Delhi GRAP 4 Guidelines: ରାଜଧାନୀ ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଏବଂ ପରିବେଶ ମନ୍ତ୍ରଣାଳୟ ଦ୍ୱାରା ଗଠିତ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍) ସୋମବାରଠାରୁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନର ଚତୁର୍ଥ ପର୍ଯ୍ୟାୟ (GRAP 4) କାର୍ଯ୍ୟକାରୀ କରିଛନ୍ତି। GRAP 4 ଲାଗୁ ହେବା ପରେ ଦିଲ୍ଲୀରେ ଅନେକ କଟକଣା ଲାଗୁ କରାଯାଇଛି। ଏହା ଅଧୀନରେ କାରଖାନା, ନିର୍ମାଣ କାର୍ଯ୍ୟ ଏବଂ ଯାତାୟାତ ଉପରେ କଡ଼ା କଟକଣା ଲଗାଯାଇଛି।


COMMERCIAL BREAK
SCROLL TO CONTINUE READING

ଏସବୁ ଜିନିଷ ଉପରେ ପ୍ରତିବନ୍ଧକ
GRAP 4 ଲାଗୁ ହେବା ପରେ ଟ୍ରକ୍, ଲୋଡର୍ ଏବଂ ଅନ୍ୟ ଭାରୀ ଯାନଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ନାହିଁ। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିବା ଗାଡ଼ି ଗୁଡ଼ିକୁ ପ୍ରବେଶ ଅନୁମତି ଦିଆଯାଇଛି।


ସବୁ ପ୍ରକାର ନିର୍ମାଣ ଓ ଭଙ୍ଗାଭଙ୍ଗି କାର୍ଯ୍ୟ ଉପରେ କଟକଣା 
ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ କ୍ଲାସ୍ ଏବଂ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପାଇଁ ୱାର୍କ ଫ୍ରମ୍ ହୋମ୍ ଉପରେ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ଚତୁର୍ଥ ପର୍ଯ୍ୟାୟରେ ଅଡ୍-ଇଭେନ୍ ର ନିଷ୍ପତ୍ତି ମଧ୍ୟ ନିଆଯାଇପାରେ, ଯଦିଓ ଏହା ଜରୁରୀ ନୁହେଁ।


କ'ଣ କହିଲା ଆଦେଶ ?
ନିର୍ଦ୍ଦେଶ ଅନୁଯାୟୀ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା କିମ୍ବା ସ୍ୱଚ୍ଛ ଇନ୍ଧନ (ଏଲଏନଜି/ସିଏନଜି/ବିଏସ-୬ ଡିଜେଲ/ଇଲେକ୍ଟ୍ରିକ୍) ବ୍ୟବହାର କରୁଥିବା ଟ୍ରକ୍ ବ୍ୟତୀତ ଅନ୍ୟ କୌଣସି ଟ୍ରକ୍ କୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ଇଲେକ୍ଟ୍ରିକ୍ ଯାନ, ସିଏନଜି ଯାନ ଏବଂ ବିଏସ୍ -୬ ଡିଜେଲ ଯାନବ୍ୟତୀତ ଦିଲ୍ଲୀ ବାହାରେ ପଞ୍ଜିକୃତ ହାଲୁକା ବାଣିଜ୍ୟିକ ଯାନ ଉପରେ ମଧ୍ୟ କଟକଣା ଲାଗୁ ହେବ। ରାଜପଥ, ରାସ୍ତା, ଫ୍ଲାଏଓଭର ଓ ଅନ୍ୟାନ୍ୟ ସାର୍ବଜନୀନ ପ୍ରକଳ୍ପ ସମେତ ସମସ୍ତ ନିର୍ମାଣ କାର୍ଯ୍ୟ ସାମୟିକ ଭାବେ ବନ୍ଦ ରହିବ।


ଷଷ୍ଠରୁ ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ କ୍ଲାସ୍ କରିବାକୁ ସିଏକ୍ୟୁଏମ୍ ପରାମର୍ଶ ଦେଇଛି। ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ରେ ଥିବା କାର୍ଯ୍ୟାଳୟ ଗୁଡ଼ିକ ୫୦ ପ୍ରତିଶତ କ୍ଷମତା ସହ କାର୍ଯ୍ୟ କରିବାକୁ ସୁପାରିସ କରାଯାଇଥିବା ବେଳେ ବାକି କର୍ମଚାରୀମାନେ ଘରୁ କାମ କରିବାକୁ ସୁପାରିସ କରାଯାଇଛି। କମିଟି କହିଛି ଯେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ ର ବିକଳ୍ପ ଆରମ୍ଭ ହୋଇପାରେ।



