ଭୋପାଳ: ରାଜ୍ୟରେ ନଳ, ଜଳ ଯୋଜନାକୁ (Drinking Water Project) ନେଇ ଏକ ବଡ଼ ବୟାନ ଦେଇଛନ୍ତି ମଧ୍ୟପ୍ରଦେଶ (Madhyapradesh) ମୁଖ୍ୟମନ୍ତ୍ରୀ (Chief Minister) ଶିବରାଜ ସିଂହ ଚୌହାନ (Shivraj Singh Chouhan)। ଏହି ଯୋଜନାରେ ଯେଉଁ ଅଧିକାରୀଙ୍କ ଯୋଗଦାନ ଅଧିକ ରହିଛି ସେମାନଙ୍କୁ ସମ୍ବୋଦ୍ଧିତ କରିବା ସମୟରେ ମୁଖ୍ୟମନ୍ତ୍ରୀ ଏହି ବଡ଼ ବୟାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ (Chief minister) ଶିବରାଜ ସିଂହ ଚୌହାନ (Shivraj Singh Chouhan) କହିଥିଲେ କି ଏହି ଯୋଜନା ଅନ୍ତର୍ଗତ ରାଜ୍ୟର ପ୍ରତିଟି ଲୋକଙ୍କ ନିକଟରେ ପାନୀୟ ଜଳ (Drinking Water Project) ଯୋଗାଇ ଦିଆଯିବ। ଲୋକମାନଙ୍କୁ ଏହି ପାନୀୟ ଜଳ ଯୋଗାଇ ଦେବା ହେଉଛି ସବୁଠାରୁ ବଡ଼ ବଡ଼ ପୁଣ୍ୟ କାମ। ଏହି ଦିଗରେ ଯେଉଁ ଅଧିକାରୀ କାର୍ଯ୍ୟ କରିବ ମୁଁ ତାଙ୍କୁ ମୁଣ୍ଡରେ ବସାଇ ନାଚିବି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ନଳ ଜଳ ଯୋଜନାରେ ଉନ୍ନତ କାର୍ଯ୍ୟ କରିଥିବା ଅଧିକାରୀଙ୍କୁ ସମ୍ମାନୀତ କରାଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ସମ୍ବୋଦ୍ଧିତ କରି କହିଥିଲେ ବାୟୁ ପରେ ଜଳ ହିଁ ଜୀବନ ପାଇଁ ସବୁଠାରୁ ଅଧିକ ଜରୁରୀ। ଗୋଟିଏ ସମୟ ଥିଲା କି ଯେତେବେଳେ ଏହି ପାନୀୟ ଜଳ ସଂକଟ ଉଗ୍ର ରୂପ ନେଉଥିଲା। କୂଅ ଶୁଖିଲା ପଡ଼ୁଥିଲା। କେବଳ ଧାର୍ମିକ କାମରେ ନଳକୂପରୁ ପାଣି ଆଣି ଲୋକ ବ୍ୟବହାର କରୁଥିଲେ। ସେତେବେଳେ ନଳକୂପର ଯୁଗ ରହିଥିଲା। ଅଧା ସମୟ ପାଣି ବାହର କରିବାରେ ସମୟ ବିତୁଥିଲା। କିନ୍ତୁ ବର୍ତ୍ତମାନ ସମୟ ବଦଳିଛି। ମୁଁ ମୁଖ୍ୟମନ୍ତ୍ରୀ ହେବା ପରେ ମୋ ସାମ୍ନାରେ ୩ଟି ଚ୍ୟାଲେଞ୍ଜ ରହିଥିଲା। ରାସ୍ତାର ଖାଲଖମା, ପାନୀୟ ଜଳ ଓ ବିଦ୍ୟୁତ ସେବା। ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ଉପରେ ଆମେମାନେ କାର୍ଯ୍ୟ ଆରମ୍ଭ କରିଥିଲୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 


କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ବୁରହାନପୁର ଜିଲ୍ଲାକୁ ଶୁଭେଚ୍ଛା ଜଣାଇଥିଲେ। ଏହା ସହିତ ଅନ୍ୟ ଜିଲ୍ଲାରେ ହେଉଥିବା କାମକୁ ନେଇ କହିଥିଲେ କି ଜନତାଙ୍କ ସ୍ମୃତିଶକ୍ତି ବହୁତ କ୍ଷୀଣ। ଗୋଟିଏ ଜିନିଷ ମିଳିବା ପରେ ଅନ୍ୟଟି ଭୁଲି ଯାଆନ୍ତି। ଏଥିପାଇଁ ରେଷ୍ଟୋରସନ କାମକୁ ଧ୍ୟାନର ସହ କରନ୍ତୁ। ମୁଖ୍ୟମନ୍ତ୍ରୀ ଶିବରାଜ ଆହୁରି ମଧ୍ୟ କହିଥିଲେ କି ଅଫିସରମାନେ ଫିଲ୍ଡ ଭିଜିଟ କରନ୍ତୁ। ମନ୍ତ୍ରଣାଳୟରେ ମଧ୍ୟ ବସିବାକୁ ହେବ। କିନ୍ତୁ ଫିଲ୍ଡ ଭିଜିଟ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 


ଅଧିକ ପଢନ୍ତୁ: 'ବିଶ୍ୱକପ ପରେ ଆମେ ଋଷଭ ପନ୍ତଙ୍କ ସହ ବାହା କରାଇଦେବୁ', ଉର୍ବଶୀ ରୌତେଲାଙ୍କ ଇମୋସନାଲ ପୋଷ୍ଟ ଉପରେ ଫ୍ୟାନ୍ସ ନେଲେ ମଜା


ଅଧିକ ପଢନ୍ତୁ: Gujarat And Himachal Pradesh News : ଗୁଜୁରାଟ ଓ ହିମାଚଳ ନିର୍ବାଚନ ତାରିଖ ଆଜି ହୋଇପାରେ ଘୋଷଣା


ଅଧିକ ପଢନ୍ତୁ: Odisha Corona Update: ରାଜ୍ୟର ତିନି ଜିଲ୍ଲାରେ ଜିରୋ ମାମଲା, ଖୋର୍ଦ୍ଧା ନୁହଁ ଏଠାରେ ସକ୍ରିୟ ସଂଖ୍ୟା ଅଧିକା


ଅଧିକ ପଢନ୍ତୁ: Odisha Weather Today: ବାତ୍ୟା ଖବର ସତ! ମଙ୍ଗଳବାର ବଙ୍ଗୋପସାଗର ସୃଷ୍ଟି ହେବ ଘୁର୍ଣ୍ଣିବଳୟ