Delhi Meerut Rapid Rail: ଦିଲ୍ଲୀ-ମେରଠ ରାପିଡ୍ ରେଳ ପ୍ରକଳ୍ପ ବାବଦରେ ଆସିଛି ଏକ ବଡ଼ ଖବର। ଯାହାକୁ ଅପେକ୍ଷା କରି ରହିଛନ୍ତି ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଧିନସ୍ଥ ନୋଏଡା, ଗାଜିଆବାଦ, ମେରଠ ଏବଂ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ବାସିନ୍ଦା। ଆସନ୍ତା ୪-୬ ମାସ ମଧ୍ୟରେ ରେଳ ଧାରଣରେ ଦୌଡିବା ଆରମ୍ଭ କରିବ ରାପିଡ୍ ରେଲ। ଏହାର ପରୀକ୍ଷଣ ଆସନ୍ତା ଡିସେମ୍ବର ମାସରୁ ଆରମ୍ଭ ହେବ। ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ପରିବହନ ନିଗମ ପରିଚାଳନା ନିର୍ଦ୍ଦେଶକ ଏମଡି ବିନୟ କୁମାର ଏହି ସୂଚନା ଦେଇଛନ୍ତି। ପ୍ରାୟ ୧୭ କିମି ଦୂରତା ବିଶିଷ୍ଟ ଦୁହାଇ-ସାହିବାବାଦ ରାପିଡ ରେଳ ପ୍ରକଳ୍ପ ପାଇଁ ପରୀକ୍ଷଣ ଡିସେମ୍ବରରୁ ଆରମ୍ଭ ହେବ। ପ୍ରାୟ ୪ ମାସ ପାଇଁ ଟ୍ରେନ ପରିଚାଳନ କାର୍ଯ୍ୟ ପରୀକ୍ଷଣ ଅନୁଷ୍ଠିତ ହେବ। 


COMMERCIAL BREAK
SCROLL TO CONTINUE READING

ଆସନ୍ତା ୨୦୨୩ ଫେବୃଆରୀ-ମାର୍ଚ୍ଚ ସୁଦ୍ଧା ରାପିଡ୍ ରେଳ (Rapid Rail) ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହେବ। ଏହି ପ୍ରକଳ୍ପ ଦ୍ୱାରା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ (National Capital Delhi) ଏବଂ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର (National Capital Region) ଅଞ୍ଚଳର ଲୋକେ ବହୁତ ଲାଭବାନ ହେବେ। ଯୋଜନାବଦ୍ଧ ଅନୁଯାୟୀ ରାପିଡ୍ ରେଳ ପରୀକ୍ଷଣ ଆଗକୁ ବଢିଥିବା କହିଛନ୍ତି ବିଭାଗୀୟ ଅଧିକାରୀ।


Also Read: Rapid Rail Project: ରାପିଡ୍ ରେଲ ବିଷୟରେ ଆସିଲା ବଡ ଖବର


ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ପରିବହନ ନିଗମ (National Capital Region Transport Corporation) ଏନସିଆରଟିସି (NCRTC) ଦେଶର ପ୍ରଥମ ରିଜିଓନାଲ ରାପିଡ଼ ଟ୍ରାନ୍ସପୋର୍ଟ (Regional Rapid Transport System) ଆରଆରଟିଏସ (RRTS) ବ୍ୟବସ୍ଥାକୁ ଦିଲ୍ଲୀ-ମେରଠ (Delhi to Meerut) ମଧ୍ୟରେ ଚଳାଇବାକୁ ଯାଉଛି। ପ୍ରାୟ ୮୨ କିଲୋମିଟର ଲମ୍ବା ଦିଲ୍ଲୀ-ଗାଜିଆବାଦ-ମେରଠ (Delhi Ghaziabad Meerut) ରିଜିଓନାଲ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ୍ (Regional Rapid Transit System) ଆରଆରଟିଏସ (RRTS) ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଅତି ଦ୍ରୁତ ଗତିରେ ଚାଲିଛି।


ଦୁହାଇ-ସାହିବାବାଦ ବିଭାଗ (Duhai Sahibabad Section) ପରେ ଆସନ୍ତା ବର୍ଷ ଡିସେମ୍ବର ସୁଦ୍ଧା ଦୁହାଇ-ମେରଠ ଦକ୍ଷିଣ ବିଭାଗ (Duhai Meerut South Section) କାର୍ଯ୍ୟକ୍ଷମ ହେବ। ଯେଉଁଠାରେ ଆସନ୍ତା ୨୦୨୫ ସୁଦ୍ଧା ରାପିଡ୍ ରେଳ ପ୍ରକଳ୍ପ (Rapid Rail Project) ସମ୍ପୂର୍ଣ୍ଣ କରିବାକୁ ଯୋଜନା ରହିଛି। ବର୍ତ୍ତମାନ ଦୁଇଟି ଟ୍ରେନ୍ ମାଧ୍ୟମରେ ରାପିଡ୍ ରେଳ ପରୀକ୍ଷଣ (Rapid Rail Trial) ଚାଲିଥିବାବେଳେ ଆସନ୍ତା ସପ୍ତାହ ସୁଦ୍ଧା ପରୀକ୍ଷା ପାଇଁ ଆଉ ଗୋଟିଏ ଟ୍ରେନ ମିଳିଯିବ ବୋଲି ଆଶା କରାଯାଉଛି।


Also Read: Trial of Rapid Rail: ବୁଲେଟ ଟ୍ରେନ ପରେ ଦେଶରେ ଦୌଡିବ ରାପିଡ଼ ରେଲ


ପରୀକ୍ଷଣ ସମୟରେ ରାପିଡ୍ ରେଳ ଗୁଣବତ୍ତା, ସିଗନାଲ୍ ସିଷ୍ଟମ୍, ରୋଲିଂ ଷ୍ଟକ୍, ବ୍ରେକ୍ ସିଷ୍ଟମ୍ ଏବଂ କୋଚ୍ ଯାଞ୍ଚ କରାଯିବ। ଏଭଳି ରେଳଗାଡିରେ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ବ୍ୟବସ୍ଥା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ପରୀକ୍ଷଣରେ ରହିଛି। ରାପିଡ ରେଲ ଘଣ୍ଟାପ୍ରତି ୧୮୦ କିମି ବେଗରେ ରେଳ ଧାରଣାରେ ଦୌଡ଼ିବ। ଯାହା ଦେଶର ପ୍ରଥମ ଆଞ୍ଚଳିକ ରେଳଗାଡି଼ ହେବ। ବୁଲେଟ ଟ୍ରେନ ପରେ ଏହା ଦେଶର ଦ୍ୱିତୀୟ ଦ୍ରୁତଗାମୀ ରେଲଗାଡ଼ି ହେବ।