ରାଜ୍ୟରେ ୧ ଅଗଷ୍ଟ ଯାଏଁ ବୃଦ୍ଧି ହେଲା ଆଂଶିକ ଲକଡାଉନ, ଜାଣନ୍ତୁ କ'ଣ ଖୋଲା ଓ କ'ଣ ରହିବ ବନ୍ଦ
Advertisement

ରାଜ୍ୟରେ ୧ ଅଗଷ୍ଟ ଯାଏଁ ବୃଦ୍ଧି ହେଲା ଆଂଶିକ ଲକଡାଉନ, ଜାଣନ୍ତୁ କ'ଣ ଖୋଲା ଓ କ'ଣ ରହିବ ବନ୍ଦ

କୋରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଂଶିକ ଲକଡାଉନର (Partial lockdown) ଅବଧିକୁ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଅବଧିକୁ ବର୍ତ୍ତମାନ ୧ ଅଗଷ୍ଟ ଯାଏଁ ବୃଦ୍ଧି କରାଯାଇଛି ।

ରାଜ୍ୟରେ ୧ ଅଗଷ୍ଟ ଯାଏଁ ବୃଦ୍ଧି ହେଲା ଆଂଶିକ ଲକଡାଉନ, ଜାଣନ୍ତୁ କ'ଣ ଖୋଲା ଓ କ'ଣ ରହିବ ବନ୍ଦ

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ମାମଲା କମିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଅଳ୍ପ କେତେକ ଜିଲ୍ଲାରେ ସଂକ୍ରମଣ ମାମଲା ଅଧିକ ରହିଛି । କୋରୋନା ସଂକ୍ରମଣକୁ  ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଂଶିକ ଲକଡାଉନର (Partial lockdown) ଅବଧିକୁ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ଅପରାହ୍ନ ୨ଟା ୩୦ ମିନିଟ ସମୟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର (Suresh Mohapatra) ଏହାର ସୂଚନା ଦେଇଛନ୍ତି ।

ଆଂଶିକ ଲକଡାଉନ (Partial lockdown) ଅବଧିକୁ ବର୍ତ୍ତମାନ ୧ ଅଗଷ୍ଟ ଯାଏଁ ବୃଦ୍ଧି କରାଯାଇଛି । ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲା​‌ରେ କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ​‌ ନେଇ ମୁଖ୍ୟ ଶାସନ ସଚିବ (Chief Secretary) ସୂଚନା ଦେଇଛନ୍ତି । ସମସ୍ତ ଜିଲ୍ଲାକୁ ପୂର୍ବଭଳି କ୍ୟାଟାଗୋରୀରେ ବିଭକ୍ତ କରାଯାଇଛି । କ୍ୟାଟାଗୋରୀ A ରେ ୨୦ ଜିଲ୍ଲା ଓ କ୍ୟାଟାଗୋରୀ Bରେ ୧୦ ଜିଲ୍ଲା ରହିଛନ୍ତି । 

ଅଧିକ ପଢ଼ନ୍ତୁ: DA ବୃଦ୍ଧି ପରେ କେତେ ବୃଦ୍ଧି ପାଇବ ଆପଣଙ୍କ ଦରମା? ଏଠାରେ ଜାଣନ୍ତୁ

ରାଜ୍ୟ ସରକାର (State government) ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି ଆଂଶିକ ଲକଡାଉନରେ (Partial lockdown) ଆଉ କିଛି କୋହଳ ଦେଇଛନ୍ତି । ସମଗ୍ର ରାଜ୍ୟରେ ବସ୍ ଚଳାଚଳ କରିବାକୁ ନେଇ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି । ବସ୍‌ରେ ସିଟ୍‌ ଅନୁସାରେ ଯାତ୍ରୀମାନେ ଯାତ୍ରା କରିପାରିବେ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ରଥଯାତ୍ରା ପାଇଁ କେବଳ ପୁରୀ ଜିଲ୍ଲାକୁ ୨୫ ଜୁଲାଇ ପର୍ଯ୍ୟନ୍ତ ବସ୍‌ ଚଳାଚଳକୁ ବାରଣ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

କ୍ୟାଟାଗୋରୀ A ଜିଲ୍ଲାରେ ରାତି ୮ଟାରୁ ସକାଳ ୬ଟା ଯାଏ ଓ କ୍ୟାଟାଗୋରୀ B ରେ ସଂଧ୍ୟା ୫ରୁ ସକାଳ ୬ ଯାଏ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ । ସେହିପରି କ୍ୟାଟାଗୋରୀ-A ଥିବା ଜିଲ୍ଲାରେ ରାତି ୮ଟା ଯାଏଁ ଦୋକାନ ବଜାର ଖୋଲା ରହିବ ଓ କ୍ୟାଟାଗୋରୀ B ରେ ଥିବା ୧୦ ଟି ଜିଲ୍ଲା​‌ରେ ସକାଳ ୬ଟା ରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ସାରା ରାଜ୍ୟରେ ପୂର୍ବ ନାଇଟକର୍ଫ୍ୟୁ ଜାରି ରହିବ ରହିବ ଓ କେବଳ କ୍ୟାଟାଗୋରୀ -B ରେ ଥିବା ୨୦ ଟି ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ ବୋଲି ମୁଖ୍ୟ ଶାସ ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: PPE କିଟ୍ ପିନ୍ଧି ଖେଳାଳିଙ୍କୁ ଟ୍ରେନିଂ ଦେଉଛନ୍ତି ଶ୍ରୀଲଙ୍କା କୋଚ୍, ଦେଖନ୍ତୁ Video

ଏଥିସହିତ ଶୁକ୍ରବାର ଠାରୁ ସାରା ରାଜ୍ୟରେ ଖୋଲିବ ସ୍ପା ଓ ଜିମ୍‌, ପାର୍ଲର ଓ ସେଲୁନ୍‌ ଖୋଲିପାରିବ । ଆଉଟ ଡୋର ଓ ଇନ୍‌ ଡୋର ଶୁଟିଂ ଅନୁମତି ମିଳିଛି । ଏହା ସହିତ ପୁର୍ବଭଳି ସିନେମା ହଲ, ସ୍କୁଲ କଲେଜ ଓ ଅନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ ରହିବ ।