ପୁଣି କୋରୋନା ମାମଲାରେ ବୃଦ୍ଧି: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୩୨ ସଂକ୍ରମିତ
Coronavirus in India: ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୩୦ ଲକ୍ଷ ୬୫ ହଜାର ୪୯୬ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୨୫ ଲକ୍ଷ ୨୫ ହଜାର ୫୬୩ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧୬ ହଜାର ୨୭୯ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୨୩ ହଜାର ୬୫୪ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁ ମାମଲାରେ ପୁଣିଥରେ ବୃଦ୍ଧି ଦେଖାଦେଇଛି । ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାର ୯୨୭ ନୂତନ କୋରୋନା ମାମଲା (Coronavirus Case) ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୨ ସଂକ୍ରମିତଙ୍କର ମୃତ୍ୟୁ ମାମଲା (COVID-19 Deaths) ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୨୫୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୬୪୩ ସକ୍ରିୟ ମାମଲାରେ ହ୍ରାସ ଘଟିଛି । ଗତକାଲି କୋରୋନାର ୨,୪୮୩ ମାମଲା ଚିହ୍ନଟ ହୋଇଥିବାବେଳେ ଏହି ଭୂତାଣୁ ଯୋଗୁଁ ୧୩୯୯ ଜଣଙ୍କର ମୃତ୍ୟୁ ଘଟିଥିଲା ।
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୩୦ ଲକ୍ଷ ୬୫ ହଜାର ୪୯୬ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୨୫ ଲକ୍ଷ ୨୫ ହଜାର ୫୬୩ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧୬ ହଜାର ୨୭୯ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୨୩ ହଜାର ୬୫୪ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ହ୍ରାସ ଦେଖାଦେଇଛି । ଏପ୍ରିଲ ୨୭ ପର୍ଯ୍ୟନ୍ତ ସାରା ଦେଶରେ ୧୮୮ କୋଟି ୧୯ ଲକ୍ଷ ୪୦ ହଜାର ୯୭୧ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୧ ଲକ୍ଷ ୯୭ ହଜାର ୦୮୨ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୮୩ କୋଟି ୫୯ ଲକ୍ଷ ୭୪ ହଜାର ୦୭୯ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୫ ଲକ୍ଷ ୫ ହଜାର ୬୫ କୋରୋନା ନମୁନା ପରୀକ୍ଷା କରାଯାଇଛି ।
ଏହା ବି ପଢ଼ନ୍ତୁ:-କୋରୋନାର ଚତୁର୍ଥ ଲହରର ଆଶଙ୍କା ମଧ୍ୟରେ ଆଲର୍ଟ ମୋଡରେ ମୋଦି ସରକାର, ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ PM
ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଆଜି (ବୁଧବାର) ଅର୍ଥାତ ଏପ୍ରିଲ ୨୭ର ଦ୍ୱିପ୍ରହରରେ ଭିଡିଓ କନଫରେନ୍ସିଂ ଜରିଆରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋରୋନାର ସ୍ଥିତିକୁ ନେଇ ଆଲୋଚନା କରିବେ । ଏହି ବୈଠକ ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହେବ ।ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭର୍ଚୁଆଲ୍ ବୈଠକରେ କୋରୋନାର ବଢ଼ୁଥିବା ମାମଲା ବିଷୟରେ ଆଲୋଚନା କରିବା ଓ କୋରୋନାର ଗତି ରୋକିବା ଉପରେ ଗୁରୁତ୍ୱ ଦିଆଯିବ । ଏହି ବୈଠକରେ କିଛି ବଡ଼ ନିଷ୍ପତ୍ତି ମଧ୍ୟ ନିଆଯାଇପାରେ । ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ରାଜ୍ୟଗୁଡ଼ିକୁ ଅନୁରୋଧ କରିପାରନ୍ତି ଯେ ଦେଶର ଲୋକଙ୍କ ପାଇଁ ଆଉ ଏକ ବୁଷ୍ଟର ଡୋଜ୍ ମାଗଣା କରନ୍ତୁ । ଏହା ପ୍ରଥମ ଘଟଣା ନୁହେଁ ଯେ ପ୍ରଧାନମନ୍ତ୍ରୀ ମୋଦି କୋଭିଡକୁ ନେଇ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଦେଶର କୋଭିଡର ସ୍ଥିତି ବୁଝିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କ ସହ ଅନେକ ବୈଠକ କରିସାରିଛନ୍ତି ।