ରେଳଯାତ୍ରୀଙ୍କ ଚିନ୍ତା ବଢିଲା; ଆସନ୍ତା ସପ୍ତାହରେ ହେବ ଏହି ଅସୁବିଧା
Advertisement

ରେଳଯାତ୍ରୀଙ୍କ ଚିନ୍ତା ବଢିଲା; ଆସନ୍ତା ସପ୍ତାହରେ ହେବ ଏହି ଅସୁବିଧା

ଦିନକୁ ଦିନ କୃଷକଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଅନ୍ୟପଟେ ଧର୍ଯ୍ୟହରା ହୋଉଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଏବେ ଚକାଜାମ (Chakka Jam) ଓ ରେଳରୋକ (Railrok) ଯାଏଁ ପହଞ୍ଚିଛି।

 

ଫାଇଲ ଫଟୋ

ନୂଆଦିଲ୍ଲୀ: ବଢିଲା ରେଳଯାତ୍ରୀଙ୍କ ସମସ୍ୟା। ସଡକ ରଥ ପରେ ଆନ୍ଦୋଳନକାରୀ କୃଷକଙ୍କ ଟାର୍ଗେଟରେ ରେଳପଥ। ୩ ମାସ ପୂର୍ବେ କୃଷି ଆଇନକୁ ପଞ୍ଜାବରେ ଯେଉଁଭଳି ପ୍ରତିବାଦ କରାଯାଇଥିଲା ତାହାକୁ ଦେଶଷବ୍ୟାପରୀ ଲାଗୁ କରାଯିବ। ତେବେ ଏହା କେବେଳ ୪ ଘଣ୍ଟା ପାଇଁ ପାଳନ କରାଯିବ।

ଅଢେଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଦିଲ୍ଲୀ ସୀମା (Delhi Border) ରେ କୃଷକଙ୍କ ଆନ୍ଦୋଳନ (Farmers Protest) ଚାଲିଛି। କୃଷି ଆଇନ ବିରୋଧରେ ଚାଲିଥିବା ଏହି ଆନ୍ଦୋଳନର ସମାଧାନ ପାଇଁ ଗତ ୨୦ ଦିନ ମଧ୍ୟରେ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ସେପଟେ ଦିନକୁ ଦିନ କୃଷକଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଅନ୍ୟପଟେ ଧର୍ଯ୍ୟହରା ହୋଉଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଏବେ ଚକାଜାମ (Chakka Jam) ଓ ରେଳରୋକ (Railrok) ଯାଏଁ ପହଞ୍ଚିଛି।

Also Read: ମହଙ୍ଗା ହେବ ରେଳଯାତ୍ରା; ଟିକେଟ ପରେ ଯାତ୍ରୀ ଦେବେ UDF!

ଗତ ୬ ତାରିଖରେ କୃଷି ଆଇନ (Farm Law) ବିରୋଧି କୃଷକମାନେ ଦେଶବ୍ୟାପୀ ଚକାଜାମ କରିଥିଲେ। ଦିନ ୧୨ରୁ ୩ଟା ଯାଏଁ ବନ୍ଦ ଡାକାରା ଦିଆଯାଇଥିଲା। ଦେଶର ପ୍ରାୟ ଅଧିକାଂଶ ସ୍ଥାନରେ ଏହା ସଫଳ ହୋଇଛି। ଚକାବନ୍ଦ ପରେ ଏବେ ଆନ୍ଦୋଳନକାରୀ କୃଷକମାନେ (Farmers Union) ରେଳରୋକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧୮ ତାରିଖ ଦିନ ଦେଶବ୍ୟାପୀ ରେଳରୋକ କରାଯିବ। କେବଳ ମଧ୍ୟାହ୍ଣ ୧୨ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ ରଖାଯିବ ବୋଲି ମିଳିତ କୃଷକ ମଞ୍ଚ କହିଛି। 

ଯଦି ୧୮ ତାରିଖ ଦିନ କୃଷକଙ୍କ ଘୋଷଣା ଅନୁସାରେ ରେଳରୋକ ହୁଏ ତେବେ ଲକ୍ଷ ଲକ୍ଷ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେବେ। ୪ ଘଣ୍ଟା ପର୍ଯ୍ୟନ୍ତ ରେଳ (Indian Rail) ବିଳମ୍ବ ହେବ। ତେଣୁ ଯେଉଁମାନେ ୧୮ ତାରିଖରେ ରେଳଯାତ୍ରା କରିବେ, ସେମାନେ ସମ୍ଭାବ୍ୟ ସମସ୍ୟାର ସମ୍ମୁଖୀନ ପାଇଁ ଆବଶ୍ୟକୀୟ ପ୍ରସ୍ତୁତି କରିବା ଆବଶ୍ୟକ। ତେବେ ରେଳରୋକ ଆନ୍ଦୋଳନ କିଭିଳି କରାଯିବ ସେ ନେଇ କୃଷକ ସଂଗଠନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଗାଇଡଲାଇନ୍ ଜାରି କରାଯାଇନାହିଁ।