Rapid Rail Project: ରାପିଡ୍ ରେଲ ବିଷୟରେ ଆସିଲା ବଡ ଖବର
Advertisement

Rapid Rail Project: ରାପିଡ୍ ରେଲ ବିଷୟରେ ଆସିଲା ବଡ ଖବର

Delhi Ghaziabad Meerut RRTS: ଆସନ୍ତା ୨୦୨୫ ବର୍ଷରୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ ଦିଲ୍ଲୀ-ଗାଜିଆବାଦ-ମେରଠ ଆରଆରଟିଏସ କରିଡର। 

Rapid Rail Project: ରାପିଡ୍ ରେଲ ବିଷୟରେ ଆସିଲା ବଡ ଖବର

Rapid Rail of India: ପ୍ରତି ବର୍ଷ ରେଳବାଇ କ୍ଷେତ୍ରରେ ନୂଆ ରେକର୍ଡ ସ୍ଥାପନ କରି ଆଗକୁ ବଢୁଛି ଭାରତ। ବର୍ତ୍ତମାନ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ବୁଲେଟ୍ ଟ୍ରେନ୍ ପରେ ଦେଶରେ ଗଡ଼ିବାକୁ ଯାଉଛି ରାପିଡ୍ ରେଲ। ଦିଲ୍ଲୀ-ମେରଟ ମଧ୍ୟରେ ପ୍ରସ୍ତାବିତ ରାପିଡ୍ ରେଳ ପ୍ରକଳ୍ପର ପ୍ରାଥମିକ ବିଭାଗ ଆସନ୍ତା ବର୍ଷ ଠାରୁ ଆରମ୍ଭ ହେବ। ପ୍ରଥମେ ସାହିବାବାଦ ଠାରୁ ଦୁହାଇ ମଧ୍ୟରେ ୧୭ କିଲୋମିଟର ଲମ୍ବା ପ୍ରାଥମିକ ବିଭାଗରେ ଚାଲିବ ଏହି ଟ୍ରେନ। ଗତ ଶୁକ୍ରବାର ଦୁହାଇ ଠାରେ ଏକ ବାୟୋଡକ୍ଟ ଅର୍ଥାତ ଏକ ପ୍ରକାର ସ୍ୱତନ୍ତ୍ର ପୋଲ ପ୍ରସ୍ତୁତ କରାଯାଇଛି। ଏହି ପୋଲ ଉପରେ ୧୩.୫ କିଲୋମିଟର ଲମ୍ବା ଟ୍ରାକ ମଧ୍ୟ ବିଛା ଯାଇଛି। ଶୁକ୍ରବାର ଏହାର ଶେଷ ଭାଗକୁ ଗାର୍ଡର ପିଲାର ଉପରେ ଲଗାଯାଇଛି। ବାୟୋଡକ୍ଟ ର  ଶେଷ ଭାଗକୁ ଦୁହାଇ ଷ୍ଟେସନ ନିକଟରେ ରଖାଯାଇଛି। 

ଏନେଇ ରାପିଡ୍ ରେଲ ଅଧିକାରୀଙ୍କ (Rapid Rail Authority) ଅନୁଯାୟୀ ପ୍ରାଥମିକ ବିଭାଗରେ ଏହି ଟ୍ରେନ ର ଟ୍ରାଏଲ୍ ରନ୍ (Rapid Rail Trail Run) ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି। ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ପରିବହନ ନିଗମ (National Capital Region Transport Corporation) ଏନସିଆରଟିସି (NCRTC) ଆସନ୍ତା ମାସ ଶେଷ ପର୍ଯ୍ୟନ୍ତ ପ୍ରାଥମିକ ବିଭାଗରେ ରାପିଡ୍ ରେଲ ର ଟ୍ରାଏଲ୍ ରନ୍ ଆରମ୍ଭ କରିବାକୁ କହୁଛି। ପରୀକ୍ଷା ପାଇଁ ଗୁଜୁରାଟସ୍ଥିତ ସାଭଲି ଠାରେ ଅବସ୍ଥିତ କାରଖାନାରୁ ଦୁଇଟି ଟ୍ରେନ୍ ଦୁହାଇ ଡିପୋ ଠାରେ ପହଞ୍ଚିଛି। ଏହି ଟ୍ରେନ ର ଡାୟେନାମିକ ଏବଂ ଷ୍ଟାଟିକ୍ ପରୀକ୍ଷଣର କାର୍ଯ୍ୟ ଜାରି ରହିଛି।

ଟ୍ରାଏଲ ପୂର୍ବରୁ ଦୁହାଇ ଡିପୋ (Duhai RRTS Depot) ଭିତରେ ନିର୍ମିତ ୬୦୦ ମିଟର ଲମ୍ବ ରେଳ ଧାରଣାରେ ରାପିଡ୍ ରେଲ ର ପରୀକ୍ଷଣ କରାଯାଉଛି। ଏନସିଆରଟିସି ନିକଟରେ ଏଲଟିଇ ଯୋଗାଯୋଗ ନେଟୱାର୍କ (LTE Communication Network) ଜରିଆରେ ୟୁରୋପୀୟ ଟ୍ରେନ୍ କଣ୍ଟ୍ରୋଲ୍ ସିଷ୍ଟମ୍ (European Train Control System) ଇଟିସିଏସ ଲେବୁଲ-୨ ସିଗନାଲ୍ ସିଷ୍ଟମ୍ (ETCS Label-II Signaling System) ସହିତ ଟ୍ରେନର ଗତିଶୀଳ ପରୀକ୍ଷଣ ସମାପ୍ତ ହୋଇଛି। 

Also Read: Trial of Rapid Rail: ବୁଲେଟ ଟ୍ରେନ ପରେ ଦେଶରେ ଦୌଡିବ ରାପିଡ଼ ରେଲ

ଦିଲ୍ଲୀ-ଗାଜିଆବାଦ-ମେରଠ (Delhi Ghaziabad Meerut RRTS) ରିଜିଓନାଲ ରାପିଡ଼ ଟ୍ରାନ୍ସପୋର୍ଟ (Regional Rapid Transport System) ଆରଆରଟିଏସ କରିଡର (RRTS Corridor) ଯୋଗେ ରାପିଡ଼ ରେଲ ଆସନ୍ତା ୨୦୨୫ ବର୍ଷରୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ। ହେଲେ ଏହା ପୂର୍ବରୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଏହାର ପ୍ରାଥମିକ ବିଭାଗ ସାହିବାବାଦ ଠାରୁ ଦୁହାଇ ଡିପୋ (Sahibabad to Duhai RRTS) ପର୍ଯ୍ୟନ୍ତ ଚାଲିବ। ମୋଟ ୧୭ କିଲୋମିଟର ଲମ୍ବ ଏହି ମାର୍ଗକୁ ଦୁଇଟି ପର୍ଯ୍ୟାୟରେ ନିର୍ମାଣ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସାହିବାବାଦ ଠାରୁ ଗାଜିଆବାଦ ଷ୍ଟେସନ ପର୍ଯ୍ୟନ୍ତ କାର୍ଯ୍ୟ ଚାଲିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସାହିବାବାଦ ଠାରୁ ଗାଜିଆବାଦ ଦୁହାଇ ଡିପୋ ପର୍ଯ୍ୟନ୍ତ ଚାଲିଥିଲା। ପ୍ରଥମ ପର୍ଯ୍ୟାୟର କାମ ଅନେକ ମାସ ପୂର୍ବରୁ ସମାପ୍ତ ହୋଇଛି। ଗତ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ କାମ ମଧ୍ୟ ଶେଷ ହୋଇଛି।