Gujarat And Himachal Pradesh News : ଗୁଜୁରାଟ ଓ ହିମାଚଳ ନିର୍ବାଚନ ତାରିଖ ଆଜି ହୋଇପାରେ ଘୋଷଣା
Advertisement

Gujarat And Himachal Pradesh News : ଗୁଜୁରାଟ ଓ ହିମାଚଳ ନିର୍ବାଚନ ତାରିଖ ଆଜି ହୋଇପାରେ ଘୋଷଣା

Gujarat And Himachal Pradesh News : ଗୁଜରାଟ ଓ ହିମାଚଳପ୍ରଦେଶ ନିର୍ବାଚନ ପାଇଁ ସରଗରମ ରହିଛି ରାଜନୀତି । ଏହି ଦୁଇ ରାଜ୍ୟ ପାଇଁ ଆଜି ଘୋଷଣା ହୋଇପାରେ ନିର୍ବାଚନ ତାରିଖ । ଏନେଇ ଅପରାହ୍ନ ୩ଟାରେ ନିର୍ବାଚନ କମିଶନର(The Election Commission) ପ୍ରେସମିଟ୍ କରିବେ ବୋଲି ଜଣାପଡ଼ିଛି।

ସୌଜନ୍ୟ : ସୋସିଆଲ ମିଡିଆ

Gujarat And Himachal Pradesh News : ଗୁଜରାଟ ଓ ହିମାଚଳପ୍ରଦେଶ ନିର୍ବାଚନ ପାଇଁ ସରଗରମ ରହିଛି ରାଜନୀତି । ଉଭୟ ରାଜ୍ୟରେ ବିଜେପିର ଶାସନ ଚାଲୁଥିବା ବେଳେ ଗୁଜୁରାଟ ଓ ହିମାଚଳ ପ୍ରଦେଶର ଗଡ ଦଖଲ ପାଇଁ ପ୍ରୟାସ ଆରମ୍ଭ କରିଛି ଆପ୍ ଓ କଂଗ୍ରେସ  । ଏହି ଦୁଇ ରାଜ୍ୟ ପାଇଁ ଆଜି ଘୋଷଣା ହୋଇପାରେ ନିର୍ବାଚନ ତାରିଖ । ଏନେଇ ଅପରାହ୍ନ ୩ଟାରେ ନିର୍ବାଚନ କମିଶନର(The Election Commission) ପ୍ରେସମିଟ୍ କରିବେ ବୋଲି ଜଣାପଡ଼ିଛି। ସାମ୍ବାଦିକ ସମ୍ମିଳନୀରେ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ । 

ତେବେ, ଏହି ଦୁଇ ରାଜ୍ୟର ଦଖଲ କିଏ କରିବ ତାହାକୁ ନେଇ ଏବେ ଆରମ୍ଭ ହୋଇଛି ଛକାପଞ୍ଝା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗୁଜୁରାଟ ହାତେଇବା ପାଇଁ ଆରମ୍ଭ କରିଛନ୍ତି ରଣନୀତି । ଦିଲ୍ଲୀ ମଡେଲ ପ୍ରଥମେ ପଞ୍ଜାବରେ ଆପଣେଇ ଥିଲେ କେଜ୍ରିଓ୍ବାଲ ।  ଯାହା ତାଙ୍କୁ ଦେଇଥିଲା ବଡ ସଫଳତା। ପଞ୍ଜାବରେ କଂଗ୍ରେସକୁ ସେଠାରୁ ଖସେଇ ଦେଇଥିଲା ଆପ୍ (Aam Aadmi Party) । ଆଉ ରାତାରାତି ବଦଳିଯାଇଥିଲା ପଞ୍ଜାବର ରାଜନୀତିର ମାନଚିତ୍ର । କଂଗ୍ରେସକୁ ଧୂଳି ଚଟାଇ ଥିଲା ଆପ୍ (Aam Aadmi Party) । ସେଠାରେ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିଥିଲା । ଆଉ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଭଗଓ୍ବନ୍ତ ମାନ (Bhagwant Mann) । ପଞ୍ଜାବରେ ଆପ ସରକାର ଗଠନ ପରେ ବେକାରୀ, ଦୁର୍ନୀତି ଏବଂ ଚାଷୀଙ୍କ ଅସୁବିଧା ଭଳି ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବ ବୋଲି ଦଳ କହିଥିଲା । ବେକାର ସମସ୍ୟା ଦୂରେଇବା ଓ ରୋଜଗାର ଦେବା ସହ ଶିକ୍ଷାରେ ବ୍ୟାପକ ଉନ୍ନତି ଆଣିବା ଆପର ମୁଖ୍ୟ ଲକ୍ଷ ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । 

ସେପଟେ, ପଞ୍ଜାବ ପରେ ଗୁଜୁରାଟ ହାତେଇବା ପାଇଁ  ବ୍ଲ ପ୍ରିଣ୍ଟ ପ୍ରସ୍ତୁତ କରି ସାରିଛି  ଆପ୍ । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଘନ ଘନ ଗୁଜୁରାଟ ଗସ୍ତ କରୁଛନ୍ତି। ଯଦି ଆପ ଗୁଜୁରାଟରେ ସରକାର ଗଢେ , ତେବେ ଲୋକଙ୍କୁ ୧୫ ଲକ୍ଷ ଚାକିରି , ମାଗଣା ବିଜୁଳି, ବେସରକାରୀ ଭତ୍ତା (unemployment allowance) ଯୋଗାଇବେ ବୋଲି ପ୍ରତିଶ୍ରୃତି ଦେଇଛି ।  ସେପଟେ ଉଭୟ ରାଜ୍ୟ ବିଜେପି ଶାସିତ ହୋଇଥିବାରୁ ଗଡ ରକ୍ଷା ପାଇଁ ଜୋରାଦାର ପ୍ରୟାସ ଆରମ୍ଭ କରିଛି ବିଜେପି । ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ୍ୟ ଜେପି ନଡ୍ଡା  ବୁଧବାର ଦିନ ଗୁଜୁରାଟ ଗସ୍ତ କରିଥିଲେ। ସେଠାରେ ରାଲି ମଧ୍ୟ କରି ସାଧାରଣ ସଭାକୁ ସମ୍ଭୋଧିତ କରିଥିଲେ। ସେହିପରି ଆଗକୁ ନିର୍ବାଚନ ଥିବାରୁ ଭୋଟ ହାତେଇବା ପାଇଁ ଗୋଟିଏ ଦିନ ପୂର୍ବରୁ ହିମାଚଳ ଓ ଗୁଜୁରାଟ ଗସ୍ତ ମଧ୍ୟ କରିଥିଲେ ପ୍ରଧାନମନ୍ତ୍ରୀ । ଏବଂ ବହୁ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଥିଲେ  । ନିର୍ବାଚନ ପୂର୍ବରୁ ଏହା ଦୁଇ ରାଜ୍ୟବାସୀଙ୍କୁ ବିଜେପିର ଭେଟି ବୋଲି କୁହାଯାଇପାରିବ । ୨୦୧୭ ନିର୍ବାଚନରେ ଗୁଜରାଟରେ ବିଜେପି ୯୯ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ୭୭ ସିଟ୍ ମିଳିଥିଲା । ସେହିପରି ହିମାଚଳରେ ବି ମୋଟ ୬୮ ସିଟରୁ ୪୪ ସିଟରେ ବିଜୟୀ ହୋଇଥିଲା ବିଜେପି ।