NewDelhi Weather: ଆରମ୍ଭରୁ ଅଣନିଶ୍ୱାସି ହେଲାଣି ରାଜଧାନୀ, ଆଗକୁ ସ୍ଥିତି ହୋଇପାରେ ଅଣାୟତ
ଏହି ପଦକ୍ଷେପ ଗୁଡ଼ିକରେ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ର ଅତ୍ୟାବଶ୍ୟକ ପ୍ରକଳ୍ପ ବ୍ୟତୀତ ନିର୍ମାଣ ଏବଂ ଭାଙ୍ଗିବା କାର୍ଯ୍ୟକଳାପ ଏବଂ BS3 (ପେଟ୍ରୋଲ) ଏବଂ BS4 (ଡିଜେଲ) ଚାରି ଚକିଆ ଯାନ ଉପରେ ପ୍ରତିବନ୍ଧକ ଅନ୍ତର୍ଭୁକ୍ତ। ଦିଲ୍ଲୀର ସାମଗ୍ରିକ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ସକାଳ ୧୧ଟା ସମୟରେ ୩୯୮ ପଏଣ୍ଟ ସହିତ ଅତ୍ୟନ୍ତ ଖରାପ ସ୍ଥିତିରେ ରହିଥିଲା।
NewDelhi Weather: ନୂଆଦିଲ୍ଲୀ: ରାଜଧାନୀରେ ଶୀତ ପାଦ ଥାପୁ ଥାପୁ ବାୟୁମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଛି। ଶନିବାର ସକାଳୁ ସକାଳୁ ରାଜଧାନୀର ଆକାଶରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ପ୍ରତିକୂଳ ପାଣିପାଗରେ କମ ତାପମାତ୍ରା ଓ ଶିଥିଳ ପବନ ଅନୁଭୂତ ହୋଇଥିଲା। ସେପଟେ ପଞ୍ଜାବରେ ପୁଣି ଥରେ ନଡ଼ା ଜଳାଇବା ଘଟଣା ଧିରେ ଧିରେ ବୃଦ୍ଧି ପାଉଥିବାର ଦିଲ୍ଲୀ ବାୟୁ ମଣ୍ଡଳ ପ୍ରଦୂଷିତ ହେଉଥିବା ଦେଖିବାକୁ ମିଳିଛି। ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ର ଜଣେ ଅଧିକାରୀ କହିଛନ୍ତି ଯେ ଅଧିକାରୀମାନେ ସନ୍ଧ୍ୟାରେ ସ୍ଥିତିର ସମୀକ୍ଷା କରାଯିବ ଏବଂ ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (GRAP) ର ତୃତୀୟ ପର୍ଯ୍ୟାୟରେ ପ୍ରଦୂଷଣ ବିରୋଧୀ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇପାରେ।
