ଜୁଲାଇ ସୁଦ୍ଧା ଶେଷ ହେବ କୋରୋନାର ଦ୍ୱିତୀୟ ଲହର, ଜାଣନ୍ତୁ କେବେ ଆସିବ ତୃତୀୟ ଲହର?
Advertisement

ଜୁଲାଇ ସୁଦ୍ଧା ଶେଷ ହେବ କୋରୋନାର ଦ୍ୱିତୀୟ ଲହର, ଜାଣନ୍ତୁ କେବେ ଆସିବ ତୃତୀୟ ଲହର?

SUTRA (ସମ୍ବେଦନଶୀଳ, ଅନିର୍ଦ୍ଦିଷ୍ଟ, ପରୀକ୍ଷିତ (ପଜିଟିଭ୍) ଏବଂ ହଟାଯାଇଥିବା ଦୃଷ୍ଟିକୋଣ) ମଡେଲ୍ ବ୍ୟବହାର କରି ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି ଯେ ମେ ମାସ ଶେଷ ଆଡ଼କୁ ଦିନକୁ ପ୍ରାୟ ୧.୫ ଲକ୍ଷ ନୂତନ ମାମଲା ଏବଂ ଜୁନ୍ ଶେଷ ଆଡ଼କୁ ପ୍ରତିଦିନ ୨୦,୦୦୦ ମାମଲା ଆସିବ । 

ଜୁଲାଇ ସୁଦ୍ଧା ଶେଷ ହେବ କୋରୋନାର ଦ୍ୱିତୀୟ ଲହର, ଜାଣନ୍ତୁ କେବେ ଆସିବ ତୃତୀୟ ଲହର?

ନୂଆଦିଲ୍ଲୀ: Second Wave Of Coronavirus: ଭାରତରେ କୋରୋନାର ଦ୍ୱିତୀୟ ଲହର ଚଳିତ ବର୍ଷ ଜୁଲାଇ ସୁଦ୍ଧା ଶେଷ ହୋଇପାରେ ଏବଂ ପ୍ରାୟ ଛଅରୁ ଆଠ ମାସ ମଧ୍ୟରେ ମହାମାରୀର ତୃତୀୟ ଲହର (Third Wave Of COVID-19) ଆସିବାର ସମ୍ଭାବନା ଅଛି । ଭାରତ ସରକାରଙ୍କ ବିଜ୍ଞାନ ମନ୍ତ୍ରଣାଳୟ (Ministry of Science) ଅଧୀନରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ (Department of Science and Technology) ଦ୍ୱାରା ସ୍ଥାପିତ ତିନିଜଣିଆ ବୈଜ୍ଞାନିକ ପ୍ୟାନେଲ ଦ୍ୱାରା ଏହି ଆକଳନ କରାଯାଇଛି । ଭାରତ ସରକାର (Indian Govt) ଙ୍କୁ ସତର୍କ କରାଯାଇଛି ।

ଅଧିକ ପଢ଼ନ୍ତୁ:-କେଉଁମାନଙ୍କୁ ବ୍ଲାକ୍ ଫଙ୍ଗସ୍ ହେବାର ସମ୍ଭାବନା ଅଧିକ, ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ

SUTRA (ସମ୍ବେଦନଶୀଳ, ଅନିର୍ଦ୍ଦିଷ୍ଟ, ପରୀକ୍ଷିତ (ପଜିଟିଭ୍) ଏବଂ ହଟାଯାଇଥିବା ଦୃଷ୍ଟିକୋଣ) ମଡେଲ୍ ବ୍ୟବହାର କରି ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି ଯେ ମେ ମାସ ଶେଷ ଆଡ଼କୁ ଦିନକୁ ପ୍ରାୟ ୧.୫ ଲକ୍ଷ ନୂତନ ମାମଲା ଏବଂ ଜୁନ୍ ଶେଷ ଆଡ଼କୁ ପ୍ରତିଦିନ ୨୦,୦୦୦ ମାମଲା ଆସିବ । ଜୁଲାଇ ସୁଦ୍ଧା କୋରୋନାର ଦ୍ୱିତୀୟ ଲହର (Second Wave of Corona) ଶେଷ ହୋଇପାରେ ।

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀ LTC ବିଲ୍ ଦାଖଲ କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ନଚେତ୍ ସରକାର କରିବେ କାର୍ଯ୍ୟାନୁଷ୍ଠାନ! 

