ଚୀନ ସୀମାରେ ଭାରତର ବଡ ବିଜୟ
ଚୀନ୍ ଭାରତର ଜମି ଦଖଲ କରିଛି, କିନ୍ତୁ ଆମେ ଏକ ଇଞ୍ଚ ମଧ୍ୟ ଭୂମି ଛାଡିବୁ ନାହିଁ। ପୂର୍ବ ଲଦାଖ (Ladakh) ସୀମାରେ ଚୀନ୍ ନେଇଥିବା ପଦକ୍ଷେପ ଭାରତ-ଚୀନ୍ ସମ୍ପର୍କକୁ ମଧ୍ୟ ପ୍ରଭାବିତ କରିଛି। ଆମର ଲକ୍ଷ୍ୟ ହେଉଛି LACରେ ଶାନ୍ତି ଫେରାଇ ଆଣିବା।
ନୂଆଦିଲ୍ଲୀ: ୯ ମାସ ପରେ ଚୀନ ସୀମାରେ ଭାରତର ବଡ ବିଜୟ। LACରେ ପଛକୁ ହଟିବେ ଉଭୟ ଚୀନ ଓ ଭାରତୀୟ ସୈନ୍ୟ। ବର୍ତ୍ତମାନ ସୀମାରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ରାଜ୍ୟସଭାରେ ପୂର୍ବ ଲଦାଖରେ ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ (Rajnath Singh) କହିଛନ୍ତି ଯେ, ଚୀନ୍ ଭାରତର ଜମି ଦଖଲ କରିଛି, କିନ୍ତୁ ଆମେ ଏକ ଇଞ୍ଚ ମଧ୍ୟ ଭୂମି ଛାଡିବୁ ନାହିଁ। ପୂର୍ବ ଲଦାଖ (Ladakh) ସୀମାରେ ଚୀନ୍ ନେଇଥିବା ପଦକ୍ଷେପ ଭାରତ-ଚୀନ୍ ସମ୍ପର୍କକୁ ମଧ୍ୟ ପ୍ରଭାବିତ କରିଛି। ଆମର ଲକ୍ଷ୍ୟ ହେଉଛି LACରେ ଶାନ୍ତି ଫେରାଇ ଆଣିବା। ଭାରତର ୩୮ ହଜାର ବର୍ଗ କିଲୋମିଟର ଅଞ୍ଚଳ ଚୀନର ଅନଧିକୃତ ଦଖଲ ରହିଛି। ଯାହାକୁ ନେଇ ଲାଗିରହିଥିବା ସୀମା ବିବାଦର ସମାଧାନ ନିମନ୍ତେ ଭାରତ ସର୍ବଦା ଚୀନକୁ ଦ୍ୱିପାକ୍ଷିକ ଆଲୋଚନା ପାଇଁ ପ୍ରସ୍ତାବ ହେଉଛି।
Also Read: ଶେଷରେ ମୁଣ୍ଡ ନୁଆଁଇଲା China; ସୀମାରୁ ପଛକୁ ହଟିଲା Dragon Army
ସେ ପୁଣି କହିଛନ୍ତି, 'ଚୀନର ସହମତି କ୍ରମେ ପାଙ୍ଗୋଙ୍ଗ ହ୍ରଦ (Pengong lack) ର ଉତ୍ତର ଏବଂ ଦକ୍ଷିଣ କୂଳରୁ ସେନା ପ୍ରତ୍ୟାହାର ପାଇଁ ଚୁକ୍ତି ହୋଇଛି। ୪୮ ଘଣ୍ଟା ମଧ୍ୟରେ କମାଣ୍ଡରସ୍ତରୀୟ ବୈଠକ ହେବ ଓ ସମ୍ପୂର୍ଣ୍ଣ ଅଞ୍ଚଳରୁ ଉଭୟ ପଟରୁ ସେନା ହଟିବେ। ଚୁକ୍ତି ଅନୁଯାୟୀ ଚୀନ୍ ନିଜର ସେନାକୁ ଫିଙ୍ଗର ଆଠରୁ ପୂର୍ବ ଦିଗରେ ରଖିବ। ସେହିଭଳି ଭାରତ ମଧ୍ୟ ନିଜର ସେନା ୟୁନିଟ୍ଗୁଡ଼ିକୁ ଫିଙ୍ଗର ୩ ନିକଟସ୍ଥ ସ୍ଥାୟୀ ବେସରେ ରଖାଯିବ।'
