Sai Baba Temple: ଆଶୀର୍ବାଦ ନେଉ ନେଉ ଠାକୁରଙ୍କ ସାମ୍ନାରେ ଟଳିପଡ଼ିଲେ ଭକ୍ତ
Advertisement
Article Detail0/zeeodisha/odisha1470469

Sai Baba Temple: ଆଶୀର୍ବାଦ ନେଉ ନେଉ ଠାକୁରଙ୍କ ସାମ୍ନାରେ ଟଳିପଡ଼ିଲେ ଭକ୍ତ

Youth Died Infront Of Saibaba: ଠାକୁରଙ୍କ ଆଶୀର୍ବାଦ ନେବାକୁ ଯାଇ ସବୁଦିନ ପାଇଁ ଆଖି ବୁଜିଦେଲେ ଯୁବକ। ମଧ୍ୟ ପ୍ରଦେଶରୁ ଏହି ଖବର ଆଜି ରାଜ୍ୟକୁ ହଲଚଲ କରିଦେଇଛି। ସନ୍ଥ ନଗରର ବାସିନ୍ଦା ବୋଲି ଜଣାପଡିଛି। ଗୁରୁବାର ସନ୍ଧ୍ୟାରେ ସାଇ ମନ୍ଦିର ବାବାଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ସାଇ ବାବାଙ୍କ ଏହି ମନ୍ଦିର କୁଥାଲା ପୋଲିସ ଷ୍ଟେସନ ଅଞ୍ଚଳର ପହରୁଆ କୃଷି ମଣ୍ଡି ଅଞ୍ଚଳରେ ରହିଅଛି। 

Sai Baba Temple: ଆଶୀର୍ବାଦ ନେଉ ନେଉ ଠାକୁରଙ୍କ ସାମ୍ନାରେ ଟଳିପଡ଼ିଲେ ଭକ୍ତ

Sai Baba Temple: ମଧ୍ୟପ୍ରଦେଶର କଟନୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାଇ ବାବାଙ୍କୁ ଦର୍ଶନ କରିବାକୁ ଯାଇଥିବା ଜଣେ ଯୁବକ ମଥା ଟେକୁ ଟେକୁ ମନ୍ଦିରରେ ହିଁ ମୃତ୍ୟୁ ବରଣ କରିଛନ୍ତି। ଯେତେବେଳେ ସେ ମନ୍ଦିରରେ ସାଇ ବାବାଙ୍କ ପ୍ରତିମୂର୍ତ୍ତି ଆଗରେ ମୁଣ୍ଡ ନୁଆଁଇବାକୁ ଲାଗିଥିଲେ, ସେତେବେଳେ ସେ ଆଉ ଉଠି ପାରିଲେ ନାହିଁ। ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେହି ଅବସ୍ଥାରେ ବସିଥିଲେ। ଯେତେବେଳେ ଲୋକମାନେ ଯାଇ ଦେଖିଲେ, ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଛି।

ଏହି ପୂରା ଘଟଣା ମନ୍ଦିରରେ ଥିବା ସିସିଟିଭି କ୍ୟାମେରାରେ (CCTV Camera) କଏଦ ହୋଇଛି। ଏହି ଭିଡିଓଟି ଶନିବାର ଦିନ ସାମ୍ନାକୁ ଆସିଛି। ମୃତକଙ୍କ ନାମ ରାକେଶ ମେହାନି ବୟସ ୪୨ ବୋଲି ଜଣାପଡ଼ିଛି । ସେ ସନ୍ଥ ନଗରର ବାସିନ୍ଦା ବୋଲି ଜଣାପଡିଛି। ଗୁରୁବାର ସନ୍ଧ୍ୟାରେ ସାଇ ମନ୍ଦିର ବାବାଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ସାଇ ବାବାଙ୍କ ଏହି ମନ୍ଦିର କୁଥାଲା ପୋଲିସ ଷ୍ଟେସନ ଅଞ୍ଚଳର ପହରୁଆ କୃଷି ମଣ୍ଡି ଅଞ୍ଚଳରେ ରହିଅଛି।

Also Read: Vastu Tips: ମହିଳା ମାନେ ସାବଧାନ ! ସକାଳ ସମୟରେ ଏସବୁ ଜିନିଷକୁ ଦେଖିବାରୁ ଦୂରେଇ ରୁହନ୍ତୁ

ରାକେଶ ମେହାନି ମନ୍ଦିରର ଗର୍ଭଗୃହରେ ସାଇ ବାବାଙ୍କ (Sai Baba) ପ୍ରତିମୂର୍ତ୍ତିକୁ ସେ ପରିକ୍ରମା କରିଥିଲେ। ମନ୍ଦିର ବେଢା ପରିକ୍ରମା କରିବା ପରେ ସେ ମୁଣ୍ଡ ନୁଆଁଇ ସାଇ ବାବାଙ୍କ ସାମ୍ନାରେ ବସିଥିଲେ । ସେ ଦୀର୍ଘ ସମୟ ଧରି ଏହି ଏମିତି ବସିରହିଥିଲେ। କୌଣସି ଗତିବିଧି ନ ଦେଖିବାରୁ ମନ୍ଦିର ପରିଚାଳନାର ସଦସ୍ୟମାନେ ତାଙ୍କ ନିକଟକୁ ଆସିଥିଲେ। ସେମାନେ ଯୁବକଙ୍କୁ ହାତପକାଇ ହଲାଇ ଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା।  ଏହା ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନା ଶୀଘ୍ର ଭର୍ତ୍ତି କରାଯାଇଥିଲା। 

Also Read: Marriage Tips: ଯଦି ଝିଅ ବିବାହରେ ଦେଖାଦେଉଛି ବିଘ୍ନ, ତେବେ ଆପଣାନ୍ତୁ ଏହି ସହଜ ଉପାୟ

ପରିବାର ଲୋକେ ରାକେଶଙ୍କ ପୋଷ୍ଟମର୍ଟମ (Post Mortem) କରିନଥିଲେ। ଏହି କାରଣରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିପାରିନାହିଁ। ଡାକ୍ତରମାନେ କହିଛନ୍ତି ଯେ ମୃତ୍ୟୁର ସମ୍ଭାବ୍ୟ କାରଣ ହୃଦଘାତ ଭଳି ମନେ ହେଉଛି। ମନ୍ଦିର ପୁରୋହିତ ପ୍ରଦୀପ କୁମାର ତ୍ରିପାଠୀ କହିଛନ୍ତି ଯେ ରାକେଶ ମେହାନି ଗୁରୁବାର ଦିନ ମନ୍ଦିରକୁ ଆସିଥିଲେ, ସେ ପ୍ରତି ଗୁରୁବାର ସାଇ ମନ୍ଦିର ବାବାଙ୍କ ପୂଜା ପାଇଁ ଆସୁଥିଲେ। ଆସିବା ପରେ ସେ ମନ୍ଦିରରେ ପରିକ୍ରମା କରି ବାବାଙ୍କ ନିକଟରେ ମଥା ଟେକି ଆଶୀର୍ବାଦ ନେଇଥିଲେ। ହେଲେ ଏହି ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।