ବିହାର ନିର୍ବାଚନ: ନିର୍ବାଚନୀ ମୈଦାନରେ ଲାଲୁ ଯାଦବ, ନୀତିଶଙ୍କୁ କହିଲେ ବୁଢା ହୋଇଗଲେଣି...
Advertisement

ବିହାର ନିର୍ବାଚନ: ନିର୍ବାଚନୀ ମୈଦାନରେ ଲାଲୁ ଯାଦବ, ନୀତିଶଙ୍କୁ କହିଲେ ବୁଢା ହୋଇଗଲେଣି...

ବିହାର ବିଧାନସଭା ନିର୍ବାଚନର ତାରିଖ ଯେତିକି ଯେତିକି ପାଖେଇ ଆସୁଛି। ରାଜ୍ୟରେ ମାହୋଲ ସେତିକି ସେତିକି ଉଷ୍ମ ହେବାରେ ଲାଗିଛି।  ପ୍ରଚାର ମୈଦାନରେ ସବୁ ରାଜନୈତିକ ଦଳ ଏବେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ତେବେ ନିର୍ବାଚନର ପ୍ରଚାର ରଣାଙ୍ଗନରେ  ରାଷ୍ଟ୍ରୀୟ ଜନତା ଦଳ (RJD) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓହ୍ଲାଇଛନ୍ତି। ପ୍ରଚାର ମୈଦା

ବିହାର ନିର୍ବାଚନ: ନିର୍ବାଚନୀ ମୈଦାନରେ ଲାଲୁ ଯାଦବ, ନୀତିଶଙ୍କୁ କହିଲେ ବୁଢା ହୋଇଗଲେଣି...

ପାଟନା: ବିହାର ବିଧାନସଭା ନିର୍ବାଚନର ତାରିଖ ଯେତିକି ଯେତିକି ପାଖେଇ ଆସୁଛି। ରାଜ୍ୟରେ ମାହୋଲ ସେତିକି ସେତିକି ଉଷ୍ମ ହେବାରେ ଲାଗିଛି।  ପ୍ରଚାର ମୈଦାନରେ ସବୁ ରାଜନୈତିକ ଦଳ ଏବେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ତେବେ ନିର୍ବାଚନର ପ୍ରଚାର ରଣାଙ୍ଗନରେ  ରାଷ୍ଟ୍ରୀୟ ଜନତା ଦଳ (RJD) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓହ୍ଲାଇଛନ୍ତି। ପ୍ରଚାର ମୈଦାନରେ ଓହ୍ଲାଇବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। 

ଅଧିକ ପଢନ୍ତୁ: କେନ୍ଦ୍ରରେ ଓଡ଼ିଆଙ୍କ ପୁଣି ଦବଦବା, ଶ୍ରେଷ୍ଠ ୧୦ରେ ୩ ଓଡ଼ିଆ ପ୍ରଶାସକ

ଟାର୍ଗେଟ କରି ଲାଲୁ କହିଛନ୍ତି କି। ନୀତିଶ ତୁମେ ଏବେ ବୁଢା ହୋଇ ଗଲଣି। ବର୍ତ୍ତମାନ ତୁମର ବିଶ୍ରାମର ସମୟ। ସୂଚନାଯୋଗ୍ୟ ନୀତିଶ କୁମାର ଏକ ରାଲିରେ ରାଜ୍ୟରେ କାରଖାନାର କମକୁ ନେଇ କହିଥିଲେ କି। ବଡ଼ ବଡ଼ ଶିଳ୍ପ ସମୁଦ୍ର ଉପକୂଳରେ ଥିବା ରାଜ୍ୟ ମାନଙ୍କରେ ପ୍ରତିଷ୍ଠା ହେଉଛି। ଆମେ ବହୁତ ଚେଷ୍ଟା କରିଲୁ। କିନ୍ତୁ ବିହାରରେ ଶିଳ୍ପର ପ୍ରତିଷ୍ଠା ହେବା ଅସମ୍ଭବ ହୋଇ ପଡ଼ିଛି। ନୀତିଶଙ୍କ ଏହି ବୟାନ ପରେ ଏବେ ତାଙ୍କୁ ସବୁ ରାଜନୈତିକ ଦଳ ଟାର୍ଗେଟ କରି ସମାଲୋଚନା କରିବାରେ ଲାଗିଛନ୍ତି। 

ଅଧିକ ପଢନ୍ତୁ: ଆର୍ମେନିଆ-ଆଜେରବାଇଜାନ ଯୁଦ୍ଧରେ ତୁର୍କୀ ବିରୁଦ୍ଧରେ ଶକ୍ତିଶାଳୀ ଋଷ କାହିଁକି ଏତେ ଅସହାୟ?

ପୂର୍ବରୁ ତେଜସ୍ୱି ଯାଦବ ସମାଲୋଚନା କରିସାରିଥିବା ବେଳେ ଏବେ ଲାଲୁ ପ୍ରସାଦ ଯାଦବ ନୀତିଶଙ୍କୁ ସମାଲୋଚନା କରିଛନ୍ତି। ଲାଲୁ ଯାଦବ ନୀତିଶଙ୍କୁ ଟାର୍ଗେଟ କରି ଟ୍ୱିଟ କରି ଲେଖିଥିଲେ ଯେ। ବିହାରକୁ ଏବେ ହିନ୍ଦ୍ ମହାସାଗର ପଠାଇବାର ଆବଶ୍ୟକତା ରହିଛି। ପନ୍ଦର ବର୍ଷର ସରକାର ନିଜର ଅପାରଗତା ପଦାରେ ପଡ଼ିସାରିଛି। ନୀତିଶ କୁମାର ଆପଣ ଥକି ଗଲେଣି। ବର୍ତ୍ତମାନ ଆପଣଙ୍କର ବିଶ୍ରାମ ନେବାର ସମୟ ବୋଲି ସେ ଟ୍ୱିଟରରେ ଲେଖିଥିଲେ। ଏହି ଟ୍ୱିଟରରେ ଆରଜେଡ଼ି ଏକ ଗ୍ରାଫିକ୍ସ ଫଟୋ ମଧ୍ୟ ସେୟାର କରିଥିଲେ। ଯେଉଁଥିରେ ନୀତିଶ ଏକ ବ୍ୟଙ୍ଗାତ୍ମକ ଚିତ୍ର ମଧ୍ୟ ସେୟାର କରାଯାଇଥିଲା।