କୋରୋନା କାଳରେ ଦିଲ୍ଲୀ ପାଇଁ ଘନେଇଲା ଆଉ ଏକ ବିପଦ...
କୋରୋନା କାଳରେ ଦିଲ୍ଲୀ ପାଇଁ ଆଉ ଏକ ବିପଦ ଘନେଇବାରେ ଲାଗିଛି। କୋରୋନାରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ପାଇନଥିବା ବେଳେ ଏବେ ଆଉ ଏକ ବିପଦ ମୁଣ୍ଡ ଟେକିବାରେ ଲାଗିଲାଣି। ଗତ ରବିବାର ଦିଲ୍ଲୀର ବାୟୁମଣ୍ଡଳ ପୁଣି ଥରେ ପ୍ରଦୁଷଣର ମାତ୍ରା ବଢିଛି। ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI)ରେ ପୁଣି ଥରେ ଦିଲ୍ଲୀ ବାୟୁ ମଣ୍ଡଳ ଖରାପ ଶ୍ରେଣୀରେ ରହିଛି। ବିଗତ ଶନିବାର
ନୂଆଦିଲ୍ଲୀ: କୋରୋନା କାଳରେ ଦିଲ୍ଲୀ ପାଇଁ ଆଉ ଏକ ବିପଦ ଘନେଇବାରେ ଲାଗିଛି। କୋରୋନାରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ପାଇନଥିବା ବେଳେ ଏବେ ଆଉ ଏକ ବିପଦ ମୁଣ୍ଡ ଟେକିବାରେ ଲାଗିଲାଣି। ଗତ ରବିବାର ଦିଲ୍ଲୀର ବାୟୁମଣ୍ଡଳ ପୁଣି ଥରେ ପ୍ରଦୁଷଣର ମାତ୍ରା ବଢିଛି। ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI)ରେ ପୁଣି ଥରେ ଦିଲ୍ଲୀ ବାୟୁ ମଣ୍ଡଳ ଖରାପ ଶ୍ରେଣୀରେ ରହିଛି। ବିଗତ ଶନିବାର ଓ ରବିବାର ପଡ଼ୋଶୀ ରାଜ୍ୟରେ ମାତ୍ରାଧିକ ନଡ଼ା ଜଳାଯିବା କାରଣରୁ ବାୟୁମଣ୍ଡଳ ପ୍ରଦୂଷିତ ହୋଇଥିବା ଦେଖିବାକୁ ମିଳିଛି।
ଅଧିକ ପଢନ୍ତୁ: ବୁଢା ହୋଇଗଲେଣି ନୀତିଶ
ରବିବାର ଶନିବାର ଦିନ ଏହା 19 ପ୍ରତିଶତ, ଶୁକ୍ରବାର ଦିନ 18 ପ୍ରତିଶତ, ବୁଧବାର ଦିନ ପ୍ରାୟ ଏକ ପ୍ରତିଶତ ଏବଂ ମଙ୍ଗଳବାର, ସୋମବାର ଏବଂ ରବିବାରରେ ପ୍ରାୟ ତିନି ପ୍ରତିଶତ ଥିଲା। ଏକ କେନ୍ଦ୍ରୀୟ ଏଜେନ୍ସି ଏହି ସୂଚନା ଦେଇଛନ୍ତି। ମହାନଗରରେ ୨୪ ଘଣ୍ଟା ମଧ୍ୟରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୨୫୪ ରେକର୍ଡ କରାଯାଇଥିଲା । ଶନିବାର ୨୪ ଘଣ୍ଟାର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ ୨୮୭ ରେକର୍ଡ କରାଯାଇଛି । ଶୁକ୍ରବାର ଏହା ୨୩୯ ଥିବାବେଳେ ଗୁରୁବାର ୩୧୫ ଥିଲା, ଯାହା ଚଳିତ ବର୍ଷ ଫେବୃଆରୀ ୧୨ ଠାରୁ ସବୁଠାରୁ ଖରାପ ଅଟେ । ସେଦିନ AQI ୩୨୦ ଥିଲା ।
ଶୂନରୁ ୫୦ମଧ୍ୟରେ AQI ରହିବେ 'ଭଲ' ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇଥାଏ। ୫୧ ରୁ ୧୦୦ ମଧ୍ୟରେ 'ସନ୍ତୋଷଜନକ', ୧୦୧ ରୁ ୨୦୦ ହେଉଛି 'ମଧ୍ୟମ', ୨୦୧ ରୁ ୩୦୦ 'ଖରାପ', ୩୦୧ ରୁ ୪୦୦ 'ଅତ୍ୟନ୍ତ ଖରାପ' ଏବଂ ୪୦୧ ରୁ ୫୦୦ ମଧ୍ୟରେ 'ଗମ୍ଭୀର' ଭାବେ ବିବେଚନା କରାଯାଏ ।
ଅଧିକ ପଢନ୍ତୁ: ଚୀନ ଉପରେ ଆକ୍ରମଣ କରିବ ତାଇଓ୍ୱାନ
ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଦିନରେ ଉତ୍ତର-ପଶ୍ଚିମ ପବନ ପ୍ରବାହିତ ହେଉଛି ଏବଂ ନଡ଼ା ଜଳିବା ଦ୍ୱାରା ଉତ୍ପାଦିତ ପ୍ରଦୂଷଣର ମାତ୍ରା ବଢିଛି। ରାତିରେ ବାୟୁ ଥଣ୍ଡା ହେବା ଏବଂ ତାପମାତ୍ରା ହ୍ରାସ ଯୋଗୁଁ ପ୍ରଦୂଷଣ ଜମା ହୋଇଥାଏ । ଭୁ-ବିଜ୍ଞାନ ମନ୍ତ୍ରଣାଳୟର ଏୟାର କ୍ୱାଲିଟି ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନ (SAFAR) ଅନୁଯାୟୀ ଶନିବାର ଦିନ ହରିୟାଣା, ପଞ୍ଜାବ ଏବଂ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ୧୨୩୦ଟି ସ୍ଥାନରେ ନଡ଼ା ଜଳିବା ଘଟଣା ଘଟିଛି, ଯାହାକି ଗୋଟିଏ ଦିନରେ ସର୍ବାଧିକ। ଏଥିରେ କୁହାଯାଇଛି ଯେ ଶନିବାର ଦିନ ବାୟୁ ପ୍ରଦୁଷଣର ମାତ୍ରା ୨।୫ ପ୍ରଦୂଷଣରେ ଷ୍ଟଲ ଜଳିବା ପ୍ରାୟ ୧୭ ପ୍ରତିଶତ ଥିଲା।