Covovax ନାମକ ଏହି ଟିକାର ପରୀକ୍ଷଣ ଆରମ୍ଭ ହୋଇଯାଇଥିବା ବେଳେ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହା ଲଞ୍ଚ ହୋଇପାରେ ବୋଲି Serum Institute କହିଛି।
Trending Photos
ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତୀୟଙ୍କୁ ମିଳିବ ଆଉ ଏକ ନୂଆ କୋରୋନା ଟିକା। Covaxin ଓ Covishield ପରେ ଭାରତରେ ଆଉ ଏକ କୋରୋନା ଟିକାର ଟ୍ରାଇଲ ଆରମ୍ଭ ହୋଇଛି। Covovax ନାମକ ଏହି ଟିକାର ପରୀକ୍ଷଣ ଆରମ୍ଭ ହୋଇଯାଇଥିବା ବେଳେ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହା ଲଞ୍ଚ ହୋଇପାରେ ବୋଲି Serum Institute କହିଛି।
SII CEO Adar Poonawalla ତାଙ୍କ ଆଧିକାରୀକ ଟ୍ୱିଟରରେ କହିଛନ୍ତି ଯେ, ଶେଷରେ ଭାରତରେ Covovax ଟିକା (Corona Vaccine) ର ଟ୍ରାଏଲ ଆରମ୍ଭ ହୋଇଛି। ଏହି ଟିକା Covovax ଓ Serum Institute ମିଳିତ ଭାବେ ତିଆରି କରିଛନ୍ତି। ଏହାକୁ ଆଫ୍ରିକା ଓ ବ୍ରିଟେନ ଷ୍ଟ୍ରେନ (UK strain) ରେ ପରୀକ୍ଷଣ କରାଯାଉଛି। ଯାହାର ସଫଳତା ହାର ୮୯% ରହିଛି। ଆସନ୍ତା ସେପ୍ଚେମ୍ବର ସୁଦ୍ଧା ଏହା ବଜାରକୁ ଆସିବ ବୋଲି ଆଶା କରାଯାଉଛି।
Also Read: ସର୍ବସାଧାରଣରେ BJP ବିଧାୟକଙ୍କ ବସ୍ତ୍ର ହରଣ !
ପୂର୍ବରୁ Novavax ଏକ ବିବୃତ୍ତିରେ କହିଥିଲା ଯେ, NVX-CoV2373 ଏକ ପ୍ରୋଟିନ ଯୁକ୍ତ କୋରୋନା ଟିକା ପ୍ରାଥମିକ ପର୍ଯ୍ୟାୟରେ ସଫଳ ହୋଇଛି। ବ୍ରିଟେନରେ ଏହାର କ୍ଲିନିକାଲ ଟ୍ରାଇଲ କରାଯାଇଥିଲା। ଯେଉଁଛି ଟିକାର ସଫଳତା ହାର ୮୯.୩% ଥିଲା। Serum Institute, Oxford University ଓ AstraZeneca ସହ ମିଶି ଏକାଧିକ ନାଁରେ କୋଟି କୋଟି ଡୋଜ କୋରୋନା ଟିକା ପ୍ରସ୍ତୁତି କରିଛି। ଭାରତରେ କେବେଳ SIIର Covishield ଓ Bhatat Biotechର Covaxinକୁ ଜରୁରୀ ବ୍ୟବହାର ଅନୁମତି ମିଳିଛି।
ଗତ ଜାନୁଆରୀ ୧୬ରୁ ଭାରତରେ କୋରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ କୋରୋନା ଯୋଦ୍ଧା, ଦ୍ୱିତୀୟ ପର୍ଯ୍ୟାୟରେ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯାଇଛି। ତେବେ ଏପ୍ରିଲ ପହିଲାରୁ ଦେଶର ସମସ୍ତ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଟିକାକରଣ ହେବ ବୋଲି ସରକାର ଘୋଷଣା କରାଯାଇଛି। ଅନ୍ୟପଟେ ଗତବର୍ଷ ଭଳି କୋରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧିପାଉଛି।