ନୂଆଦିଲ୍ଲୀ: ନିକଟରେ ବାୟୁରେ କୋରୋନା ଭୂତାଣୁ ବ୍ୟାପୁଥିବା ନେଇ WHO ଓ ଆମ ଦେଶର ବୈଜ୍ଞନିକମାନେ ସ୍ପଷ୍ଟ କରିଥିଲେ। ଆକ୍ରାନ୍ତ ବ୍ୟକ୍ତି କାଶିବା, ଝିଙ୍କିବା କିମ୍ବା କଥା କହିବା ବେଳେ ତାଙ୍କ ଶରୀରରୁ ଭୂତାଣୁ ବାୟୁମଣ୍ଡଳକୁ ଆସେ। ତାହା ଆଦ୍ର ଧୂଳିକଣା ସହ ମିଶି ବାୟୁ ପ୍ରବାହ ସହ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୁଏ। ପୂର୍ବେ ବୈଜ୍ଞାନିକମାନେ ଏହାର ଦୂରତାକୁ ୬ ଫୁଟ ବା ୨ ଗଜ ବୋଲି କହୁଥିଲେ। କିନ୍ତୁ ଏକ ନୂତନ ଅଧ୍ୟୟନରେ କୋରୋନା କେତେ ବିପଦପୂର୍ଣ୍ଣ ତାହା ଜଣାପଡିଛି।


COMMERCIAL BREAK
SCROLL TO CONTINUE READING

ପ୍ରଥମେ ପ୍ରଥମେ ବାୟୁରେ କୋରୋନା ବ୍ୟାପୁଥିବା କଥାକୁ WHO ସହ ଅନେକ ସ୍ୱାସ୍ଥ୍ୟ ସଙ୍ଗଠନ ଖଣ୍ଡନ କରିଥିଲେ। ଆଜକୁ ପ୍ରାୟ ବର୍ଷେ ତଳେ ଏକ ରିପୋର୍ଟରେ କୁହାଯାଇଥିଲା ଯେ, କୋରୋନା ପାଞ୍ଚ ସେକେଣ୍ଡରେ ସାଢେ ୫ ମିଟର ବା ୧୮ ଫୁଟ୍ ପର୍ଯ୍ୟନ୍ତ ବ୍ୟାପି ପାରେ ବୋଲି କୁହାଯାଇଥିଲା। କିନ୍ତୁ ତାହାର କୌଣସି ପ୍ରମାଣ ନଥିବା WHO  କହିଥିଲା। କିନ୍ତୁ ଅନେକ ସ୍ୱାଧିନ ସ୍ୱାସ୍ଥ୍ୟନୁଷ୍ଠାନ କୋରୋନା ବାୟୁରେ ବ୍ୟାପୁଥିବା ବିଶ୍ୱସ କରିବା ସହ ଲୋକଙ୍କୁ ସଚେତନ କରାଇଥିଲେ।


Also Read: ଦ୍ୱିତୀୟ ଲହରରେ ଭାଙ୍ଗିଲା ମୃତ୍ୟୁର ସର୍ବକାଳୀନ ରେକର୍ଡ


ମାଧ୍ୟମ ଅନୁସାରେ କୋରୋନା ଭୂତାଣୁ ଡ୍ରପଲେଟର ଆକାର ଭିନ୍ନ ଭିନ୍ନ। କିନ୍ତୁ ଏହା ବାୟୁମଣ୍ଡଳକୁ ଆସିଲେ ୨ ମିଟର ପର୍ଯ୍ୟନ୍ତ ଗତି କରି ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ବଳରେ ଭୁମିପୃଷ୍ଠରେ ପଡେ। ଆଉ ୩ରୁ ୪ ଘଣ୍ଟା ଭିତରେ ଭାଇରସ ନଷ୍ଟ ହୋଇଯାଏ। ତେଣୁ ଏହି ଭୁତାଣୁଠୁ ବଞ୍ଚିବାକୁ ହେଲେ ସାମାଜିକ ଦୂରତା (୨ ଗଜ) ଓ ମାସ୍କ ପରିଧାନ କରିବା ନିହାତି ଜରୁରୀ ବୋଲି କୁହାଯାଉଥିଲା। ଭାରତରେ ଦୋ ଗଜ ଦୁରୀ, ମାସ୍କ ହେ ଜରୁରୀ ବୋଲି ନାରା ମଧ୍ୟ ଲାଗୁଛି।  