ଏହି ପ୍ୟାନେଲର ଜଣେ ସଦସ୍ୟ ତଥା ଆଇଆଇଟି କାନପୁର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି ଯେ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଝାଡଖଣ୍ଡ, ରାଜସ୍ଥାନ, କେରଳ, ସିକ୍କିମ, ଉତ୍ତରପ୍ରଦେଶ, ଗୁଜୁରାଟ, ହରିୟାଣା, ଦିଲ୍ଲୀ ଏବଂ ଗୋଆ ଭଳି ରାଜ୍ୟରେ ପିକ୍ ଆସିସାରିଛି । ତାମିଲନାଡୁରେ ମେ ୨୯ରୁ ୩୧ ଓ ପୁଡୁଚେରୀରେ ମେ ୧୯ରୁ ୨୦ରେ ପିକ୍ ଆସିବ ବୋଲି ଆଶା କରାଯାଉଛି ।

ପୂର୍ବ ଓ ପୂର୍ବୋତ୍ତର ରାଜ୍ୟଗୁଡ଼ିକରେ ଏପର୍ଯ୍ୟନ୍ତ ପିକ୍ ଦେଖିବାକୁ ବାକି ରହିଯାଇଛି । ଆସାମରେ ମେ ୨୦-୨୧, ମେଘାଳୟରେ ମେ ୩୦, ତ୍ରିପୁରାରେ ମେ ୨୬-୨୭ ପର୍ଯ୍ୟନ୍ତ ପିକ୍ ଆସିପାରେ । ହିମାଚଳ ପ୍ରଦେଶ ଓ ପଞ୍ଜାବରେ ବର୍ତ୍ତମାନ କୋରୋନା ମାମଲାରେ ବୃଦ୍ଧି ଘଟୁଛି । ହିମାଚଳ ପ୍ରଦେଶରେ ମେ ୨୪ ପର୍ଯ୍ୟନ୍ତ ଏବଂ ପଞ୍ଜାବରେ ମେ ୨୨ ପର୍ଯ୍ୟନ୍ତ ପିକ୍ ଆସିପାରେ । 

ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ନୂଆ ଗାଇଡଲାଇନ ଜାରି କଲେ ମୋଦି ସରକାର

ବୌଜ୍ଞାନିକମାନେ କହିଛନ୍ତି ଯେ, ଛଅରୁ ଆଠ ମାସ ମଧ୍ୟରେ ତୃତୀୟ ଲହର (Third Wave of Coronavirus) ଆସିବାର ଆଶା କରାଯାଉଛି । ଆଇଆଇଟି କାନପୁର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି ଯେ ଏହା ଏକ ସ୍ଥାନୀୟକୃତ ହେବ ଏବଂ ଅନେକ ଲୋକ ପ୍ରଭାବିତ ହେବେ ନାହିଁ କାରଣ ସେମାନଙ୍କ ଟିକାକରଣରେ ହୋଇସାରିଥିବ । ସେ କହିଛନ୍ତି ଯେ, ଅନୁମାନ ଅନୁଯାୟୀ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ତୃତୀୟ ଲହର ଆସିବ ନାହିଁ ।

ଅଧିକ ପଢ଼ନ୍ତୁ:-କୋରୋନାରେ ଯାଆଁଳା ଭାଇଙ୍କ ମୃତ୍ୟୁ, ବାପା କହିଲେ-ଜାଣିଥିଲି ଦୁହେଁ...

SUTRA ମଡେଲ୍ ପରି ଗାଣିତିକ ମଡେଲଗୁଡିକ ମହାମାରୀର ତୀବ୍ରତା ଆକଳନ କରିବାରେ ସାହାଯ୍ୟ କରେ । କୋଭିଡର ପ୍ରଭାବ ଅଧ୍ୟୟନ ପାଇଁ SUTRA ମଡେଲ୍ ଗତ ବର୍ଷ ଅସ୍ତିତ୍ୱରେ ଆସିଥିଲା । ଏହାକୁ ରାଷ୍ଟ୍ରୀୟ କୋଭିଡ-19 ସୁପର ମଡେଲ ସମିତି, ଯିଏ ମଡେଲର ବ୍ୟବହାର କରିଥାଏ । ଏହାକୁ ଭାରତରେ କୋଭିଡ-19ର ପ୍ରସାର ବିଷୟରେ କଳ୍ପନା କରିବା ପାଇଁ ସରକାର ଗଠନ କରିଥିଲେ । ତେବେ ସମିତି ସ୍ୱୀକାର କରିଛି ଯେ ଦ୍ୱିତୀୟ ଲହରର ପ୍ରକୃତି ପୂର୍ବାନୁମାନ କରିବାରେ ସେମାନେ ଅସମର୍ଥ ଥିଲେ ।