Akhilesh Yadav: ଅଖିଳେଶଙ୍କୁ BJP Offer, କେନ୍ଦ୍ରମନ୍ତ୍ରୀ କରିଦେବୁ ବାସ୍...
Advertisement

Akhilesh Yadav: ଅଖିଳେଶଙ୍କୁ BJP Offer, କେନ୍ଦ୍ରମନ୍ତ୍ରୀ କରିଦେବୁ ବାସ୍...

Akhilesh Yadav News: ଲୋକମାନେ ମୋଦି ଏବଂ ଯୋଗୀଙ୍କ ଉପରେ ଅତୁଟ ଭରସା ଓ ବିଶ୍ୱାସ ରଖିଛନ୍ତି। ସମାଜବାଦୀ ପାର୍ଟିର ଗଡ ଦିନକୁ ଦିନ ଭୁଶୁଡିବାରେ ଲାଗିଛି । ଆଉ ଡିସେମ୍ବର ୮ ରେ ବଞ୍ଚିଥିବା ଶେଷ ଦୁର୍ଗ ମଧ୍ୟ ଭାଙ୍ଗିଯିବ। ଏଭଳି ପରିସ୍ଥିତିରେ ସେମାନେ  ତାଙ୍କ ଦଳଙ୍କୁ ବିଜେପି ସହିତ ମିଶ୍ରଣ ବା ବିଲୟ କରିବା ଆବଶ୍ୟକ।

Akhilesh Yadav: ଅଖିଳେଶଙ୍କୁ BJP Offer, କେନ୍ଦ୍ରମନ୍ତ୍ରୀ କରିଦେବୁ ବାସ୍...

Akhilesh Yadav News: ଦିବଙ୍ଗତ ନେତା ଓ ପୂର୍ବ ସିଏମ ମୁଲାୟମ ସିଂ ଯାଦବଙ୍କ ନିଧନ ପରେ ଖାଲି ପଡ଼ିଥିବା ମୈନପୁରୀ ଲୋକସଭା ଆସନ ପାଇଁ ଏବେ ଭିଡାଭିଡି ଅବସ୍ଥା । ଅର୍ଥାତ୍ ଏଠାରେ ହେବାକୁ ଥିବା ଉପନିର୍ବାଚନକୁ ନଜରରେ ରଖି ରାଜନୀତି ପାଣିପାଗ ଉଷ୍ଣ ରହିଛି। ଏହାରି ମଧ୍ୟରେ ବିଜେପି ନେତା ଓ ଯୋଗୀ ସରକାରରେ ଥିବା ରାଜ୍ୟ ମନ୍ତ୍ରୀ ଗିରିଶ ଚନ୍ଦ୍ର ଯାଦବ ସପା ସୁପ୍ରିମୋ ଅଖିଳେଶ ଯାଦବଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ସେ ଅଫର ଦେଇଛନ୍ତି ଯେ, ଅଖିଳେଶ ଯଦି ବିଜେପି ସହ ହାତ ମିଳାନ୍ତି ତେବେ ସେ କଥା ଦେଉଛନ୍ତି ତାଙ୍କୁ ବିଜେପି ସରକାରରେ ଅର୍ଥାତ ମୋଦିଙ୍କ ସରକାରରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ କରିବେ। 

ପ୍ରକୃତରେ ଅଖିଳେଶ ଯାଦବ ଯୋଗୀ ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀଙ୍କୁ ଅଫର ଦେଇଥିଲେ ଯ, ଯଦି ସେମାନେ ବିଧାୟକ ନେଇ ଆସନ୍ତି ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ବନାଇଦେବେ। ଏହାକୁ ତାତ୍ସଲ୍ୟ କରି ରାଜ୍ୟମନ୍ତ୍ରୀ ଗିରିଶ ଚନ୍ଦ୍ର ଯାଦବ କହିଛନ୍ତି ଯେ, ଯଦି ଅଖିଳେଶ ନିଜ ଦଳକୁ ବିଜେପି ସହ ବିଲୟ କରନ୍ତି ତେବେ ତାଙ୍କୁ ବଡ ଫାଇଦା ମିଳିବ। ଏହାସହ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ (Narendra Modi)କେନ୍ଦ୍ରମନ୍ତ୍ରୀ ହେବାର ସୌଭାଗ୍ୟ ବି ମିଳିବ। ଆଉ ସେମିତିରେ ବି ମୋତେ ଲାଗୁଛି ଅଖିଳେଶଙ୍କୁ ରାଜନୀତିରେ ସେତେଟା କିଛି ଫାଇଦା ମିଳୁନାହିଁ।  

Also Read: Bharat Jodo Yatra: କଂଗ୍ରେସର ଆଉ ଏକ ବଡ଼ ଘୋଷଣା, ଭାରତ ଯୋଡ଼ୋ ଯାତ୍ରା ପରେ ଜାନୁଆରୀ ୨୬ରୁ ଆରମ୍ଭ କରିବ ଏହି ବଡ଼ ଅଭିଯାନ