ସୂଚନାଯୋଗ୍ୟ, ଭାରତ ଏବଂ ଚୀନ୍ ମଧ୍ୟରେ LAC କୁ ନେଇ ଗତବର୍ଷ ମେ ମାସରେ ବିବାଦ ଆରମ୍ଭ ହୋଇଥିଲା। ଲଦାଖର ଗାଲୱାନ୍ ଉପତ୍ୟକା (Galwan Valley) ରେ ଚୀନ୍ ଭାରତର ରାସ୍ତା ନିର୍ମାଣକୁ ବିରୋଧ କରିଥିଲା। ମଇ ୫ରେ ଭାରତୀୟ ସେନା ଏବଂ ଚୀନ୍ ସୈନ୍ୟ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ସାମରିକ ବିବାଦ ଆରମ୍ଭ ହୋଇଥିଲା। ଏହା ପରେ ୯ ମଇରେ ସିକ୍କିମର ନାଥୁ ଲା ଠାରେ ଭାରତୀୟ ଓ ଚୀନ ସୈନିକ ମୁହାଁମୁହିଁ ହୋଇଥିଲେ। ଏଥିରେ ଉଭୟ ପକ୍ଷର ଅନେକ ଯବାନ ଆହତ ହୋଇଥିଲେ।
Also Read: ରେଳଯାତ୍ରୀଙ୍କ ଚିନ୍ତା ବଢିଲା; ଆସନ୍ତା ସପ୍ତାହରେ ହେବ ଏହି ଅସୁବିଧା
ସେହିପରି ଜୁନ୍ ୧୫ରେ ପୁଣି ଗାଲୱାନ୍ ଉପତ୍ୟକାରେ ଭାରତ (Indian Army) ଏବଂ ଚୀନ୍ ସୈନିକ (PLA) ଙ୍କ ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ ହୋଇଥିଲା। ଯେଉଁଥିରେ ଭାରତର ୨୦ ଯବାନ ଶହୀଦ ହୋଇଥିଲେ। ଆମେରିକା ଓ ଋଷ ଗଣମାଧ୍ୟମ (Russia Media) ଅନୁସାରେ ଚୀନର ୪୦ରୁ ଊର୍ଦ୍ଧ୍ୱ ସୈନ୍ୟ ନିହତ ହୋଇଛନ୍ତି। କିନ୍ତୁ ଚୀନ ନିଜ ଆଡୁ ମୃତକଙ୍କ ସଂଖ୍ୟା ସ୍ପଷ୍ଟ କରିନାହିଁ।
ଗାଲୱାନ ରକ୍ତପାତ ପରେ ଭାରତ ଏବଂ ଚୀନ୍ ମଧ୍ୟରେ ଅନେକ ସ୍ତରରେ ଆଲୋଚନା ହୋଇଛି। କିନ୍ତୁ ସେଥିରେ କୌଣସି ସନ୍ତୋଷଜନକ ଫଳ ବାହାରିନଥିଲା। ସେପଟେ ୨୦୨୧ ଜାନୁଆରୀ ୨୦ରେ, ସିକ୍କିମରେ ନାକୁ ଲାକୁରେ ଚୀନ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଯାହାକୁ ନେଇ ପୁଣି ଭାରତ-ଚୀନ ସୈନ୍ୟ ମୁହାଁମୁହିଁ ହୋଇଥିଲେ।