Cyclone Storm: ବର୍ଷ ଶେଷ ତଥା ଡିସେମ୍ବର ମାସରେ ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ଡିସେମ୍ବର ୮ ସୁଦ୍ଧା ଦେଶର ଦକ୍ଷିଣ ଭାରତରେ ବାତ୍ୟାର ପ୍ରକୋପ ଦେଖାଦେଇପାରେ। ସୂଚନାନୁସାରେ, ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସଂଗଠିତ ଲଘୁଚାପ କ୍ଷେତ୍ର ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟାକୁ ରୂପାନ୍ତରିତ ହୋଇ ଡିସେମ୍ବର ୮ ତାରିଖ ସକାଳ ସୁଦ୍ଧା ରୂପ ନେବ। ଏହା ଉତ୍ତର ତାମିଲନାଡୁ, ପୁଦୁଚେରୀ ଏବଂ ତତ୍‌ସଂଲଗ୍ନ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳବର୍ତ୍ତୀ  ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ନିକଟର ପହଞ୍ଚିବାର ସମ୍ଭାବନା ଅଛି ବ‌ୋଲି ଆଜି ଆଇଏମଡି ବା ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା କହିଛି।


COMMERCIAL BREAK
SCROLL TO CONTINUE READING

ଦକ୍ଷିଣ ଆଣ୍ଡାମାନ ସାଗର ଓ ତତ୍‌ସଂଲଗ୍ନ ବିଷୁବରୈକ୍ଷୀୟ ଭାରତ ମହାସାଗର-ମଲାକା ପ୍ରଣାଳୀ ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳ ୫.୩୦ରେ ଦକ୍ଷିଣ ଆଣ୍ଡାମାନ ସମୁଦ୍ର ଉପରେ ଲଘୁଚାପ ଅଞ୍ଚଳ ସୃଷ୍ଟି ହୋଇଛି। ଏନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ଉକ୍ତ ଲଘୁଚାପ (Low Pressure) ସହିତ ଥିବା ଘୂର୍ଣ୍ଣିବଳୟ ଟ୍ରପୋସ୍ପିୟରିକ୍‌ର ମଧ୍ୟସ୍ତର ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହୋଇ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର (Bay Of Bengal) ଉପରେ ଡିସେମ୍ବର ୬ ତାରିଖ ସନ୍ଧ୍ୟା ସୁଦ୍ଧା ଘନୀଭୂତ ହେବାର ସମ୍ଭାବନା ରହିଅଛି। 


ତେବେ ବାତ୍ୟା ର ମାଣ୍ଡୋସ  (Cyclone Mandous) ରଖାଯାଇଛି ବୋଲି ଚର୍ଚ୍ଚା ହେଉଛି। ଏହି ବାତ୍ୟାର ନାଁ ୟୁଏଇ ରଖିଛି । ଏହାର ପ୍ରଭାବରେ ତାମିଲନାଡୁର ୭ଟି ଜିଲ୍ଲା, ପୁଦୁଚେରୀ, କରାଇକେଲ୍‌ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ଡିସେମ୍ବର ୭ ତାରିଖ ରାତିରୁ ବର୍ଷା ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷିବାର ସମ୍ଭାବନା ରହିଛି। ସେହିପରି, ଡିସେମ୍ବର ୪ରୁ ୬ ତାରିଖ ପର୍ଯ୍ୟନ୍ତ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ସମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରାଯାଇଛି।


Also Read: Hijab Row: ନିରୀହଙ୍କ ରକ୍ତର ହୋଲି ଖେଳି ଶାନ୍ତ ହେଲା ଇରାନ ସରକାର


Also Read: Electoral Bond: ଧର୍ଯ୍ଯହରା କେନ୍ଦ୍ର ସରକାର! ସୁପ୍ରିମକୋର୍ଟଙ୍କ ରାୟ ଆସିବାର ଦିନକ ପୂବେ ବିକ୍ରି ହେଲା ନିର୍ବାଚନୀ ବଣ୍ଡ


Also Read: Sai Baba Temple: ଆଶୀର୍ବାଦ ନେଉ ନେଉ ଠାକୁରଙ୍କ ସାମ୍ନାରେ ଟଳିପଡ଼ିଲେ ଭକ୍ତ


Also Read: Akhilesh Yadav: ଅଖିଳେଶଙ୍କୁ BJP Offer, କେନ୍ଦ୍ରମନ୍ତ୍ରୀ କରିଦେବୁ ବାସ୍...