Bangladesh: ପଶ୍ଚିମବଙ୍ଗ ଉପକୂଳ ଦେଇ ବର୍ତ୍ତମାନ ବାରିସଲ ନିକଟରେ ବାଂଲାଦେଶ ତଟରେ ପହଞ୍ଚିଛି ବାତ୍ୟା 'ସିତରଙ୍ଗ'। ମଙ୍ଗଳବାର ଦିନ ଭାରତ ପାଣିପାଗ ବିଭାଗ ଏହି ସୂଚନା ଦେଇଛି।  ଏନେଇ ଆଇଏମଡି କହିଛି ଯେ ଦକ୍ଷିଣ ପଶ୍ଚିମବଙ୍ଗର ଜିଲ୍ଲାରେ ପାଣିପାଗ ସକାଳ ସମୟରୁ ସୁଧାରିବାର ସମ୍ଭାବନା ରହିଛି।


COMMERCIAL BREAK
SCROLL TO CONTINUE READING

ଘଣ୍ଟାପ୍ରତି ୫୬ କିମି ବେଗରେ ଉତ୍ତର ବଙ୍ଗୋପ ସାଗରରୁ ବାଂଲାଦେଶ (North Bay of Bengal) ଆଡକୁ ଅଗ୍ରସର ହୋଇଥିଲା ବାତ୍ୟା 'ସିତରଙ୍ଗ' (Cyclone Sitrang)। ଏହାର ପ୍ରଭାବରେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା (South 24 Parganas), ଉତ୍ତର ୨୪ ପରଗଣା (North 24 Parganas) ଏବଂ ପୂର୍ବ ମେଦିନୀପୁର (Purba Medinipur) ପ୍ରଭୃତି ଉପକୂଳବର୍ତ୍ତୀ ଜିଲ୍ଲାରେ (Coastal Districts of West Bengal) ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ଯେଉଁ କାରଣରୁ ଦିପାବଳୀ (Diwali) ଏବଂ କାଳୀପୂଜା (Kali Puja) ଉତ୍ସବ ଫିକା ପଡ଼ିଯାଇଛି। 


କୋଲକାତାସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର (Kolkata Meteorological Centre) କହିଛି ଯେ ସୋମବାର ରାତି ସାଢେ ୯ଟାରୁ ସାଢେ ୧୧ଟା ମଧ୍ୟରେ ୧୦୦ କିଲୋମିଟର ବେଗରେ ଗତି କରି ବାଂଲାଦେଶ (Bangladesh) ବରିସାଲ (Barisal) ନିକଟସ୍ଥ ତିନକୋନା ଦ୍ୱୀପ (Tin Kona Island) ଏବଂ ସ୍ୟାଣ୍ଡୱିପ୍ (Sandwip) ମଧ୍ୟରେ ଉପକୂଳ ଛୁଇଁଛି।


ବାଂଲାଦେଶୀ ଗଣମାଧ୍ୟମ (Bangladeshi Media) ଦର୍ଶାଇଛି ଯେ ଏହି ଘୂର୍ଣ୍ଣିବଳୟ କାରଣରୁ ଦେଶର ଦକ୍ଷିଣ ପୂର୍ବ ଭାଗରେ (South East Bangladesh) ପ୍ରବଳ ବର୍ଷା ହୋଇଛି। ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ଏହା ଏକ ନିମ୍ନ ଚାପ ଅଞ୍ଚଳରେ ଦୁର୍ବଳ ହେବାର ଆଶଙ୍କା ରହିଛି ବୋଲି ଆଇଏମଡି ପୂର୍ବାନୁମାନ କରିଛି।


ମଙ୍ଗଳବାର ସକାଳେ ପଶ୍ଚିମବଙ୍ଗ ଉପକୂଳରେ (West Bengal Coast) ୪୦-୫୦ କିଲୋମିଟର ବେଗରେ ପବନ ବହିବା ନେଇ ଚେତାବନୀ ଜାରି କରିଛି ପାଣିପାଗ କାର୍ଯ୍ୟାଳୟ (Meteorological Office)। ପବନର ବେଗ ୬୦ କିଲୋମିଟର ପହଞ୍ଚିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପରେ ପବନର ବେଗ ଧିରେ ଧିରେ ହ୍ରାସ ଘଣ୍ଟାକୁ ୩୦-୪୦ କିଲୋମିଟରରେ ପହଞ୍ଚିବ। ପବନର ବେଗ ସର୍ବାଧିକ ୫୦ କିଲୋମିଟର ରହିବା ନେଇ ପୂର୍ବାନୁମାନ କରାଯାଇଛି। 


Also Read: କିପରି କରାଯାଏ ବାତ୍ୟାର ନାମକରଣ?


ସୋମବାର ହୋଇଥିବା ବର୍ଷା ଲୋକଙ୍କୁ ଘର ଭିତରେ ରହିବାକୁ ବାଧ୍ୟ କରିଥିଲା। ଦିୱାଲୀ ସନ୍ଧ୍ୟାରେ କୋଲକାତାର (Kolkatta) ଅଧିକାଂଶ ରାସ୍ତା ନିଛାଟିଆ ରହିଥିବା ବେଳେ, ହଜାର ହଜାର ଲୋକ ଦିପାବଳୀ ଅବସରରେ କାଳୀ ପୂଜା ପେଣ୍ଡାଲ ପରିଦର୍ଶନ କରିଥିଲେ। ପାଣିପାଗ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର (West Bengal Govt) ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। 


ଚଳିତ ବର୍ଷ ବଙ୍ଗୋପ ସାଗରରେ ସୃଷ୍ଚି ହୋଇଥିବା ବାତ୍ୟା ମଧ୍ୟରୁ 'ସିତରଙ୍ଗ' ଦ୍ୱିତୀୟ। ପୂର୍ବରୁ ଗତ ମେ ମାସରେ ସୃଷ୍ଟି ହୋଇଥିଲା ବାତ୍ୟା ଅସାନି। ଯାହାର ପ୍ରଭାବ ଦେଶର ପୂର୍ବରୁ ଉପକୂଳରେ  ଅନୁଭୂତ ହୋଇଥିଲା। ଅସାନି ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହା ଏକ ଗଭୀର ଅବପାତରେ ପରିଣତ ହୋଇଥିଲା।