ଏଠାରେ କହିରଖୁଛୁ ଯେ, ମୈନପୁରୀ ଲୋକସଭା ଆସନରେ (Loksabha Seat) ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଗିରିଶ ଚନ୍ଦ୍ର ଯାଦବ ବିଜେପି ପକ୍ଷରୁ ପ୍ରଚାର କରୁଛନ୍ତି। ସେ କହିଛନ୍ତି, "ବର୍ତ୍ତମାନ ଅଖିଳେଶ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ହେବାକୁ ଯାଉନାହାଁନ୍ତି। ଜନମତ ତାଙ୍କ ପାଖକୁ ଆସିବ ନାହିଁ। ଲୋକମାନେ ମୋଦି ଏବଂ ଯୋଗୀଙ୍କ ଉପରେ ଅତୁଟ ଭରସା ଓ ବିଶ୍ୱାସ ରଖିଛନ୍ତି। ସମାଜବାଦୀ ପାର୍ଟିର ଗଡ ଦିନକୁ ଦିନ ଭୁଶୁଡିବାରେ ଲାଗିଛି । ଆଉ ଡିସେମ୍ବର ୮ ରେ ବଞ୍ଚିଥିବା ଶେଷ ଦୁର୍ଗ ମଧ୍ୟ ଭାଙ୍ଗିଯିବ। ଏଭଳି ପରିସ୍ଥିତିରେ ସେମାନେ  ତାଙ୍କ ଦଳଙ୍କୁ ବିଜେପି ସହିତ ମିଶ୍ରଣ ବା ବିଲୟ କରିବା ଆବଶ୍ୟକ।

Also Read: Ukraine Embassy: ଦୂତାବାସକୁ ଆସୁଛି ଖୁନି ପାର୍ସଲ, ମିଳୁଛି ରକ୍ତଭିଜା ଆଖି

ସୂଚନାଯୋଗ୍ୟ ଯେ ନିକଟରେ ଉଭୟ ବିଜେପି ନେତା ଏବଂ ଯୋଗୀ ସରକାରଙ୍କ (Yogi Government) ସିଏମ୍ ହେବା ପାଇଁ ପ୍ରସ୍ତାବ ଦେଇଥିଲେ। ନିର୍ବାଚନ ପ୍ରଚାର ସମୟରେ ପୂର୍ବତନ ସିଏମ୍ ଅଖିଳେଶ ଯାଦବ ରାଜ୍ୟ ସରକାରଙ୍କ ଦୁଇଜଣ ଡେପୁଟି ସିଏମଙ୍କୁ ଆସିଷ୍ଟାଣ୍ଟ ଭାବରେ ଡାକିଥିଲେ। ଅଖିଳେଶ ଯାଦବ କହିଥିଲେ ଯେ ଯଦି ଉଭୟ ଡେପୁଟି ସିଏମ ଶହେ ବିଧାୟକ ଆଣନ୍ତି, ତେବେ ଏସପି ସେମାନଙ୍କୁ ମୁଖ୍ୟମନ୍ତ୍ରୀ କରିଦେବେ। ଅଖିଳେଶ ଯାଦବଙ୍କ ଏହି ବିବୃତ୍ତିରେ ବିଜେପି ଏବେ ତାଙ୍କୁ ଟାର୍ଗେଟ କରି ଘେରି ରହିଛି।

Also Read: Congress Steering Committee: କଂଗ୍ରେସ ନେତାଙ୍କୁ ଖଡ଼ଗେଙ୍କ ତାଗିଦ, ମାଗିଲେ ରିପୋର୍ଟ କାର୍ଡ

ଅଖିଳେଶଙ୍କ ଏହି ବୟାନ ଉପରେ ଡେପ୍ୟୁଟି ସିଏମ (Deputy Cm) ବ୍ରିଜେଶ ପାଠକ ବି କହିଛନ୍ତି ଯେ, ଅଖିଳେଶ ନିଜେ କହୁଛନ୍ତି ଯେ, ସେ ତାଙ୍କ ଦଳ ପାଇଁ ଭୋଟ ମାଗୁନାହାଁନ୍ତି । ହେଲେ ଦଳର ଆଜି ଏମିତି ସ୍ଥିତି ଦେଖି ନିଜ ସ୍ଥିତିକୁ ସଜାଡିବାକୁ ନିଜ ପତ୍ନୀଙ୍କ ପାଇଁ ପ୍ରଚରା କରିବାକୁ ନିର୍ବାଚନ ମୈଦାନକୁ ଓହ୍ଲାଇପଡ଼ିଛନ୍ତି। ପାଠକ କହିଛନ୍ତି ଯେ, ଅଖିଳେଶଙ୍କ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କରିବାର ଅଫର ବିଜେପି ପାଇଁ ଏକ ଷଡଯନ୍ତ୍ର ଆଉ ଏହି ଷଡଯନ୍ତ୍ରରେ ସେ ଫଶିବେ ନାହିଁ ବୋଲି ସେ କହିଛନ୍ତି।