ଚଳିତବର୍ଷ ଏପ୍ରିଲରେ  The Lancetରେ କୋରୋନାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୋରୋନା ଭୁତାଣୁ ୨ ମିଟରରୁ ଅଧିକ ଦୂରତା ଅତିକ୍ରମ କରୁଥିବା କୁହାଯାଇଛି। ତେବେ ବାୟୁରୋଧି ପରିବେଶରେ ଏହା ଗୋଟୋଏ କଠୋରୀରୁ ଅନ୍ୟ କଠୋରୀ ବା ତାଠାରୁ ଅଧିକ ଦୂରତା ପର୍ଯ୍ୟନ୍ତ ଅତିକ୍ରମ କରିପାରେ। ତେଣୁ ବାହର ଖୋଲା ପରିବେଶ ତୁଳନାରେ ବନ୍ଦ ଘରେ ଜଣଙ୍କଠୁ ଅନ୍ୟ ଜଣକୁ କୋରୋନା ବ୍ୟପିବାର ଆଶଙ୍କା ଅଧିକ ବୋଲି ରିପୋର୍ଟରେ କୁଯାଇଛି।


Also Read: ଜୁଲାଇ ସୁଦ୍ଧା ଶେଷ ହେବ କୋରୋନାର ଦ୍ୱିତୀୟ ଲହର, ଜାଣନ୍ତୁ କେବେ ଆସିବ ତୃତୀୟ ଲହର?


ଗବେଷକଙ୍କ କହିବା ଅନୁସାରେ କୋରୋନା ଭାଇରସ (Coronavirus) ଆକ୍ରାନ୍ତଙ୍କ ଶରୀରରୁ ବାହାରକୁ ଆସି ଜଳକଣାରେ ମିଶେ। ସୂର୍ଯ୍ୟଙ୍କ କିରଣରେ ଜଳ ବାଷ୍ପିଭୂତ ହୋଇଯାଏ ଏବଂ ଅତିବାଇଗଣୀ ରଶ୍ମୀ (ultraviolet ray) ସଂସ୍ପର୍ଷରେ ଆସି କୋରୋନା ଭୂତାଣୁ ମରିଯାଏ। ସୂର୍ଯ୍ୟ କିରଣରେ କୋରୋନା ଭୂତାଣୁ ମରିବାରୁ ପ୍ରାୟ ୭ ମିନିଟ ସମୟ ଲାଗେ। ତେଣୁ ଏପରି ଭାବରେ ବାହାରେ ଅର୍ଥାତ ସୂର୍ଯ୍ୟ କିରଣର ସଂସ୍ପର୍ଷରେ ଆସୁଥିବା ପ୍ରାୟ ୯୦ ପ୍ରତିଶତ କୋରୋନା ଭୂତାଣୁ ନଷ୍ଟ ହୋଇଯାଆନ୍ତି।


ଆମେରିକାର Disease Control and Prevention କହିଛି ଯେ, କୋରୋନା ୬ ଫୁଟରୁ ଅଧିକ ଦୂରତା ପର୍ଯ୍ୟନ୍ତ ବ୍ୟାପୁଥିବାର ପ୍ରମାଣ ରହିଛି। ତେଣୁ ସଂକ୍ରମଣରୁ ଦୂରରେ ରହିବାକୁ ହେଲେ ସାନିଟାଏଜସନ୍, ସୋସିଆଲ ଡିସଟାନ୍ସ ଓ ମାସ୍କ ପରିଧାନକୁ ଗୁରୁତ୍ୱ ଦେବାକୁ ପଡିବ। ବନ୍ଦ ଘରେ ସାମାଜିକ ଦୂରତାକୁ ଅଧିକ ଧ୍ୟାନ ଦେବା ଆବଶ୍ୟକ। ଯଦି ଘରର କୌଣସି ସଦସ୍ୟଙ୍କ ଉପରେ କୋରୋନା ହୋଇଥିବା ନେଇ ସନ୍ଦେହ ଥାଏ ତେବେ ସମସ୍ତେ ମାସ୍କ ପିନ୍ଧିବା ଏବଂ ସନ୍ଧିଗ୍ଧଙ୍କ ଠାରୁ ୬ ଫୁଟରୁ ଅଧିକ ଦୂରତାରେ ରହିବା ଉଚିତ ବୋଲି DCP କହିଛି।