ନୂଆଦିଲ୍ଲୀ: Coronavirus in Delhi: ଦେଶର ରାଜଧାନୀ ଦିଲ୍ଲୀରେ କୋରୋନା (Coronavirus) ର ତାଣ୍ଡବ ଜାରି ରହିଛି । ବିଗତ କିଛିଦିନ ଧରି ଦିଲ୍ଲୀରେ ରେକର୍ଡ ସଂଖ୍ୟକ ସଂକ୍ରମିତ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଯାହା ଚିନ୍ତାର କାରଣ ପାଲଟିଛି । ବୁଧବାର କୋରୋନାର ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଛି । ଆଉ ପ୍ରଥମ ଥର ପାଇଁ ଦିଲ୍ଲୀରେ ୫୦୦୦ରୁ ଅଧିକ ନୂତନ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୫,୬୭୩ ନୂତନ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଯାହା ପରେ ଏଠାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩,୭୦,୦୧୪କୁ ବୃଦ୍ଧି ପାଇଛି । ଏହା ସହିତ ରାଜଧାନୀରେ ପଜିଟିଭ ହାର ମଧ୍ୟ ୯.୩୭ ପ୍ରତିଶତକୁ ବୃଦ୍ଧି ପାଇଛି । ଏଠାରେ ରିକଭରୀ ହାର ୯୦.୩୩ ପ୍ରତିଶତ ଥିବାବେଳେ ସକ୍ରିୟ ରୋଗୀଙ୍କ ହାର ୭.୯୩ ପ୍ରତିଶତ ରହିଛି । ସେହିପରି ମୃତ୍ୟୁହାର ୧.୭୩ ପ୍ରତିଶତ  ରହିଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଯିଏ ଦେଇଛି ସମଗ୍ର ଦୁନିଆକୁ କୋରୋନା, ସେ ହିଁ ଦେବ ପ୍ରଥମ ଟୀକା !


ଗତ ୨୪ ଘଣ୍ଟା ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଦିଲ୍ଲୀରେ ଆହୁରି ୪୦ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଏଠାରେ କୋରୋନା ମୃତକଙ୍କ ସଂଖ୍ୟା ୬,୩୯୬କୁ ବୃଦ୍ଧି ପାଇଛି । ଅବଶ୍ୟ, ଏହା ଏକ ଆଶ୍ୱସ୍ତିକର ବିଷୟ ଯେ ଏହି ସମୟ ମଧ୍ୟରେ ୪,୧୨୮ ସଂକ୍ରମିତ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି । ଯାହା ପରେ ଦିଲ୍ଲୀରେ ସମୁଦାୟ ୩,୩୪,୨୪୦ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ।


ଅଧିକ ପଢ଼ନ୍ତୁ:-ଭାରତର ଏହି ୫ଟି ରାଜ୍ୟରେ କୋରୋନା ଭୂତାଣୁର ବିପଦ ସବୁଠାରୁ ଅଧିକ, ଚେତାବନୀ ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ


ଭାରତରେ ମଧ୍ୟ ପ୍ରତିଦିନ କୋରୋନା ସଂକ୍ରମିତ ମାମଲାରେ ବୃଦ୍ଧି ଘଟୁଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୮୦ ଲକ୍ଷରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ବୁଧବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା  ୭୯,୯୦,୩୨୨କୁ ବୃଦ୍ଧି ପାଇଛି ।