ଦ୍ୱିତୀୟ ଲହରରେ ଭାଙ୍ଗିଲା ମୃତ୍ୟୁର ସର୍ବକାଳୀନ ରେକର୍ଡ
Advertisement
Article Detail0/zeeodisha/odisha903844

ଦ୍ୱିତୀୟ ଲହରରେ ଭାଙ୍ଗିଲା ମୃତ୍ୟୁର ସର୍ବକାଳୀନ ରେକର୍ଡ

ରାଜ୍ୟରେ ଦିନକରେ ଆଉ ୧୧ ହଜାର ୪୯୮ କୋରୋନା (Coronavirus)  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୬,୪୩୯ ଓ ସ୍ଥାନୀୟ ଅଞ୍ଚଳରୁ ୫,୦୫୯ କୋରୋନା ପଜିଟିଭ୍ ବାହାରିଛନ୍ତି। 

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ମହାମାରୀ କୋରୋନା। ଦ୍ୱିତୀୟ ଲହରରେ ଆଜି କୋରୋନା ମୃତ୍ୟୁର ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ୧୧ ହଜାରରୁ ଊର୍ଦ୍ଧ୍ୱ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୫ ଜଣଙ୍କ ମୃତ୍ୟୁ ହୋଇଛି।

ରାଜ୍ୟରେ ଦିନକରେ ଆଉ ୧୧ ହଜାର ୪୯୮ କୋରୋନା (Coronavirus)  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୬,୪୩୯ ଓ ସ୍ଥାନୀୟ ଅଞ୍ଚଳରୁ ୫,୦୫୯ କୋରୋନା ପଜିଟିଭ୍ ବାହାରିଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୪୯୭, କଟକରୁ ୧୧୦୭, ଅନୁଗୁଳରୁ ୮୬୭, ସୁନ୍ଦରଗଡ଼ରୁ ୭୦୩ ଓ ମୟୂରଭଞ୍ଜରୁ ଆଉ ୫୩୮ ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି। ଏହା ସହିତ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୫୫ ହଜାର ୮୯୯କୁ ବୃଦ୍ଧି ପାଇଛି।

Also Read: କୋଭିଡ୍ ରୋଗୀଙ୍କୁ ଖୁସି କରିବାକୁ ନାଚିଲେ ଆଟେଣ୍ଡାଣ୍ଟ, ଭିଡିଓ ଭାଇରାଲ

ରାଜ୍ୟରେ ଆଜି ଚଳିତବର୍ଷ ତଥା କୋରୋନାର ଦ୍ୱିତୀୟ ଲହରରେ ମୃତ୍ୟୁ ସଂଖ୍ୟା ରେକର୍ଡ ଭାଙ୍ଗିଛି। ଗତ ୨୫ ଘଟଣାରେ ପ୍ରଥମ ଥର ପାଇଁ ମହାମାରୀ ୨୫ ଜୀବନ ନେଇଛି। ଖୋର୍ଦ୍ଧା ଓ କଳାହାଣ୍ଡିରୁ ସର୍ବାଧିକ ୪ ଜଣ ଲେଖାଏଁ କୋଭିଡ୍‌ରେ ମୃତ୍ୟୁ ବରଣ କରିଥିବା ବେଳେ ଅନୁଗୁଳରୁ ୩, ଗଞ୍ଜାମ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ୨-୨ ରୋଗୀ ପ୍ରାଣ ହରାଇଛନ୍ତି। ଏହି ଦ୍ୱିତୀୟ ଲହରରେ ସର୍ବାଧିକ ଦୈନିକ ମୃତ୍ୟୁ ସଂଖ୍ୟା ୨୩ ଥିଲା। ରାଜ୍ୟରେ ଏବେ କୋଭିଡ ମୃତ୍ୟୁ ସଂଖ୍ୟା ୨ ହଜାର ୪୦୩କୁ ବୃଦ୍ଧି ହୋଇଛି। 

ଅନ୍ୟପଟେ ଦେଶରେ ୨୪ ଘଣ୍ଟାରେ କୋରୋନା ୩,୮୭୪ ଜୀବନ ନେଇଛି। ଏହା ସହିତ କୋରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୮୭ ହଜାର ୧୨୨କୁ ବୃଦ୍ଧି ପାଇଛି। ସେହିପରି ଦିନକରେ ୨ ଲକ୍ଷ ୭୬ ହଜାର ୭୦ କୋରୋନା ଆକ୍ରାନ୍ତ ଚିହ୍ନଟ । ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୨ କୋଟି ୫୭ ଲକ୍ଷ ୭୨ ହଜାର ୪୦୦କୁ ପହଞ୍ଚିଛି।