କୋରୋନାର ଚତୁର୍ଥ ଲହରର ଆଶଙ୍କା ମଧ୍ୟରେ ଆଲର୍ଟ ମୋଡରେ ମୋଦି ସରକାର, ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ PM
Advertisement

କୋରୋନାର ଚତୁର୍ଥ ଲହରର ଆଶଙ୍କା ମଧ୍ୟରେ ଆଲର୍ଟ ମୋଡରେ ମୋଦି ସରକାର, ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ PM

Coronavirus 4th Wave: ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ରାଜ୍ୟଗୁଡ଼ିକୁ ଅନୁରୋଧ କରିପାରନ୍ତି ଯେ ଦେଶର ଲୋକଙ୍କ ପାଇଁ ଆଉ ଏକ ବୁଷ୍ଟର ଡୋଜ୍ ମାଗଣା କରନ୍ତୁ । ଏହା ପ୍ରଥମ ଘଟଣା ନୁହେଁ ଯେ ପ୍ରଧାନମନ୍ତ୍ରୀ ମୋଦି କୋଭିଡକୁ ନେଇ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଦେଶର କୋଭିଡର ସ୍ଥିତି ବୁଝିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କ ସହ ଅନେକ ବୈଠକ କରିସାରିଛନ୍ତି ।

କୋରୋନାର ଚତୁର୍ଥ ଲହରର ଆଶଙ୍କା ମଧ୍ୟରେ ଆଲର୍ଟ ମୋଡରେ ମୋଦି ସରକାର, ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ PM

ନୂଆଦିଲ୍ଲୀ: Coronavirus 4th Wave: ଦେଶରେ ପୁଣି ଥରେ କୋରୋନା ଭାଇରସ (Coronavirus) ମାମଲା ବୃଦ୍ଧି ପାଇବାରେ ଲାଗିଛି । ଲୋକମାନେ ତିନୋଟି ଲହର ଦେଖିସାରିଛନ୍ତି ଓ ଚତୁର୍ଥ ଲହରରେ କୌଣସି ଅସୁବିଧା ନହେଉ ସେନେଇ ସରକାର ଆଲର୍ଟ ମୋଡରେ ଅଛନ୍ତି । ଗତ କିଛି ଦିନ ହେବ ଦେଶରେ କୋରୋନା ମାମଲା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଆଜି (ବୁଧବାର) ଅର୍ଥାତ ଏପ୍ରିଲ ୨୭ର ଦ୍ୱିପ୍ରହରରେ ଭିଡିଓ କନଫରେନ୍ସିଂ ଜରିଆରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଏହି ବୈଠକ ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହେବ ।

ଯଦି ଆମେ ଦେଶର କୋରୋନା ସ୍ଥିତିକୁ ଦେଖିବା ତେବେ ମଙ୍ଗଳବାର ସକାଳ ଆଠଟା ସମୟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪୮୩ କୋରୋନା ମାମଲା ଚିହ୍ନଟ ହୋଇଥିବାବେଳେ ଏହି ଭୂତାଣୁ ଯୋଗୁଁ ୧୩୯୯ ଜଣଙ୍କର ମୃତ୍ୟୁ ଘଟିଛି । ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭର୍ଚୁଆଲ୍ ବୈଠକରେ କୋରୋନାର ବଢ଼ୁଥିବା ମାମଲା ବିଷୟରେ ଆଲୋଚନା କରିବା ଓ କୋରୋନାର ଗତି ରୋକିବା ଉପରେ ଗୁରୁତ୍ୱ ଦିଆଯିବ । ଏହି ବୈଠକରେ କିଛି ବଡ଼ ନିଷ୍ପତ୍ତି ମଧ୍ୟ ନିଆଯାଇପାରେ ।

ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ରାଜ୍ୟଗୁଡ଼ିକୁ ଅନୁରୋଧ କରିପାରନ୍ତି ଯେ ଦେଶର ଲୋକଙ୍କ ପାଇଁ ଆଉ ଏକ ବୁଷ୍ଟର ଡୋଜ୍ ମାଗଣା କରନ୍ତୁ । ଏହା ପ୍ରଥମ ଘଟଣା ନୁହେଁ ଯେ ପ୍ରଧାନମନ୍ତ୍ରୀ ମୋଦି କୋଭିଡକୁ ନେଇ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଦେଶର କୋଭିଡର ସ୍ଥିତି ବୁଝିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କ ସହ ଅନେକ ବୈଠକ କରିସାରିଛନ୍ତି ।

ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ପ୍ରେଜେଣ୍ଟେଶନ ଦେବେ । ଜଣେ ଅଧିକାରୀ କହିଛନ୍ତି ଯେ ମଧ୍ୟାହ୍ନ ୧୨ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶରେ କୋଭିଡ ସହ ଜଡିତ ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଯୋଗାଯୋଗ କରିବେ । ଅନେକ ପର୍ବ ପାଖେଇ ଆସୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଲୋକଙ୍କୁ କୋରୋନା ଭାଇରସ ବିପଦ ପ୍ରତି ସତର୍କ ରହିବାକୁ ଓ ମାସ୍କ ପିନ୍ଧିବା ଏବଂ ବାରମ୍ବାର ହାତ ଧୋଇବା ଭଳି କୋରୋନାର ଉପଯୁକ୍ତ ଅଭ୍ୟାସ ଜାରି ରଖିବାକୁ ଅନୁରୋଧ କରିଛନ୍ତି । 

ସେପଟେ ଦେଶରେ କୋରୋନା ଭୂତାଣୁର ମୋଟ ମାମଲା ୪,୩୦,୬୨,୫୬୯ ପର୍ଯ୍ୟନ୍ତ ପହଞ୍ଚିଛି । ବର୍ତ୍ତମାନ ସମୟରେ ଦେଶରେ ୧୫,୬୩୬ ସକ୍ରିୟ ମାମଲା ରହିଛି । ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଯୋଗୁଁ ୫.୨୩,୬୨୨ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ।