ବଢ଼ିଲା ଚିନ୍ତା: କରୋନା ସଂକ୍ରମିତଙ୍କୁ ନେଗେଟିଭ୍ ଦେଖାଉଛି RT- PCR ଟେଷ୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା
ବେଙ୍ଗାଲୁରୁରେ ଏପରି ଅନେକ ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ବ୍ୟକ୍ତି ସଂକ୍ରମିତ ହୋଇଥିଲେ ମଧ୍ୟ ତାଙ୍କର RT- PCR ରିପୋର୍ଟରେ ନେଗେଟିଭ୍ ଆସୁଛି ।
ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ୍ ମାମଲା (Coronavirus Cases) କ୍ରମାଗତ ଭାବେ ହ୍ରାସ ଘଟୁଛି । କେତେକ ବିଶେଷଜ୍ଞ ଏହାକୁ ଭଲ ଖବର ବୋଲି କହୁଥିବାବେଳେ ଆଉ କେତେକ ବିଶ୍ୱାସ କରନ୍ତି ଯେ ଭାରତରେ କୋରୋନାର ତୃତୀୟ ଲହର (Corona third wave) ଆରମ୍ଭ ହୋଇଛି । ଏଥି ସହିତ ବର୍ତ୍ତମାନ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ବେଙ୍ଗାଲୁରୁରେ ଏପରି ଅନେକ ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ବ୍ୟକ୍ତି ସଂକ୍ରମିତ ହୋଇଥିଲେ ମଧ୍ୟ ତାଙ୍କର RT- PCR ରିପୋର୍ଟରେ ନେଗେଟିଭ୍ ଆସୁଛି । ବର୍ତ୍ତମାନ ସୁଦ୍ଧା ବାଙ୍ଗାଲୋରରେ ଏଭଳି ଆଠଟି ମାମଲା ରୁଜୁ ହୋଇଛି । ଏହି ସମସ୍ତ ଆଠ ଜଣ ରୋଗୀଙ୍କର କୋଭିଡ-୧୯ ର ଲକ୍ଷଣ (Covid-19 Symptoms) ଥିଲା ଓ ସେମାନଙ୍କର ଅବସ୍ଥା ହସ୍ପିଟାଲରେ ଭର୍ତ୍ତି ହେବା ଯୋଗ୍ୟ ଥିଲା । ଏହି ଲୋକଙ୍କ ସି.ଟି ସ୍କାନ City scan) ପରେ ସେମାନଙ୍କଠାରେ ଭାଇରସ ସଂକ୍ରମଣ ନିଶ୍ଚିତ ହୋଇଥିଲା । ଏହି ସମୟରେ ଏହି ରୋଗୀଙ୍କ ମଧ୍ୟରୁ ଦୁଇଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ।
କର୍ଣ୍ଣାଟକର କୋଭିଡ-୧୯ ଟାସ୍କ ଫୋର୍ସର ସଦସ୍ୟ ଡକ୍ଟର ସିଏ ମଞ୍ଜୁନାଥ ଟାଇମ୍ସ ଅଫ୍ ଇଣ୍ଡିଆକୁ ଏକ ବାର୍ତ୍ତାଳାପରେ କହିଛନ୍ତି ଯେ ଏହା ଏକ ଗୋଷ୍ଠୀରେ ଆସିଥିବା ମାମଲା ମଧ୍ୟରେ ହୋଇପାରେ । ସେ କହିଛନ୍ତି ଯେ ଯେଉଁମାନଙ୍କର RT- PCR ଟେଷ୍ଟରେ ନେଗେଟିଭ୍ ଆସୁଛି କିନ୍ତୁ ଲକ୍ଷଣ ରହିଛି ସେମାନେ ସିଟି ସ୍କାନ ରିପୋର୍ଟ (City scan report) ଆସିବା ପରେ କୋଭିଡ ରୋଗୀଙ୍କ ପରି ଚିକିତ୍ସା କରାଯାଏ । ରାଜ୍ୟରେ ଏଭଳି ୫ ରୁ ୮ ପ୍ରତିଶତ ମାମଲା ରହିଛି । ବେଳେବେଳେ RT-PCR ଟେଷ୍ଟ କରିବା ମଧ୍ୟ ଲାଭଦାୟକ ହୋଇପାରେ ।
ଅଧିକ ପଢ଼ନ୍ତୁ: ରାଜ୍ୟରେ ୧ ଅଗଷ୍ଟ ଯାଏଁ ବୃଦ୍ଧି ହେଲା ଆଂଶିକ ଲକଡାଉନ, ଜାଣନ୍ତୁ କ'ଣ ଖୋଲା ଓ କ'ଣ ରହିବ ବନ୍ଦ
ଡାକ୍ତରମାନେ ବିଶ୍ୱାସ କରନ୍ତି ଯେ ଭୁଲ RT-PCR ରିପୋର୍ଟ ରୋଗୀଙ୍କୁ ବିଭ୍ରାନ୍ତ କରିପାରେ କାରଣ ସେମାନେ COVID-19 ସଂକ୍ରମଣ ଚିହ୍ନଟ କରିବା ପାଇଁ ଏହା ଉପରେ ଅଧିକ ନିର୍ଭର କରନ୍ତି ।
ଟେଷ୍ଟିଙ୍ଗ କିଟ୍ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ
ଟାଇମ୍ସ ଅଫ୍ ଇଣ୍ଡିଆ ସହ କଥାବାର୍ତ୍ତା କରି ସାକ୍ରା ୱାର୍ଲ୍ଡର ସିନିୟର କନ୍ସଲଟାଣ୍ଟ, ଆଭ୍ୟନ୍ତରୀଣ ମେଡିସିନ୍ ଓ ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ରଘୁ କହିଛନ୍ତି ଯେ ପ୍ରାୟ ୧୦ ରୁ୧୫ ପ୍ରତିଶତ ମାମଲାରେ RT- PCR ରିପୋର୍ଟ ନେଗେଟିଭ୍ ଦେଖାଯାଇଛି । ଏଥିସହ ଏଥିପାଇଁ RT-PCR ଟେଷ୍ଟିଙ୍ଗ କିଟର ଗୁଣବତ୍ତା ବିଷୟରେ ସେ କହିଛନ୍ତି ଯେ ଫଳାଫଳ ପାଇଁ ଟେଷ୍ଟିଙ୍ଗ କିଟର ଗୁଣବତ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଡାକ୍ତର ରାଘୁ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ଯେଉଁମାନଙ୍କ ଟେଷ୍ଟରେ ନେଗେଟିଭ୍ ଆସୁଛି ସେମାନଙ୍କୁ ସିଟି ସ୍କାନ୍ କରିବାକୁ ପରାମର୍ଶ ଦିଆଯାଇଛି ।
ଅଧିକ ପଢ଼ନ୍ତୁ: DA ବୃଦ୍ଧି ପରେ କେତେ ବୃଦ୍ଧି ପାଇବ ଆପଣଙ୍କ ଦରମା? ଏଠାରେ ଜାଣନ୍ତୁ
ଡାକ୍ତରମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ ଏଥିପାଇଁ ସଂକ୍ରମିତ ବ୍ୟକ୍ତିଙ୍କ ନମୁନା ନେବା ସମୟ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଡାକ୍ତରମାନେ ବିଶ୍ବସ କରନ୍ତି ଯେ ସଂକ୍ରମଣର ନଅ ଦିନ ପରେ ଯଦି ଜଣେ ବ୍ୟକ୍ତିଙ୍କ ସ୍ୱାବ ନିଆଯାଏ କିମ୍ବା ନମୁନା ନେବା ପରେ ଦୀର୍ଘ ସମୟ ଯାଏଁ ଯାଞ୍ଚ କରାଯାଇନଥାଏ, ତେବେ ଏପରି ପରିସ୍ଥିତି ଉପୁଜିପାରେ ।
ଅଧିକ ପଢ଼ନ୍ତୁ: PPE କିଟ୍ ପିନ୍ଧି ଖେଳାଳିଙ୍କୁ ଟ୍ରେନିଂ ଦେଉଛନ୍ତି ଶ୍ରୀଲଙ୍କା କୋଚ୍, ଦେଖନ୍ତୁ Video
ଏହା ସହିତ ଡାକ୍ତରମାନେ ଏହା ମଧ୍ୟ କହିଛନ୍ତି ଯେ RT- PCR ଟେଷ୍ଟ ରିପୋର୍ଟ ଲକ୍ଷଣ ପରେ ମଧ୍ୟ ନେଗେଟିଭ୍ ଆସେ, ତେବେ ବ୍ୟକ୍ତି ନିଶ୍ଚିତ ଭାବରେ CB-NAAT ଟେଷ୍ଟ କରିବା ଉଚିତ । ଯାହା ଦ୍ୱାରା ଜିନିଷଗୁଡିକ ସ୍ପଷ୍ଟ ହୋଇଯିବ । ଏପରି ପରିସ୍ଥିତିରେ ସିଟି ସ୍କାନ୍ ସଂକ୍ରମଣ ଦେଖାଏ ଯାହା ଦ୍ୱାରା ଚିକିତ୍ସା ଆରମ୍ଭ କରାଯାଇ ପାରିବ ।