China: ସ୍ପେସ୍ ଷ୍ଟେସନକୁ ମାଙ୍କଡ ପଠାଇବାକୁ ଯୋଜନା କରୁଛି ଡ୍ରାଗନ୍! ଜାଣନ୍ତୁ ଏହାପଛର ଉଦ୍ଦେଶ୍ୟ
Advertisement

China: ସ୍ପେସ୍ ଷ୍ଟେସନକୁ ମାଙ୍କଡ ପଠାଇବାକୁ ଯୋଜନା କରୁଛି ଡ୍ରାଗନ୍! ଜାଣନ୍ତୁ ଏହାପଛର ଉଦ୍ଦେଶ୍ୟ

Tiangong space station: ଚୀନ ଏହାର ନୂଆ କରି ନିର୍ମିତ କରିଥିବା ଟିଆଙ୍ଗଙ୍ଗ ସ୍ପେସ୍ ଷ୍ଟେସନକୁ ମାଙ୍କଡ଼ ପଠାଇବାକୁ ଯୋଜନା କରିଛି । ଏକ ଶୂନ-ଗୁରୁତ୍ୱାକର୍ଷଣ ପରିବେଶରେ ସେ କିପରି ବଢୁଛି ଓ ପୁନଃ ପ୍ରଜନନ କରିବାକୁ ଚାହୁଁଛି ତାହା ଦେଶ ଗବେଷଣା କରିବାକୁ ଚାହୁଁଛି ।

ସୌ: ସୋସିଆଲ ମିଡିଆ

Tiangong space station: ଚୀନ୍ ଏହାର ନୂଆ ଟିଆଙ୍ଗଙ୍ଗ ସ୍ପେସ୍ ଷ୍ଟେସନକୁ ମାଙ୍କଡ ପଠାଇବାକୁ ଯୋଜନା କରୁଛି । ଗବେଷଣାରୁ ଜଣାପଡିଛି ଯେ ଶୂନ୍ୟ ଗୁରୁତ୍ୱାକର୍ଷଣରେ ମାଙ୍କଡମାନଙ୍କର ପ୍ରଜନନ ପ୍ରଣାଳୀକୁ ଦେଖିବାବେଳେ, ସେମାନଙ୍କ ମଧ୍ୟରେ ଅନେକ ପ୍ରକାରର ବାଧା ଦେଖାଯାଏ । ଚୀନ୍ ଏହାର ନୂଆ କରି ନିର୍ମିତ କରିଥିବା ଟିଆଙ୍ଗଙ୍ଗ ସ୍ପେସ୍ ଷ୍ଟେସନକୁ ମାଙ୍କଡ଼ ପଠାଇ ଶୂନ-ଗୁରୁତ୍ୱାକର୍ଷଣ ପରିବେଶରେ ସେ କିପରି ବଢୁଛି ଓ ପୁନଃ ପ୍ରଜନନ କରିଛି, ତାହା ଜାଣିବାକୁ ଚାହୁଁଛି । ଏହି ସମସ୍ତ ଗବେଷଣା ଟିଆଙ୍ଗଙ୍ଗ ସ୍ପେସ୍ ଷ୍ଟେସନର ମଡ୍ୟୁଲ୍ ରେ କରାଯିବ ।

