ଯିଏ ଦେଇଛି ସମଗ୍ର ଦୁନିଆକୁ କୋରୋନା, ସେ ହିଁ ଦେବ ପ୍ରଥମ ଟୀକା !
ଯଦିଓ ଟୀକା (Vaccine) ପରୀକ୍ଷଣର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ଅନେକ ଥର ଲୋକଙ୍କୁ ଝଟକା ଲାଗିଛି । ଅକ୍ସଫୋର୍ଡ (Oxford) ଏବଂ ଜନସନ ଆଣ୍ଡ ଜନସନ (Johnson & Johnson) କମ୍ପାନୀର ଟୀକା ସହିତ ଏହା ଘଟିସାରିଛି ।

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା (Coronavirus) ସଙ୍କଟ ଜାରି ରହିଛି । ଏହି ସମୟରେ ବିଶ୍ୱବାସୀ କୋରୋନା ଭାଇରସ ଭ୍ୟାକ୍ସିନ ବା ଟୀକା (Coronavirus Vaccine) କୁ ଉତ୍ସାହର ସହିତ ଅପେକ୍ଷା ବସିଛନ୍ତି । ଅନେକ ବିଶେଷଜ୍ଞଙ୍କ ଅନୁସାରେ ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ଟୀକା ପ୍ରସ୍ତୁତି ହେବାର ଦାବି କରୁଛନ୍ତି । ଯଦିଓ ଟୀକା (Vaccine) ପରୀକ୍ଷଣର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ଅନେକ ଥର ଲୋକଙ୍କୁ ଝଟକା ଲାଗିଛି । ଅକ୍ସଫୋର୍ଡ (Oxford) ଏବଂ ଜନସନ ଆଣ୍ଡ ଜନସନ (Johnson & Johnson) କମ୍ପାନୀର ଟୀକା ସହିତ ଏହା ଘଟିସାରିଛି । ଆସନ୍ତୁ ଜାଣିବା ସମଗ୍ର ବିଶ୍ୱରେ ଟୀକାର ସର୍ବଶେଷ ଅପଡେଟ ବିଷୟରେ....

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ବିଶ୍ୱରେ ୧୫୪ଟି ଟୀକା ଉପରେ କ୍ଲିନିକାଲ୍ ପରୀକ୍ଷା ଚାଲିଛି । ଏଥିରୁ ୪୪ଟି ଏପରି ଟୀକା ଅଛି, ଯାହା ମାନବ ପରୀକ୍ଷଣ ଯାଏ ପହଞ୍ଚିଛି । ମାନବ ପରୀକ୍ଷଣରେ ହିଁ ମଣିଷ ଉପରେ କୌଣସି ଆଦର୍ଶ ଟୀକାର ପ୍ରଭାବଶୀଳତା ଏବଂ ସୁରକ୍ଷାର ଯାଞ୍ଚ କରାଯାଇଥାଏ । ତଥାପି, ଆଧିକାରୀକ ଭାବେ ଟୀକା ଜନସାଧାରଣଙ୍କ ନିକଟରେ ପହଞ୍ଚିବାର ଆଉ ଦୁଇଟି ପର୍ଯ୍ୟାୟ ଅଛି ।

ତିନିଟି ଚାଇନିଜ୍ କମ୍ପାନୀ ବର୍ତ୍ତମାନ ଟୀକାର ରେସରେ ସବୁଠାରୁ ଆଗରେ ଅଛନ୍ତି । ଟୀକା ପରୀକ୍ଷଣର ତୃତୀୟ ପର୍ଯ୍ୟାୟରେ ସିନୋଭାକ୍ (ଚୀନ୍), ସିନୋଫାର୍ମ୍ (ୱୁହାନ୍) ଏବଂ ସିନୋଫାର୍ମ୍ (ବେଜିଂ) ଏହି ତିନୋଟି କମ୍ପାନୀର ଭ୍ୟାକ୍ସିନ ଟ୍ରାୟଲର ତୃତୀୟ ପର୍ଯ୍ୟାୟରେ ରହିଛି । ଏହି କମ୍ପାନୀଗୁଡିକ ମଧ୍ୟରୁ ଦୁଇଟି ଜୁଲାଇରେ ଦେଶର ସମସ୍ତ କର୍ମଚାରୀ ଏବଂ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ଏହି ଟୀକା ଦେବା ଆରମ୍ଭ କରିଥିଲେ । ସୂଚନାଯୋଗ୍ୟ ଯେ, ଏପର୍ଯ୍ୟନ୍ତ ଏହି କମ୍ପାନୀଗୁଡିକର ଟୀକାକରଣର କୌଣସି ପ୍ରମୁଖ ପାର୍ଶ୍ୱ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।


କୋରୋନା ଭୂତାଣୁ ଟୀକା ତିଆରି କରିବାରେ ଋଷ ହେଉଛି ବିଶ୍ୱର ପ୍ରଥମ ଦେଶ । ଏପର୍ଯ୍ୟନ୍ତ କେବଳ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ତାଙ୍କର ସମସ୍ତ ବରିଷ୍ଠ ଅଧିକାରୀ ଏହି ଦାବି କରିଛନ୍ତି । ଆମେରିକା, ଚୀନ୍ ଏବଂ ଭାରତ ସମେତ ଅନେକ ଦେଶ ଋଷର ଦାବିକୁ ବିଶ୍ୱାସ କରିପାରୁ ନାହିଁ । ଋଷ ଦାବି କରିଛି ଯେ ଏହାର ସ୍ପୁଟ୍ନିକ୍-ଭି ଟୀକା ପରୀକ୍ଷଣର ସମସ୍ତ ପର୍ଯ୍ୟାୟରେ ସଫଳ ହୋଇଛି ଏବଂ ଅନେକ ଲୋକଙ୍କ ଇମ୍ୟୁନି ଉପରେ ଏହି ଟୀକାର ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।


ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ଶେଷ ହେବା ପରେ ଟୀକାର ଜରୁରୀକାଳୀନ ପ୍ରାଧିକରଣ ଗ୍ରହଣ କରିବାକୁ ପଡ଼ିବ । ଏହି ପର୍ଯ୍ୟାୟରେ ଜରୁରୀକାଳୀନ ପରିସ୍ଥିତିରେ କୋଭିଡ-19ର ଗୁରୁତର ଅସୁସ୍ଥ ରୋଗୀଙ୍କୁ ଟୀକା ଦିଆଯିବ । ଏହାର ପାର୍ଶ୍ୱ ପ୍ରତିକ୍ରିୟା କିମ୍ବା ପ୍ରତିରକ୍ଷା ଉପରେ ଭଲ ପ୍ରତିକ୍ରିୟାଗୁଡ଼ିକର ଏକ ସମ୍ପୂର୍ଣ୍ଣ ତଥ୍ୟ ତାଲିକା ପ୍ରସ୍ତୁତ ହେବ | ଏହା ପରେ ଶେଷରେ ଟୀକା ଉତ୍ପାଦନକାରୀ କମ୍ପାନୀଗୁଡିକୁ ଚୂଡ଼ାନ୍ତ ମଞ୍ଜୁରୀ ନେବାକୁ ପଡିବ । ଯାହା ପରେ ଟିକା ସାଧାରଣ ଜନତାଙ୍କ ନିକଟରେ ଉପଲବ୍ଧ ହେବ ।