଛି ଦେଶର ସବୁଠାରୁ ବିଶ୍ୱସ୍ତ ଏବଂ ବୃହତ୍ତମ ବୀମା କମ୍ପାନୀ । ଯଦି ଆପଣ LIC ର କୌଣସି ପଲିସିରେ ନିବେଶ କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣ 'ଜୀବନ ଉମଙ୍ଗ' (Jeevan Umang) ଚୟନ କରିପାରିବେ ।

ଅଧିକ ପଢ଼ନ୍ତୁ:-ମହଙ୍ଗା ମାଡ଼ ମଧ୍ୟରେ ଏହି LPG ସିଲିଣ୍ଡର ହେଲା ଶସ୍ତା, ଜାଣନ୍ତୁ କେତେ ହ୍ରାସ ପାଇଛି ମୂଲ୍ୟ

ଏହି ପଲିସିର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ପଲିସି ଧାରକ ୧୦୦ ବର୍ଷ ବୟସ ପର୍ଯ୍ୟନ୍ତ କଭର ପାଇଥାଏ । ମ୍ୟାଚ୍ୟୋରିଟି କିମ୍ବା ପଲିସି ଧାରକଙ୍କ ମୃତ୍ୟୁରେ ତାଙ୍କ ପରିବାରକୁ ଏକାଥରେ ସମସ୍ତ ଟଙ୍କା ଦିଆଯାଏ । ୯୦ ଦିନରୁ ଆରମ୍ଭ କରି ୫୫ ବର୍ଷ ବୟସର ଲୋକମାନେ ଏଥିରେ ନିବେଶ କରିପାରିବେ ।

ଅଧିକ ପଢ଼ନ୍ତୁ:-ମାତ୍ର ୧୦୦ ଟଙ୍କାର ଲଟେରୀ ଟିକେଟରେ ରାତାରାତି କୋଟିପତି ହେଲେ ଜଣେ ଗୃହିଣୀ

ପ୍ରିମିୟମ୍ ଦେୟ ଅବଧି ଯଥା PPT ୧୫, ୨୦, ୨୫ ଏବଂ ୩୦ ବର୍ଷ ପାଇଁ ସ୍ଥିର ହୋଇଛି । ପ୍ରିମିୟମ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ କିସ୍ତି ପ୍ରଦାନ କରିଦିଆଗଲେ, ପଲିସି ଧାରକଙ୍କୁ ଗ୍ୟାରେଣ୍ଟିର ସହିତ ସର୍ବନିମ୍ନ ରାଶି ମିଳିଥାଏ । ଜୀବନ ବୀମା ରିଟର୍ଣ୍ଣର ୮ ପ୍ରତିଶତ ଆଜୀବନ ପାଇଁ ପ୍ରତିବର୍ଷ ମିଳିଥାଏ । ଏହି ପଲିସିରେ ଛୋଟ ନିବେଶ କରି ଜୀବନ ସାରା ଟଙ୍କା ମିଳିଥାଏ । ଏହି ପଲିସିରେ ଆପଣ ପ୍ରତିଦିନ ୨୮ ଟଙ୍କା ନିବେଶ କରିପାରିବେ । ଏବଂ ଆପଣ ୨୬,୧୬,୨୫୦ ଟଙ୍କା ରିଟର୍ନ ପାଇପାରିବେ  ।

ଅଧିକ ପଢ଼ନ୍ତୁ:-ଗେହଲଟ-ପାଇଲଟ ମଧ୍ୟରେ ଶେଷ ହେଉଛି ଦୂରତ୍ୱ! ଜାଣନ୍ତୁ ଏହା ପଛର କାରଣ

ଧରାଯାଉ, କୌଣସି ବ୍ୟକ୍ତିଙ୍କ ବୟସ ୨୦ ବୟସ ଏବଂ ସେ ୨୫ ବର୍ଷର ପ୍ରିମିୟମ୍ ପେମେଣ୍ଟ୍ ଟର୍ମ ପ୍ଲାନ୍ (୭୯ ବର୍ଷ ଟର୍ମ) ବିକଳ୍ପ ଚୟନ କରେ, ତାଙ୍କୁ ମୋଟ ପ୍ରିମିୟମ୍ ୨,୫୮,୭୫୨ ଟଙ୍କା ଦେବାକୁ ପଡିବ । ଏହି ସମୟ ଅବଧିରେ ପଲିସି ଧାରକ ଦୈନିକ ୨୮ ଟଙ୍କା ନିବେଶ କରି ୨୬,୧୬,୨୫୦ ଟଙ୍କା ରିଟର୍ନ ପାଇବେ । ୨୫ ବର୍ଷ ପାଇଁ ପ୍ରିମିୟମ ଦେବା ପରେ ୪୫ ବର୍ଷ ବୟସରୁ ଏହି ରାଶିର ୮ ପ୍ରତିଶତ ପ୍ରତିବର୍ଷ ଆଜୀବନ ମିଳିବା ଜାରି ରହିବ ଯାହା ବାର୍ଷିକ ୨୦,୦୦୦ ଟଙ୍କା ହେବ ।