କୋରୋନାର କରୁଣ ଦୃଶ୍ୟ: ଶେଷ ହୋଇଗଲା ଗୋଟିଏ ପରିବାର, ୧୩ ଘଣ୍ଟାରେ ଆଖି ବୁଜିଲେ ବାପା-ମା` ଓ ପୁଅ
ଏପରି କରୁଣ ଦୃଶ୍ୟ ସାଙ୍ଗଲି ଜିଲ୍ଲାର ଶିରାଲା ତହସିଲର ଶିରସି ଗାଁରେ ଦେଖିବାକୁ ମିଳିଛି ।
ନୂଆଦିଲ୍ଲୀ: କୋରୋନା ଭୂତାଣୁ (Coronavirus) ଦ୍ୱାରା ଦେଶର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର (Maharashtra) । ଏଠାରେ କୋରୋନା ଭୂତାଣୁ (COVID-19) ତାଣ୍ଡବ କରୁଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ଲୋକ ମୃତ୍ୟୁ ବରଣ କରୁଛନ୍ତି । ଏହି ସମୟରେ ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ କୋରୋନା ଯୋଗୁଁ ୧୩ ଘଣ୍ଟା ମଧ୍ୟରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି ।
ଅଧିକ ପଢ଼ନ୍ତୁ:-ଓଡ଼ିଶା ପାଇଁ ଆହୁରି ଅନେକ ଟ୍ରେନ୍ ବାତିଲ କଲା ରେଲୱେ, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
ଏପରି କରୁଣ ଦୃଶ୍ୟ ସାଙ୍ଗଲି ଜିଲ୍ଲାର ଶିରାଲା ତହସିଲର ଶିରସି ଗାଁରେ ଦେଖିବାକୁ ମିଳିଛି । ଯେଉଁଠାରେ କୋରୋନା ପରିବାରକୁ ଶେଷ କରିଦେଇଛି । କୋରୋନା କାରଣରୁ ୧୩ ଘଣ୍ଟା ମଧ୍ୟରେ ଏହି ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି । ସର୍ବପ୍ରଥମେ ସହଦେବ ଝିମୁର (୭୫) ଙ୍କୁ କୋରୋନା ହୋଇଥିଲା । ଏହି କାରଣରୁ ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଅଧିକ ପଢ଼ନ୍ତୁ:-ଜୁଲାଇ ସୁଦ୍ଧା ଶେଷ ହେବ କୋରୋନାର ଦ୍ୱିତୀୟ ଲହର, ଜାଣନ୍ତୁ କେବେ ଆସିବ ତୃତୀୟ ଲହର?
କିଛି ଦିନ ପରେ ସହଦେବଙ୍କ ପତ୍ନୀ ସୁଶିଳା ଝିମୁର ମଧ୍ୟ କୋରୋନା ପଜିଟିଭ୍ (Coronavirus Positive) ବୋଲି ଜଣାପଡିଥିଲା । ଏଭଳି ପରିସ୍ଥିତିରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା । ଏହି ସମୟରେ ତାଙ୍କ ପିତାମାତାଙ୍କୁ ଦେଖିବା ପାଇଁ ସଫ୍ଟୱେୟାର ଇଞ୍ଜିନିୟର ପୁଅ ସଚିନ୍ ଝିମୁର ମୁମ୍ବାଇରୁ ଗାଁକୁ ଆସିଥିଲେ ।
ଅଧିକ ପଢ଼ନ୍ତୁ:-କେଉଁମାନଙ୍କୁ ବ୍ଲାକ୍ ଫଙ୍ଗସ୍ ହେବାର ସମ୍ଭାବନା ଅଧିକ, ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ
ଏହି ସମୟରେ ସେ ମଧ୍ୟ କୋରୋନାରେ ସଂକ୍ରମିତ ହୋଇଥିଲେ ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାର ସ୍ଥିତି ଉତ୍ପନ୍ନ ହୋଇଥିଲା । ଏହିପରି ଭାବରେ ଘରର ସମସ୍ତ ୩ ଜଣ ସଦସ୍ୟ କୋରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଡାକ୍ତରଖାନାରେ ସହଦେବ ଏବଂ ତାଙ୍କ ପତ୍ନୀ ସୁଶିଳା କୋରୋନା କାରଣରୁ ମୃତ୍ୟୁ ବରଣ କରିଥିଲେ । ମାତ୍ର ୫ ଘଣ୍ଟା ମଧ୍ୟରେ ଉଭୟଙ୍କର ମୃତ୍ୟୁ ଘଟିଥିଲା ।
ଅନ୍ୟପକ୍ଷରେ, ପିତାମାତାଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ପୁଅ ସଚିନ୍ ମଧ୍ୟ ଗତକାଲି ମୃତ୍ୟୁ ବରଣ କରିଛନ୍ତି । ୧୩ ଘଣ୍ଟା ମଧ୍ୟରେ କୋରୋନା ପରିବାରର ୩ ସଦସ୍ୟଙ୍କ ଜୀବନ ଛଡ଼ାଇ ନେଇଛି । ଏହିପରି ଭାବରେ କୋରୋନାରେ ପୁରା ପରିବାର ଶେଷ ହୋଇଯାଇଛି ।