Lockdownରେ ପ୍ରବାସୀ ଶ୍ରମିକଙ୍କୁ ମିଳିବ ୫୦୦୦ ଟଙ୍କା
ଦିଲ୍ଲୀ (Delhi) ର ରେଳ ଷ୍ଟେସନ ଏବଂ ବସ ଷ୍ଟାଣ୍ଡରେ ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ ଏବଂ ଅନ୍ୟାନ୍ୟ ରାଜ୍ୟ ଅଭିମୁଖେ ବାହାରି ଥିବା ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଅଛନ୍ତି। ସେମାନେ ନିଜ ଘରକୁ ଯିବାକୁ ଚେଷ୍ଟା କରୁଛନ୍ତି।
ନୂଆଦିଲ୍ଲୀ: ଶ୍ରମିକମାନଙ୍କୁ ୫୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଦିଲ୍ଲୀ ସରକାର ମଙ୍ଗଳବାର ହାଇକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି। କୋରୋନା ସଂକ୍ରମଣ (Coronavirus) କୁ ଦେଖି ଜାତୀୟ ରାଜଧାନୀରେ ଏକ ସପ୍ତାହ ଲକଡ଼ାଉନ ଘୋଷଣା କରାଯାଇଛି। ଫଳରେ ଆତଙ୍କୀତ ପ୍ରବାସୀମାନେ ଦିଲ୍ଲୀରୁ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି।
ଦିଲ୍ଲୀ (Delhi) ର ରେଳ ଷ୍ଟେସନ ଏବଂ ବସ ଷ୍ଟାଣ୍ଡରେ ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ ଏବଂ ଅନ୍ୟାନ୍ୟ ରାଜ୍ୟ ଅଭିମୁଖେ ବାହାରି ଥିବା ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଅଛନ୍ତି। ସେମାନେ ନିଜ ଘରକୁ ଯିବାକୁ ଚେଷ୍ଟା କରୁଛନ୍ତି। ଆଶଙ୍କା କରାଯାଉଛି ଯେ, ଦିଲ୍ଲୀ ସରକାର ଲଗାଇଥିବା ଏକ ସପ୍ତାହର ଲକଡାଉନ ଆହୁରି ବଢିପାରେ। ଦିଲ୍ଲୀରେ ୨୦ ଏପ୍ରିଲରୁ ଆରମ୍ଭ ହୋଇଥିବା ଏହି ଲକଡାଉନ୍ ୨୬ ଏପ୍ରିଲ ପର୍ଯ୍ୟନ୍ତ ଜାରି ରହିବ।
Also Read: କୋରୋନାର ସୁନାମୀରେ ଭାଙ୍ଗିଲା ସମସ୍ତ ରେକର୍ଡ, ପୋକ-ମାଛି ପରି ମରୁଛନ୍ତି ଆକ୍ରାନ୍ତ
ଏପ୍ରିଲ ୧୯ରେ, ଦିଲ୍ଲୀ ହାଇକୋର୍ଟ (Delhi High Court), କେଜ୍ରିୱାଲ ସରକାରଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେଥିରେ କୁହାଯାଇଥିଲା ଯେ, ଲକଡାଉନ ସମୟରେ ଶ୍ରମିକମାନ (migrant workers) ଙ୍କୁ ଆବଶ୍ୟକ ଜିନିଷ ଯୋଗାଇବା ଉଚିତ।ଏହି ସମୟରେ ସେମାନଙ୍କର ଯେପରି କୌଣସି ଅସୁବିଧା ନ ହୁଏ ତାହାକୁ ସରକାର ସୁନିଶ୍ଚିତ କରିବେ। ଏହା ପରେ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) କହିଛି ଯେ, କେଜ୍ରିୱାଲ ସରକାର (Arvind Kejriwal) ଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୈନିକ ଶ୍ରମିକ ଏବଂ ପ୍ରବାସୀ ଶ୍ରମିକଙ୍କୁ ରାଜଧାନୀରେ ଆଶ୍ରୟ, ଖାଦ୍ୟ, ଜଳ ଏବଂ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ।
Also Read: କୋରୋନା ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ୬ ସୂତ୍ରୀ ପରାମର୍ଶ
ଦିଲ୍ଲୀ ସରକାରଙ୍କ ଆଫିଡେଭିଟ୍ ଅନୁଯାୟୀ, ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କୁ ୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏଥି ସହିତ ପ୍ରବାସୀ ଶ୍ରମିକମାନଙ୍କୁ ଚିହ୍ନଟ କରିବା ଏବଂ ସାହାଯ୍ୟ କରିବା ପାଇଁ ଏକ କମିଟି ଗଠନ କରାଯିବ ଏବଂ ତା’ପରେ ସେମାନଙ୍କୁ ସାହାଯ୍ୟ କରାଯିବ। ଶ୍ରମିକଙ୍କ ପାଇଁ ଗଠିତ କମିଟିରେ ୭ ଜଣ ସଦସ୍ୟ ରହିବେ। ସେମାନେ ଶ୍ରମିକମାନଙ୍କ ଆର୍ଥିକ ସହାୟତା ସହିତ ଖାଦ୍ୟ ଏବଂ ପାନୀୟ, ଚିକିତ୍ସା ସୁବିଧା ଏବଂ ଆଶ୍ରୟସ୍ଥଳ ଇତ୍ୟାଦି ସମସ୍ତ ବିଷୟର ଯତ୍ନ ନେବେ।