ଏଥିସହ କଲେଜ ବନ୍ଦ କରିବା, ଅଣଅତ୍ୟାବଶ୍ୟକ ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ଯାନବାହନ ପାଇଁ ଅଡ୍-ଇଭେନ୍ ନିୟମ ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରନ୍ତି। 


୪୦୧ରୁ ୫୦୦ ମଧ୍ୟରେ ଏକ୍ୟୁଆଇକୁ 'ଗୁରୁତର' ବୋଲି ବିବେଚନା କରାଯାଏ
GRAP 4 କାର୍ଯ୍ୟକାରୀ କରାଯାଏ ଯେତେବେଳେ ପ୍ରଦୂଷଣ ସ୍ତର ଅତ୍ୟଧିକ ବୃଦ୍ଧି ପାଇଥାଏ ଏବଂ ହାରାହାରି ଏକ୍ୟୁଆଇ ୪୫୦ ଅତିକ୍ରମ କରିଥାଏ । ଏକ୍ୟୁଆଇ ୦ରୁ ୫୦ ମଧ୍ୟରେ 'ଭଲ', ୫୧ରୁ ୧୦୦ 'ସନ୍ତୋଷଜନକ', ୧୦୧ରୁ ୨୦୦ 'ମଧ୍ୟମ', ୨୦୧ରୁ ୩୦୦ 'Poor', ୩୦୧ରୁ ୪୦୦ 'Very Poor' ଏବଂ ୪୦୧ରୁ ୫୦୦ 'Severe' ବୋଲି ବିବେଚନା କରାଯାଏ।


ରବିବାର ଦିନ ଦିଲ୍ଲୀ-ଏନସିଆରରେ ଏକ୍ୟୁଆଇ ୫୦୦ ଟପିଥିବା ରେକର୍ଡ କରାଯାଇଛି। ଅନେକ କ୍ଷେତ୍ରରେ ଏକ୍ୟୁଆଇ ବିପଜ୍ଜନକ ବର୍ଗରେ ରେକର୍ଡ କରାଯାଇଛି। ସକାଳ ୮ଟା ସୁଦ୍ଧା ଦିଲ୍ଲୀର ଏକ୍ୟୁଆଇ ୪୭୭ ଥିବା ବେଳେ ସନ୍ଧ୍ୟାରେ ଏହା ୫୪୮କୁ ବୃଦ୍ଧି ପାଇଛି ବୋଲି AQI.in  କହିଛି। ଏହାବ୍ୟତୀତ ଅଲିପୁରର ଏକ୍ୟୁଆଇ ୫୮୬, ଆନନ୍ଦ ଲୋକରେ ୫୮୬, ଆନନ୍ଦ ପର୍ବତ ୫୨୧, ଆନନ୍ଦ ବିହାର ୬୦୮, ଅଶୋକ ବିହାର ଫେଜ୍ -୧ ୫୩୯, ବୱାନା ଶିଳ୍ପାଞ୍ଚଳ ୫୩୪, ଭାଲସ୍ୱା ଲ୍ୟାଣ୍ଡଫିଲ୍ ୫୦୮, ଗ୍ରେଟର କୈଳାସ ୫୮୬, ଆଇଟିଆଇ ଶାହଦାରା ୬୦୮, କାଲକାଜୀ ୬୪୬ ଓ ପିଜିଡିଏଭି କଲେଜ AQI ୭୦୧ ରହିଛି।


ସୋମବାର ଦିଲ୍ଲୀର ଏକ୍ୟୁଆଇ ସକାଳ ସମୟରେ ୪୮୧ ରେକର୍ଡ କରାଯାଇଛି, ଯାହା ଅତ୍ୟନ୍ତ ଖରାପ ବର୍ଗରେ ରହିଥିଲା। ଅଶୋକ ବିହାରରେ ୪୯୫, ଶାଦିପୁରରେ ୪୭୪, ଭାବନାରେ ୪୯୫, ରୋହିଣୀରେ ୪୯୨, ୱାଜିରପୁରରେ ୪୯୦, ଜାହାଙ୍ଗୀରପୁରୀରେ ୩୮୪, ନେହେରୁ ନଗରରେ ୪୯୪, ଆନନ୍ଦ ବିହାରରେ ୪୮୭ ଓ ଆଇଟିଓରେ ୪୬୭ ମାମଲା ରହିଛି।


Also Read:  Ashwini Vaishnaw: ଅରିଜିନାଲ କଣ୍ଟେଟ କ୍ରିଏଟରଙ୍କୁ ଟଙ୍କା ମିଳିବା ନେଇ ବଡ଼ କଥା କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ


Also Read: Shani Sadesati: ୨୦୩୬ ଯାଏଁ କେଉଁ ରାଶି ଉପରେ ରହିବ ଶନି ସାଢେସତୀର ପ୍ରଭାବ ଜାଣନ୍ତୁ...