ତାଣ୍ଡବ କରୁଛି କୋରୋନାର ଦ୍ୱିତୀୟ ଲହର: ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ୩,୮୯୦ ମୃତ୍ୟୁ
Coronavirus in India: ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୨ କୋଟି ୪୩ ଲକ୍ଷ ୭୨ ହଜାର ୯୦୭ ସଂକ୍ରମି ମାମଲା ସାମ୍ନାକୁ ଆସିଛି । ସେଥି ମଧ୍ୟରୁ ମୋଟ ୨ କୋଟି ୪ ଲକ୍ଷ ୩୨ ହଜାର ୮୯୮ ସଂକ୍ରମିତ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଯାଇଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ୩୬ ଲକ୍ଷ ୭୩ ହଜାର ୮୦୨ ସକ୍ରିୟ କୋରୋନା ମାମଲା ରହିଛି ।
ନୂଆଦିଲ୍ଲୀ: Coronavirus in India: କୋରୋନା ସଂକ୍ରମଣ ଯୋଗୁଁ ଦେଶର ଅବସ୍ଥା ଏବେ ବି ସଙ୍କଟରେ ରହିଛି । ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂଆ ମାମଲା ଆସୁଛି ଏବଂ ପ୍ରାୟ ଚାରି ହଜାର ସଂକ୍ରମିତ ଲୋକଙ୍କର ମୃତ୍ୟୁ ହେଉଛି । ତେବେ ଭଲ କଥା ହେଉଛି ନୂଆ ମାମଲା ଅପେକ୍ଷା ଅଧିକ ସଂକ୍ରମିତ ସୁସ୍ଥ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩,୨୬,୦୯୮ ନୂତନ କୋରୋନା ମାମଲା ସାମ୍ନାକୁ ଆସିଛି ଏବଂ ୩,୮୯୦ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି । ଏଥି ସହିତ ୩,୫୩,୨୯୯ ସଂକ୍ରମିତ ମଧ୍ୟ କୋରୋନାରୁ ସୁସ୍ଥ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ:-୫୨ ଲକ୍ଷ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ମିଳିବାରେ ହୋଇପାରେ ବିଳମ୍ବ, ଏହି କାରଣରୁ ହୋଇପାରିନି ଘୋଷଣା
ସେପଟେ ମେ ୧୪ ପର୍ଯ୍ୟନ୍ତ ଦେଶରେ ୧୮ କୋଟି ପର୍ଯ୍ୟନ୍ତ ୪ ଲକ୍ଷ ୫୭ ହଜାର ୫୭୯ କୋରୋନା ଟିକାର ଡୋଜ ସଲ ଲାଗିସାରିଛି । ଗତକାଲି ୧୧ ଲକ୍ଷ ୩ ହଜାର ୬୨୫ ଟିକା ଲଗାଯାଇଥିଲା । ଅନ୍ୟପକ୍ଷେ ବର୍ତ୍ତମାନ ପର୍ଯ୍ୟନ୍ତ ୩୧.୩୦ କୋଟିରୁ ଅଧିକ କୋରୋନା ପରୀକ୍ଷା କରାଯାଇଛି । ଗତକାଲି ୧୭ ଲକ୍ଷ କୋରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭ ହାର ୧୭ ପ୍ରତିଶତରୁ ଅଧିକ ରହିଛି ।
ଅଧିକ ପଢ଼ନ୍ତୁ:-ରାସନ କାର୍ଡ ଥିବା ସତ୍ତ୍ୱେ ୬ ମାସ ହେଲା ମିଳୁନି ଚାଉଳ
ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୨ କୋଟି ୪୩ ଲକ୍ଷ ୭୨ ହଜାର ୯୦୭ ସଂକ୍ରମି ମାମଲା ସାମ୍ନାକୁ ଆସିଛି । ସେଥି ମଧ୍ୟରୁ ମୋଟ ୨ କୋଟି ୪ ଲକ୍ଷ ୩୨ ହଜାର ୮୯୮ ସଂକ୍ରମିତ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଯାଇଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ୩୬ ଲକ୍ଷ ୭୩ ହଜାର ୮୦୨ ସକ୍ରିୟ କୋରୋନା ମାମଲା ରହିଛି । ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୬୬ ହଜାର ୨୦୭ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଅଧିକ ପଢ଼ନ୍ତୁ:-ଦଶମ, ଦ୍ୱାଦଶ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ବିନା ପରୀକ୍ଷାରେ ମିଳିପାରେ ରେଲୱେରେ ଚାକିରି
ଦେଶରେ କୋରୋନା ମୃତ୍ୟୁ ହାର ୧.୦୯ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୮୩ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୧୬ ପ୍ରତିଶତରୁ କମ୍ ହୋଇଛି । କୋରୋନା ଆକ୍ଟିଭ କେସରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ସଂକ୍ରମିତ ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା ଏବଂ ବ୍ରାଜିଲ ପରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ଭାରତରେ ସର୍ବାଧିକ ।
ମହାରାଷ୍ଟ୍ରରେ ସଂକ୍ରମଣ ଯୋଗୁଁ ହେଉଥିବା ମୃତ୍ୟୁ ସଂଖ୍ୟାରେ ହ୍ରାସ
ଶୁକ୍ରବାର ମହାରାଷ୍ଟ୍ରରେ କୋଭିଡର ନୂଆ ମାମଲା ଓ ଏହା ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟାରେ କମି ଦେଖାଦେଇଛି । ଯଦିଓ ରାଜ୍ୟରେ ଏପର୍ଯ୍ୟନ୍ତ ରିପୋର୍ଟ ହୋଇଥିବା ମୋଟ କୋରୋନା ମାମଲା ୫୩ ଲକ୍ଷରୁ ଅଧିକ ହୋଇଥିବାବେଳେ ରାଜ୍ୟରେ ୭୯,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।
ଶୁକ୍ରବାର ରାଜ୍ୟରେ ୬୯୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁବାର ୮୫୦ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହିତ କୋରୋନାରୁ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୭୯,୫୫୨ରେ ପହଞ୍ଚିଛି । ଏହା ଏକ ଆଶ୍ୱସ୍ତିକର ବିଷୟ ଯେ ଶୁକ୍ରବାର ନୂତନ ସଂକ୍ରମଣ ସଂଖ୍ୟା ୫୦,୦୦୦ରୁ କମ୍ ରହିଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ୩୯,୯୨୩ ନୂତନ କୋରୋନା ମାମଲା ପଞ୍ଜିକୃତ ହୋଇଛି, ଏହା ପରେ ରାଜ୍ୟରେ ମୋଟ ମାମଲା ୫୩,୦୯,୨୧୫କୁ ବୃଦ୍ଧି ପାଇଛି ।