Dacoits attack Police, କରାଚି: ପାକିସ୍ତାନର ସିନ୍ଧ ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ଡକାୟତଙ୍କ ଆକ୍ରମଣରେ ୫ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦ ଜଣ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଡେରପିଟି ସୁପରିଟେଣ୍ଡେଣ୍ଟ ରାଙ୍କର ଅଧିକାରୀ ଥିବା ରବିବାର ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। 


COMMERCIAL BREAK
SCROLL TO CONTINUE READING

ପାକିସ୍ତାର ଜାତୀୟ ଗଣମାଧ୍ୟମ ଜିଓ ନ୍ୟୁଜ୍ ରିପୋର୍ଟ କରିଛି ଯେ, ଶନିବାର ଡକାୟତମାନେ ସିନ୍ଧ ପ୍ରଦେଶର ଘୋଟକି ଜିଲ୍ଲାର ଓବାରୋ ସହରସ୍ଥିତ ଏକ ପୋଲିସ କ୍ୟାମ୍ପ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ଘୋଟକି ଜିଲ୍ଲାର ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ଜାଭେଦ ଜିସକାନି କହିଛନ୍ତି ଯେ, ୧୫୦ରୁ ଅଧିକ ଡକାୟତ, ପୋଲିସ୍ କ୍ୟାମ୍ପ ଉପରେ ଆକ୍ରମଣ କରି ଜଣେ ଡିଏସପି ଏବଂ ଦୁଇ ଜଣ SHOଙ୍କ ସମେତ ପାଞ୍ଚ ଜଣ ଅଧିକାରୀଙ୍କୁ ହତ୍ୟା କରିଥିଲେ। ଏହା ସହ ପ୍ରାୟ ୨୦ ଜଣ ପୋଲିସ ଅଧିକାରୀଙ୍କୁ ଡକାୟତମାନେ ବନ୍ଧକ ରଖିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବନ୍ଧକଙ୍କୁ ଛାଡି ଦେଇଥିବା ସୂଚନା ମିଳିଛି।


Also Read: Car run over woman: ମାଲିକିଆଣୀ ଉପରେ ତିନି ଥର ଚଢ଼ିଗଲା ଡ୍ରାଇଭର ବିହୀନ ଗାଡ଼ି


ଘୋଟକି ଜିଲ୍ଲା ପୋଲିସ୍ ମହାନିର୍ଦ୍ଦେଶକ ତନଭୀର ହୁସେନ୍ ଗଣମାଧ୍ୟମକୁ କହିଛନ୍ତି ଯେ, ମୃତକଙ୍କ ମଧ୍ୟରେ ଜଣେ ଡେପୁଟି ପୋଲିସ୍ ଅଧୀକ୍ଷକ ଏବଂ ଦୁଇ ଜଣ ଇନ୍ସପେକ୍ଟର ଅଛନ୍ତି। ଜଣେ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଚାରିଜଣ ପୋଲିସ ଆମ୍ବୁସରେ ଆହତ ହୋଇଥିଲେ। ନାମ ଗୋପନ ରଖି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଡକାୟତମାନଙ୍କ ଦ୍ୱାରା ରକେଟ ଆକ୍ରମଣରେ ପୋଲିସ କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ରୋଣ୍ଟି ଅଞ୍ଚଳ ଦୀର୍ଘ ଦିନ ଧରି ସୁରକ୍ଷା ବାହିନୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଆସିଛି। 


ଡକାୟତମାନଙ୍କ ଦ୍ୱାରା ଆକ୍ରମଣ ପରେ ରୋଣ୍ଟି ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଯାଞ୍ଚ ପୋଷ୍ଟ ପ୍ରତିଷ୍ଠା କରାଯାଇଛି ବୋଲି ପୋଲିସ ମୁଖ୍ୟ କହିଛନ୍ତି। ଦୀର୍ଘ ବର୍ଷ ହେଲା ସଂପୃକ୍ତ ଅଞ୍ଚଳରେ ପୋଲିସ ଏବଂ ଡକାୟତମାନଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ନିକଟ ଅତୀତରେ ସିନ୍ଧ ଏବଂ ପଞ୍ଜାବର ସୀମାନ୍ତବର୍ତ୍ତୀ ଜିଲ୍ଲାରେ ଡକାୟତି ତଥା ଅପହରଣ ସହ ଜଡିତ ଡକାୟତମାନଙ୍କୁ ଦମନ ପାଇଁ ପାକିସ୍ତାନ ସେନା ଅନେକ କାର୍ଯ୍ୟ ଆରମ୍ଭ କରିଛି। କିଛି ଅଭିଯାନ ସଫଳ ହୋଇଥିବା ବେଳେ ଅନେକକୁ ଅଧାରୁ ବନ୍ଦ କରିଦିଆଯାଇଛି।


Also Read: China: ସ୍ପେସ୍ ଷ୍ଟେସନକୁ ମାଙ୍କଡ ପଠାଇବାକୁ ଯୋଜନା କରୁଛି ଡ୍ରାଗନ୍! ଜାଣନ୍ତୁ ଏହାପଛର ଉଦ୍ଦେଶ୍ୟ


ପାକିସ୍ତାନର ଥାନା ଏବଂ ପ୍ରତିରକ୍ଷା ଆଉଟପୋଷ୍ଟ ଉପରେ ଆକ୍ରମଣ ସାଧାରଣ କଥା। ଗତ ମାସରେ ସମାନ ଘଟଣାରେ ଖାଇବର ପାଖତୁନଖୱା ପ୍ରଦେଶର ଦକ୍ଷିଣ ୱାଜିରିସ୍ତାନରେ ଘଟିଥିଲା। ଏଠାରେ ଦୁଇଜଣ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଖାଇବର ପାଖତୁନଖୱାଠାରେ ହୋଇଥିବା ଅନ୍ୟ ଏକ ଘଟଣାରେ ଜଣେ ପୋଲିସ କନଷ୍ଟେବଳଙ୍କ ମୃତ୍ୟୁ ଘଟିଥିଲା। ସେ ଥାନାରେ ଡ୍ୟୁଟି କରୁଥିବା ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ଓପନ ଫାୟାର କରିଥିଲେ। ଆଉ ଏହି ଗୁଳିମାଡରେ କନଷ୍ଟେବଳଙ୍କ ମୃତ୍ୟୁ ହୋଇଥିଲା।