ନୂଆଦିଲ୍ଲୀ:  ଦେଶରେ ପୁଣିଥରେ ଭୟଙ୍କର ହେଲାଣି କୋରୋନା ମହାମାରୀ ପ୍ରକୋପ । ଦିଲ୍ଲୀରେ ଅଧିକ ଲୋକଙ୍କୁ ଟୀକାକରଣ କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କ ଠାରୁ କିଛି ରିହାତି ଦାବି କରିଛନ୍ତି। ଏ ବାବଦରେ କେନ୍ଦ୍ର ସରକାରଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ, କେବଳ ସିଏମଙ୍କ ଚିଠି ଲେଖିବା ପରେ କେନ୍ଦ୍ର ସରକାର ଟୀକାକରଣର ବୟସ ସୀମାକୁ ୪୫ ବର୍ଷ ଧାର୍ଯ୍ୟ କରିଛନ୍ତି। ଦିଲ୍ଲୀ ସରକାରଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣର ଟିକା ଉପଲବ୍ଧ ରହିଛି ।


COMMERCIAL BREAK
SCROLL TO CONTINUE READING

ଦେଶର ରାଜଧାନୀ ଦିଲ୍ଲୀ (Delhi) ରେ ଲକଡାଉନ (Lockdown)  କରିବା ସମ୍ଭାବନାକୁ ଦିଲ୍ଲୀ ସରକାର ଏଡ଼ାଇ ଦେଇଛନ୍ତି। ସରକାର ବିଶ୍ୱାସ ରଖିଛନ୍ତି ଯେ,  ଲକଡାଉନ୍ ଦ୍ୱାରା କୋରୋନା ଦୂର ହୋଇପାରିବ ନାହିଁ। ଦିଲ୍ଲୀର ସ୍ୱାସ୍ଥ୍ୟ ବିଭାଗ ଅଧିକରୁ ଅଧିକ କୋରୋନା ପରୀକ୍ଷା ମାଧ୍ୟମରେ ଏହାକୁ ରୋକିବାକୁ ଚେଷ୍ଟା କରୁଛି। ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ (Delhi Health minister)  ସତ୍ୟେନ୍ଦ୍ର ଜୈନ (Satyendra Jain) କହିଛନ୍ତି ଯେ, ଲକଡାଉନ୍ କୋରୋନା ପାଇଁ ସମାଧାନ ନୁହେଁ। ଆମେ ଲକଡାଉନ୍ ଦେଖିଛୁ , କିନ୍ତୁ କୋରୋନା ସଂପୂର୍ଣ୍ଣ ସମାପ୍ତ ହୋଇପାରିଲା ନାହିଁ । କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ଆମେ ଦୈନିକ ୯୦ ହଜାର ପର୍ଯ୍ୟନ୍ତ ପରୀକ୍ଷା କରୁଛୁ, ଯାହା ଦେଶର ହାରାହାରି ଠାରୁ ୫ ଗୁଣ ଅଧିକ । 


Also Read: ଭାରତରେ ଆଉ ଏକ କୋରୋନା ଭ୍ୟାକସିନ୍? ଆରମ୍ଭ ହେଲା ଟ୍ରାଇଲ୍, ୮୯% ସଫଳତା


ରେଳ ଷ୍ଟେସନ (Rail Station)  ଏବଂ ବିମାନବନ୍ଦର (Air Port) ରେ ଦିଲ୍ଲୀର ବାହାରୁ ଆସୁଥିବା ଲୋକଙ୍କୁ ଯାଞ୍ଚ କରିବା ପାଇଁ ବହୁଳ ମାତ୍ରାରେ ପରୀକ୍ଷା କରାଯାଉଛି। ଦିଲ୍ଲୀ ସରକାର ଦିଲ୍ଲୀବାସୀଙ୍କୁ ନିବେଦନ କରିଛନ୍ତି ଯେ, କୋରୋନା ମାମଲା ବୃଦ୍ଧି ହେବାର ଠୋସ୍ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ତେଣୁ, ମାସ୍କ ସମେତ ସମସ୍ତ ଗାଇଡଲାଇନ (Corona GuideLine) କୁ ଶତ ପ୍ରତିଶତ ଅନୁସରଣ କରିବା ଉଚିତ୍ । ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଛନ୍ତି ଯେ ଟୀକାକରଣରେ ଏକ ଅସୁବିଧା ଥିଲା ଯାହା ଟୀକାକରଣ ପୂର୍ବରୁ ଲୋକଙ୍କୁ ପଞ୍ଜୀକରଣ କରିବାକୁ ପଡୁଥିଲା । ଅନେକ ଲୋକ ନିଜକୁ ପଞ୍ଜୀକୃତ କରିବାରେ ସକ୍ଷମ ନୁହଁନ୍ତି ଏବଂ ଯଦି ସେମାନେ ପଞ୍ଜୀକୃତ ହୁଅନ୍ତି, ତେବେ ସେମାନଙ୍କୁ ଟିକା ପ୍ରୟୋଗ କରିବାର ଦିନ ଦିଆଯାଏ, ସେହି ଦିନ ସେମାନେ ଟିକା ପାଇବାରେ ଅସମର୍ଥ କାରଣ ସେମାନେ କିଛି କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି ।


Also Read:  ନୟାଗଡ଼ରେ ବସ ଓଲଟି ଜଣେ ମୃତ, ୧୫ ଆହତ


ବର୍ତ୍ତମାନ ସରକାର ଏହାକୁ ପରିବର୍ତ୍ତନ କରିଛନ୍ତି। ଏହା ପୂର୍ବରୁ ଭ୍ୟାକ୍ସିନେସନ (Corona Vaccination) ର ସମୟ ସକାଳ ୯ଟା ସମୟରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଥିଲା । ଆଉ ଏହାକୁ ଏବେ ବୃଦ୍ଧି କରାଯାଇ ସକାଳ ୯ ସମୟରୁ ରାତି ୯ଟା ଯାଏଁ ଅର୍ଥାତ୍ ୧୨ ଘଣ୍ଟା କରିଦିଆଯାଇଛି । ଯାହା ଫଳରେ ବ୍ୟସ୍ତ ବହୁଳ ଲୋକ ନିଜ ସମୟ ଅନୁସାରେ ଯାଇ କୋରୋନା ଭ୍ୟାକସିନ ନେଇପାରିବେ ।