ଏ ଘଟଣା ବାବଦରେ ଚୀନୀ ରାଷ୍ଟ୍ରୀୟ ଗଣମାଧ୍ୟମ (Chinese State Media) ଗ୍ଲୋବାଲ ଟାଇମ୍ସ (Global Times) ପକ୍ଷରୁ ସୂଚନା ଦିଆଯାଇଛି।
Trending Photos
ନୂଆଦିଲ୍ଲୀ: ଗତ ବର୍ଷ ଜୁନ ୧୫-୧୬ ମଧ୍ୟରାତ୍ରୀରେ ପୂର୍ବ ଲଦାଖର ଗଲୱାନ ଉପତ୍ୟାକାରେ ମୁହାଁମୁହିଁ ହୋଇଥିଲେ ଭାରତ-ଚୀନ ସୈନିକ। ସେବେଠାରୁ ଏ ଘଟଣାକୁ ନେଇ ସୀମାରେ ଉତ୍ତେଜନା ସୃଷ୍ଟ ହେବା ପରେ ଭାରତୀୟ ମାତ୍ରାରେ ସୈନ୍ୟ ବଳ ମୁତୟନ କରିଥିଲେ ଉଭୟ ଦେଶ।
ସମୟକ୍ରମେ ସୀମାରୁ ସୈନ୍ୟ ବଳ ପ୍ରତ୍ୟାହାର କରିବା ନେଇ ଚୀନ (China) ଉଦ୍ଦେଶ୍ୟରେ ଜଣାଇ ଦେଇଥିଲା ଭାରତ (India)। ଏ ପ୍ରସଙ୍ଗରେ ଉଭୟ ଦେଶ ମଧ୍ୟରେ ୯ ଥର ଆଲୋଚନା ହୋଇଥିଲା। ଶେଷରେ ସୀମାରୁ ହଟିଛି ବିଶ୍ୱରେ ଡ୍ରାଗନ ଆର୍ମୀ (Dragon Army) ଭାବେ ଜଣାଶୁଣା ଚୀନ ସୈନ୍ୟବାହିନୀ (Chinese Troops)।
Also Read: ଜବାବ ଦେବାକୁ ତତ୍ପର ଡ୍ରାଗନ,ଭାରତ-ଆମେରିକା ଉପରେ କରିବ ପରମାଣୁ ହମଲା!
ଏ ଘଟଣା ବାବଦରେ ଚୀନୀ ରାଷ୍ଟ୍ରୀୟ ଗଣମାଧ୍ୟମ (Chinese State Media) ଗ୍ଲୋବାଲ ଟାଇମ୍ସ (Global Times) ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ମିଳିଥିବା ଖବର ଅନୁସାରେ ପେଙ୍ଗାଙ୍ଗ ହ୍ରଦ (Pangong Lake) ଅଧିନସ୍ଥ ଫିଙ୍ଗର ୪ ଅଞ୍ଚଳରେ (Finger4 Region) ଏବେ ପେଟ୍ରୋଲିଂ ହେବ ନାହିଁ।
Chinese and #Indian border troops on the southern and northern shores of #Pangong Lake began disengagement as planned on Wednesday according to the consensus reached during the ninth round of military commander-level talks: China's Ministry of National Defense pic.twitter.com/Af6NhoFjz3
— Global Times (@globaltimesnews) February 10, 2021
ଏହାକୁ ନୋ ପେଟ୍ରୋଲିଂ ଜୋନ (No Petroling Zone) ଭାବେ ଘୋଷିତ କରାଯାଇଛି। ଚୀନ ସେନା ଏବେ ଫିଙ୍ଗର ୮ ଅଞ୍ଚଳ ପର୍ଯ୍ୟନ୍ତ ଆସିପାରିବ। ଅନ୍ୟପଟେ ଭାରତ ଫିଙ୍ଗର ୨-୩ କ୍ଷେତ୍ର ମଧ୍ୟରେ ପେଟ୍ରୋଲିଂ କରିପାରିବ।
Also Read: ସାଟେଲାଇଟ ଫଟୋରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ; ପେଙ୍ଗାଙ୍ଗ ହ୍ରଦ ଅଞ୍ଚଳରୁ ଏପର୍ଯ୍ୟନ୍ତ ହଟିନାହିଁ ଡ୍ରାଗନ ଆର୍ମି
ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ (Chinese Defense Ministry) ମୁଖପାତ୍ର କର୍ଣ୍ଣେଲ ୱୁ କିଆନ୍ କହିଛନ୍ତି ପୂର୍ବ ଲଦାଖର ପେଙ୍ଗାଙ୍ଗ ହ୍ରଦର ଉଭୟ ଉତ୍ତର-ଦକ୍ଷିଣ ପାର୍ଶ୍ୱରେ ନିୟୋଜିତ ହୋଇଥିବା ଭାରତ-ଚୀନ୍ ସୈନ୍ୟ ବୁଧବାର ଠାରୁ ବ୍ୟବସ୍ଥିତ ଭାବେ ପଛକୁ ଫେରିଛନ୍ତି। ଦୁଇ ଦେଶର ସଶସ୍ତ୍ର ବାହିନୀ ଏବେ ପଛକୁ ହଟିଛନ୍ତି।
Also Read: ଥଣ୍ଡା ସମ୍ଭାଳିପାରୁନି ଚୀନ, ଭାରତ ସହ କେମିତି କରିବ ଲଢେଇ
ଅନ୍ୟପଟେ ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ (Defense Minister) ରାଜନାଥ ସିଂହ (Rajnath Singh) ରାଜ୍ୟସଭାକୁ ଏ ପ୍ରସଙ୍ଗରେ ଅବଗତ କରାଇବେ। ସୀମା ବିବାଦକୁ ନେଇ ଗତ ବର୍ଷ ଏପ୍ରିଲ-ମେ ମାସରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷ ବେଶ ଲମ୍ବା ସମୟ ଧରି ଚାଲିଥିଲା। ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିବା ଲାଗି ଉଭୟ ବିଭିନ୍ନ ସମୟରେ ସାମରିକ, କୂଟନୈତିକ ସ୍ତରରେ ଆଲୋଚନା ଅନୁଷ୍ଠିତ ହୋଇସାରିଛି।
Raksha Mantri Shri @rajnathsingh will make a statement in Rajya Sabha tomorrow regarding ‘Present Situation in Eastern Ladakh’.
— रक्षा मंत्री कार्यालय/ RMO India (@DefenceMinIndia) February 10, 2021