ଏହି ପଦକ୍ଷେପ ଗୁଡ଼ିକରେ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ର ଅତ୍ୟାବଶ୍ୟକ ପ୍ରକଳ୍ପ ବ୍ୟତୀତ ନିର୍ମାଣ ଏବଂ ଭାଙ୍ଗିବା କାର୍ଯ୍ୟକଳାପ ଏବଂ BS3 (ପେଟ୍ରୋଲ) ଏବଂ BS4 (ଡିଜେଲ) ଚାରି ଚକିଆ ଯାନ ଉପରେ ପ୍ରତିବନ୍ଧକ ଅନ୍ତର୍ଭୁକ୍ତ। ଦିଲ୍ଲୀର ସାମଗ୍ରିକ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ସକାଳ ୧୧ଟା ସମୟରେ ୩୯୮ ପଏଣ୍ଟ ସହିତ ଅତ୍ୟନ୍ତ ଖରାପ ସ୍ଥିତିରେ ରହିଥିଲା। ଯାହା ଶୁକ୍ରବାର ଦିନ ୪ଟା ସମୟରେ ୩୫୭ ରହିଥିବା ବେଳେ ତାହା ବୃଦ୍ଧି ପାଇଁ ୩୯୮ରେ ପହଞ୍ଚିଛି। ଗୁରୁବାର ଦିନ ଏହା ୩୫୪, ବୁଧବାର ୨୭୧, ମଙ୍ଗଳବାର ୩୦୨ ଏବଂ ସୋମବାର ଦୀପାବଳିରେ ଥିଲା।
ସେହିପରି ଆନନ୍ଦ ବିହାର ଅଞ୍ଚଳରେ ୪୫୪ ଏକ୍ୟୁଆଇ ସହିତ ରାଜଧାନୀର ସବୁଠାରୁ ପ୍ରଦୂଷିତ ଅଞ୍ଚଳ ରହିଥିଲା। ୱାଜିରପୁର ୪୩୯, ନରେଲା ୪୨୩, ଅଶୋକ ବିହାର ୪୨୮, ବିବେକ ବିହାର ୪୨୭ ଏବଂ ଜାହାଙ୍ଗୀରପୁରୀ ୪୩୮ ହେଉଛି ମନିଟରିଂ ଷ୍ଟେସନ ଯେଉଁଠାରେ ବାୟୁ ଗୁଣବତ୍ତା 'ଗୁରୁତର' ଶ୍ରେଣୀରେ ରେକର୍ଡ କରାଯାଇଥିଲା। ସେହିପରି ଦିଲ୍ଲୀର ଉପକଣ୍ଠସ୍ଥ ଅଞ୍ଚଳ ଗାଜିଆବାଦରେ ୩୮୧, ନୋଏଡାରେ ୩୯୨, ଗ୍ରେଟର ନୋଏଡା ୩୯୮, ଗୁରୁଗ୍ରାମ ୩୬୦ ଏବଂ ଫରିଦାବାଦ ୩୯୧ର ବାୟୁ ଗୁଣବତ୍ତା ମଧ୍ୟ 'ଗୁରୁତର' ବର୍ଗକୁ ସ୍ପର୍ଶ କରିଛି।
ଶୂନରୁ ୫୦ ମଧ୍ୟରେ AQI ରହିଲେ ତାହା ଭଲ ବର୍ଗରେ ପରିଗଣିତ ହୋଇଥାଏ। ସେହିପରି ୫୧ ରୁ ୧୦୦ରୁ 'ସନ୍ତୋଷଜନକ ବର୍ଗରେ ରହିଥିବା ବେଳେ ୧୦୧ ରୁ ୨୦୦ ମଧ୍ୟରେ ରହିଲେ ମଧ୍ୟମ ବର୍ଗ, ୨୦୧ ରୁ ୩୦୦ ଖରାପ ବର୍ଗ, ୩୦୧ ରୁ ୪୦୦ ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ, ଏବଂ ୪୦୧ରୁ ୫୦୦ ମଧ୍ୟରେ ରହିଲେ ବାୟୁମଣ୍ଡଳର ପ୍ରଦୂଷଣ ମାତ୍ରା ଅତ୍ୟନ୍ତ ଗୁରୁତର ଭାବେ ପରିଗଣିତ କରାଯାଇଥାଏ। ସେଣ୍ଟ୍ରାଲ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ସକାଳ ୧୧ ଟା ସୁଦ୍ଧା ଅନେକ ଅଞ୍ଚଳରେ ୪୦୦ ମାଇକ୍ରୋଗ୍ରାମ ଘନମିଟର ଅତିକ୍ରମ କରିସାରିଥିଲା। ଯାହା ଫୁସଫୁସ ପ୍ରତି ଘାତକ ସାବ୍ୟସ୍ତ ହେଉଥିବା ସୂକ୍ଷ୍ମ କଣିକାର ସାନ୍ଦ୍ରତା ମଧ୍ୟ ଅନେକମାତ୍ରାରେ ବୃଦ୍ଧି ପାଇଥିଲା।