ସାଉଥ ଚାଇନା ମର୍ନିଂ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବେଜିଂରେ ଚାଇନାର ଏକାଡେମୀ ଅଫ୍ ସାଇନ୍ସେସ୍ ର ଗବେଷକ ଝାଙ୍ଗ ଲୁଙ୍କ ଉଦ୍ଧେଶ୍ୟରେ ଏକ ରିପୋର୍ଟରେ କୁହାଯାଇଛି ଯେ ଏହି ପରୀକ୍ଷଣଗୁଡ଼ିକ ଏହି ଜୀବମାନଙ୍କର ଅତି କମ୍ ଗୁରୁତ୍ୱାକର୍ଷଣ ଓ ଅନ୍ୟାନ୍ୟ ଜାଗାରେ ପରିବର୍ତ୍ତନ ପାଇଁ ଆମର ବୁଝାମଣାକୁ ଉନ୍ନତ କରିବାକୁ ନେଇ କରଯାଉଛି । ଶୂନ୍ୟ ଗୁରୁତ୍ୱାକର୍ଷଣରେ ମାଙ୍କଡମାନଙ୍କର ପ୍ରଜନନ ପ୍ରଣାଳୀକୁ ଦେଖିବା ମୂଳ ଲକ୍ଷ ଓ ସେମାନଙ୍କ ମଧ୍ୟରେ ଏଥିପାଇଁ ଅନେକ ବାଧା ଦେଖାଯାଏ । ମାଙ୍କଡମାନେ ଏକ ବୃହତ୍ ପଶୁ ହୋଇଥିବାରୁ ବୈଜ୍ଞାନିକମାନଙ୍କୁ ନୂତନ ମହାକାଶ ପରିବେଶରେ ମହାକାଶଚାରୀମାନଙ୍କ ସହିତ କିପରି ସମ୍ପର୍କରେ ରଖାଯିବ, ସେଥିପ୍ରତି ଧ୍ୟାନ ଦିଆଯିବ ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ବୈଜ୍ଞାନିକମାନେ ମଧ୍ୟ ଅନୁଭବ କରୁଛନ୍ତି ଯେ ମାଙ୍କଡମାନଙ୍କୁ ଖାଇବାକୁ ଦେବା ଓ ଉତ୍ପାଦିତ ବର୍ଜ୍ୟବସ୍ତୁ ସହିତ ମୁକାବିଲା କରିବା ଗବେଷଣ ସମୟରେ ଏକ ପ୍ରମୁଖ ଚିନ୍ତା ହେବ । ଏହା ବ୍ୟତୀତ ମାଙ୍କଡମାନଙ୍କ ପାଇଁ ସ୍ପେସ୍ ଷ୍ଟେସନରେ ଥିବା ଏନକ୍ଲୋଜରରେ ଟେନସନ ମୁକ୍ତ ଓ ଆରାମଦାୟକ ରହିବା କଷ୍ଟସାଧ୍ୟ ହେବ ବୋଲି ରିପୋର୍ଟରେ କୁହାଯାଇଛି । ଚାଇନାର ଟିଆଙ୍ଗଙ୍ଗ ସ୍ପେସ୍ ଷ୍ଟେସନରେ ବର୍ତ୍ତମାନ ଦୁଇଜଣ ପୁରୁଷ ଓ ଜଣେ ମହିଳା ମହାକାଶଚାରୀ - ଚେନ୍ ଡୋଙ୍ଗ, କେ ଜୁଜେ ଓ ଲିୟୁ ୟାଙ୍ଗଙ୍କ ଏକ କ୍ରୁ ଅଛନ୍ତି । ମହାକାଶଚାରୀମାନେ ଜୁନ୍ ମାସରେ ସ୍ପେସ୍ ଷ୍ଟେସନରେ ପହଞ୍ଚିଥିଲେ ଓ ଚଳିତ ବର୍ଷ ଶେଷ ପୂର୍ବରୁ ଷ୍ଟେସନର ଆସେମ୍ବ୍ଲି ସମାପ୍ତ ହେବ ବୋଲି ଆଶା କରାଯାଉଛି ।

ଏହା ବି ପଢ଼ନ୍ତୁ: Shocking News: ଚର୍ଚ୍ଚାରେ କୁକୁରର ବିଶ୍ୱସ୍ତତା, ପରିବାର ସଦସ୍ୟଙ୍କ ଜୀବନ ବଞ୍ଚାଇବା ପାଇଁ ସାପ ସହ କଲା ଜବରଦସ୍ତ ଲଢେଇ

ଏହା ବି ପଢ଼ନ୍ତୁ: Old Currency: ଆପଣଙ୍କ ପାଖରେ ଅଛି କି ଏହି ଖାସ୍ ନମ୍ବରର ନୋଟ୍ ତ ମିଳିବ ୩ ଲକ୍ଷ ଟଙ୍କା; ଜାଣନ୍ତୁ କେମିତି...

ଏହା ବି ପଢ଼ନ୍ତୁ: Chinese Rocket: ବିଶ୍ୱ ପାଇଁ ବଡ ବିପଦ, ପୃଥିବୀକୁ ଆଡକୁ ଫେରିଆସୁଛି ଚୀନ୍ ରକେଟ୍